ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଅଂଚଳଗୁମ୍ମା ଶିଶୁମନ୍ଦିର ରେ 25 ତମ ବାର୍ଷିକ କ୍ରୀଡାଉତ୍ସଵ ଅନୁଷ୍ଠିତ

ଅଂଚଳଗୁମ୍ମା ଶିଶୁମନ୍ଦିର ରେ 25 ତମ ବାର୍ଷିକ କ୍ରୀଡାଉତ୍ସଵ ଅନୁଷ୍ଠିତ

ତେନ୍ତୁଳିଖୁଣ୍ଟି ୧୬/୧୧/୨୩ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଆଞ୍ଚଳଗୁ ମ୍ମାା ସ୍ଥିତ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ରେ ୨୫ ତମ ବାର୍ଷିକ କ୍ରୀଡା ସମାରୋହ ୧୫ ଓ ୧୬ ନଭେମ୍ବର ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଉଦଘାଟନ ଉତ୍ସବ ରେ ଅଞ୍ଚଳ ଗୁମା ସରପଞ୍ଚ ଶ୍ରୀମତୀ କୁସୁମା ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିଶୁ ମାନଙ୍କୁ କ୍ରୀଡା ର ମହତ୍ତ୍ଵ ବିଷୟରେ ମାର୍ଗଦର୍ଶନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା ସମିତି ର ସଭାପତି ମଧୁସୂଦନ ବିଷୋୟୀ, ସମ୍ପାଦକ ବିଶ୍ବରଂଜନ ସାହୁ, ଯୁଗ୍ମ ସମ୍ପାଦକ ବିରେନ କୁମାର ଚୌଧୁରୀ ମଞ୍ଚାସିନ ଥିଲେ । ପ୍ରଥମେ ଶିଶୁମାନେ ଗ୍ରାମଦେବୀଙ୍କ ନିକଟରୁ ମଶାଲ ଆଣି ପଡିଆ ମଧ୍ୟରେ ସ୍ଥାପନା କରିଥିଲେ । ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଅଶୋକ କୁମାର ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପରେ ଉଭୟ ଭାଇ ଓ ଭଉଣୀ ମାନଙ୍କ ମଧ୍ୟରେ ବାଲ ବର୍ଗ, ଶିଶୁ ବର୍ଗ କନିଷ୍ଠ ବର୍ଗ ଓ ବାଟିକା ବିଭାଗ ର ୧୦୦ ମିଟର,୨୦୦ ମିଟର,୪୦୦ ମିଟର, ୬୦୦ ମିଟର, ଗୋଳା ଫିଙ୍ଗା , ଥାଳିଆ ଫିଙ୍ଗା , ଲମ୍ବ ଡିଆଁ, ଉଚ୍ଚ ଡିଆଁ, ବସ୍ତା ଡିଆଁ, ମ୍ୟୁଜିକ ଚେୟାର, ଲକ୍ଷ୍ୟ ଭେଦ , ବେଙ୍ଗ ଡିଆଁ ଆଦି ଖେଳ ଅନୁଷ୍ଠିତ ହୋଇଥିଲା । ସମାରୋପ ଉତ୍ସବ ରେ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରାଜେନ୍ଦ୍ର ବିଷୋୟୀ ଓ ସମ୍ମାନୀତ ଅତିଥି ଅଞ୍ଚଳଗୁମା ସରପଞ୍ଚ ଶ୍ରୀମତୀ କୁସୂମା ପୂଜାରୀ ଯୋଗ ଦେଇଥିଲେ । ପରିଚାଳନା ସମିତି ର ସଭାପତି ମଧୁସୂଦନ ବିଷୋୟୀ, ସମ୍ପାଦକ ବିଶ୍ବରଂଜନ ସାହୁ, କୋଷାଧ୍ୟକ୍ଷ କିଶୋର ନାୟକ ସଦସ୍ୟା ଜେମା ମାଝୀ ଉପସ୍ଥିତ ରହି କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ଚଳିତ ବର୍ଷ ଛାତ୍ର ଓମ୍ ପ୍ରକାଶ ବିଷୋୟୀ, ତ୍ରିପତି ବିଷୋୟୀ, ବସନ୍ତ ମାଝୀ, ସୋହନ ପୂଜାରୀ, ନମିତା ପାତ୍ରଗୁଡ଼ିଆ, ଅର୍ଚ୍ଚିତା ମାଝୀ, ଆକାଂକ୍ଷା ନାୟକ ଚମ୍ପିୟାନ ହୋଇଥିଲେ । ଏ ସମସ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଆଚାର୍ଯ୍ୟ ମକୁନ୍ଦ ଜାନୀ ପରିଚାଳନା କରିଥିଲେ ଓ ହିରାବତୀ ହରିଜନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀରଙ୍ଗା ଚରଣ ବିଷୋୟୀ ଧନ୍ୟବାଦ୍ ଅର୍ପଣ କରିଥିଲେ । କ୍ରୀଡା କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଶାରୀରିକ ପ୍ରମୁଖ ଚନ୍ଦ୍ରଭାନୁ ଗୌଡ଼ ପରିଚାଳନା କରିଥିବା ବେଳେ ପ୍ରଶାନ୍ତ କୁମାର ବିଷୋୟୀ, ବନମାଳୀ ହରିଜନ, ଜିତେନ୍ଦ୍ର କୁମାର ନାୟକ, ଲଛମନ ମୁଦୁଲି, ମହେଶ୍ୱର ସାହୁ, ଜମ୍ବୁବତୀ ହରିଜନ, ପାଉଡରି ବେହେରା, ମେନକା ମାଝୀ, ଶାରଳା ଭତରା ଅଭିମନ୍ୟୁ ହରିଜନ, ଭଗବାନ ମାଝୀ, ଘାସିରାମ ହରିଜନ, ଅରୁଣ କୁମାର ପଟ୍ଟନାୟକ, ନବୀନ ନାୟକ, ନଳିନୀ ବିଷୋୟୀ ଓ କମଳା ନାୟକ ପ୍ରମୁଖ ସହଯୋଗ କରିଥିଲେ ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଗୋପାଳପୁର ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ପଟାଙ୍ଗପଡାକୁ ହରାଇ ବାଗପୁର ଚମ୍ପିୟାନ  

masiha

ଜିଲ୍ଲା ସ୍ତରୀୟ ଦୌଡ଼କୁଦ ଓ ଖେଳ ପ୍ରତିଯୋଗିତା ଉଦଘାଟିତ

Sunil Chandra Nayak

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ କ୍ରୀଡ଼ା ସପ୍ତାହ ପାଳନ ଉପଲକ୍ଷେ ଦୁଇଦିନିଆ କ୍ରୀଡ଼ା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!