ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହୁମାଛି ଆକ୍ରମଣରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

ମହୁମାଛି ଆକ୍ରମଣରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

ବାଲିଗୁଡ଼ା, ତା, ୨୬/୦୫: (ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନରେ ଘଟିଛି ଏକ ଅଭାବନୀୟ ଘଟଣା । ବ୍ୟାଡମିଣ୍ଟନ ଖେଳି ଘରକୁ ଯିବାବେଳେ ଘର ଦୁଆରେ ଜଗି ବସିଥିଲା ଯମ । ଘରେ ପଶିବା ପୂର୍ବରୁ ଘର ସାମ୍ନାରେ ମହୁମାଛି ଆକ୍ରମଣରେ ଚାଲିଗଲା ଯୁବ ବ୍ୟବସାୟୀଙ୍କ ଜୀବନ । ମୃତକ ଜଣକ ହେଲେ ବାଲିଗୁଡ଼ା ସହର ମା’ପାଟଖଣ୍ଡା ମାର୍କେଟ ରେ ମା ‘ପାଟଖଣ୍ଡା ଲେଡିସ କର୍ଣ୍ଣର ର ମାଲିକ ତଥା ଅଞ୍ଚଳ ର ଯୁବ ବ୍ୟବସାୟୀ ଖଜୁରୀନାଳ ସାହି ବାସିନ୍ଦା ବି.ମହେଶ୍ବର ଦୋରା (ପିଣ୍ଟୁ) ଙ୍କ ମୃତ୍ୟୁ ଖବର ଶୁଣି ସମଗ୍ର ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଥିଲା । ସୂଚନା ଅନୁଯାୟୀ ପ୍ରତିଦିନ ଭଳି ଆଜି ମଙ୍ଗଳବାର ଦିନ ମଧ୍ୟ ପିଣ୍ଟୁ ବ୍ୟାଡମିଣ୍ଟନ ଖେଳିବାକୁ ସକାଳୁ ଯାଇଥିଲେ । ଖେଳି ସାରି ଘରକୁ ଫେରିଥିଲେ ପିଣ୍ଟୁ । କିନ୍ତୁ ନିଜ ଘର ଆଗରେ ମହୁମାଛି ଆକ୍ରମଣର ଶିକାର ହୋଇ ତଳେ ପଡ଼ି ଚେତାଶୂନ୍ୟ ହୋଇଯାଇଥିଲେ । ପରିବାର ଲୋକେ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ବଣିକ ସଂଘ, ବିପଦର ବନ୍ଧୁ ସଂଗଠନ, ଓ ମା’ ପାଟଖଣ୍ଡା ମାର୍କେଟ ର ଜଣେ ସକ୍ରିୟ ସଦସ୍ୟ ସହ ଉତ୍ତମ ସ୍ୱଭାବ, ମେଳାପୀ ତଥା ପରୋପକାରୀ ଯୁବକ ଭାବେ ସେ ବେଶ ପରିଚିତ ଥିଲେ l ତାଙ୍କର ଅମର ଆତ୍ମା ର ସଦଗତି କାମନା କରି ସ୍ଥାନୀୟ ବଣିକ ସଂଘ ଓ ମା ‘ପାଟଖଣ୍ଡା ମାର୍କେଟ ସଂଘ ତରଫରୁ ସମସ୍ତ ଦୋକାନ ବଜାର ବନ୍ଦ କରି ସମ୍ମାନ ଜଣାଇଥିଲେ l

ସଂଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ରେ ସୁଭଦ୍ରା ସଚେତନତା କୁ ନେଇ ପଦଯାତ୍ରା 

masiha

ସାମାଜିକ ସମାନତା ହିଁ ଆମ୍ବେଦକରବାଦ… ଧର୍ମଗଡ ବ୍ଲକ ଚିଲଚିଲା ଠାରେ ବ୍ଳକ ସ୍ତରୀୟ ଆମ୍ବେଦକର ଜୟନ୍ତୀ

Sunil Chandra Nayak

ଶ୍ରାବଣୀ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ଅଗଷ୍ଟ ୨ରୁ ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଆରମ୍ଭ ହେବ ଶ୍ରାବଣୀ ମେଳା 

Sunil Chandra Nayak

Leave a Comment

error: Content is protected !!