ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଅଂଚଳଗୁମ୍ମା ଶିଶୁମନ୍ଦିର ରେ 25 ତମ ବାର୍ଷିକ କ୍ରୀଡାଉତ୍ସଵ ଅନୁଷ୍ଠିତ

ଅଂଚଳଗୁମ୍ମା ଶିଶୁମନ୍ଦିର ରେ 25 ତମ ବାର୍ଷିକ କ୍ରୀଡାଉତ୍ସଵ ଅନୁଷ୍ଠିତ

ତେନ୍ତୁଳିଖୁଣ୍ଟି ୧୬/୧୧/୨୩ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଆଞ୍ଚଳଗୁ ମ୍ମାା ସ୍ଥିତ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ରେ ୨୫ ତମ ବାର୍ଷିକ କ୍ରୀଡା ସମାରୋହ ୧୫ ଓ ୧୬ ନଭେମ୍ବର ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଉଦଘାଟନ ଉତ୍ସବ ରେ ଅଞ୍ଚଳ ଗୁମା ସରପଞ୍ଚ ଶ୍ରୀମତୀ କୁସୁମା ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିଶୁ ମାନଙ୍କୁ କ୍ରୀଡା ର ମହତ୍ତ୍ଵ ବିଷୟରେ ମାର୍ଗଦର୍ଶନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା ସମିତି ର ସଭାପତି ମଧୁସୂଦନ ବିଷୋୟୀ, ସମ୍ପାଦକ ବିଶ୍ବରଂଜନ ସାହୁ, ଯୁଗ୍ମ ସମ୍ପାଦକ ବିରେନ କୁମାର ଚୌଧୁରୀ ମଞ୍ଚାସିନ ଥିଲେ । ପ୍ରଥମେ ଶିଶୁମାନେ ଗ୍ରାମଦେବୀଙ୍କ ନିକଟରୁ ମଶାଲ ଆଣି ପଡିଆ ମଧ୍ୟରେ ସ୍ଥାପନା କରିଥିଲେ । ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଅଶୋକ କୁମାର ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପରେ ଉଭୟ ଭାଇ ଓ ଭଉଣୀ ମାନଙ୍କ ମଧ୍ୟରେ ବାଲ ବର୍ଗ, ଶିଶୁ ବର୍ଗ କନିଷ୍ଠ ବର୍ଗ ଓ ବାଟିକା ବିଭାଗ ର ୧୦୦ ମିଟର,୨୦୦ ମିଟର,୪୦୦ ମିଟର, ୬୦୦ ମିଟର, ଗୋଳା ଫିଙ୍ଗା , ଥାଳିଆ ଫିଙ୍ଗା , ଲମ୍ବ ଡିଆଁ, ଉଚ୍ଚ ଡିଆଁ, ବସ୍ତା ଡିଆଁ, ମ୍ୟୁଜିକ ଚେୟାର, ଲକ୍ଷ୍ୟ ଭେଦ , ବେଙ୍ଗ ଡିଆଁ ଆଦି ଖେଳ ଅନୁଷ୍ଠିତ ହୋଇଥିଲା । ସମାରୋପ ଉତ୍ସବ ରେ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରାଜେନ୍ଦ୍ର ବିଷୋୟୀ ଓ ସମ୍ମାନୀତ ଅତିଥି ଅଞ୍ଚଳଗୁମା ସରପଞ୍ଚ ଶ୍ରୀମତୀ କୁସୂମା ପୂଜାରୀ ଯୋଗ ଦେଇଥିଲେ । ପରିଚାଳନା ସମିତି ର ସଭାପତି ମଧୁସୂଦନ ବିଷୋୟୀ, ସମ୍ପାଦକ ବିଶ୍ବରଂଜନ ସାହୁ, କୋଷାଧ୍ୟକ୍ଷ କିଶୋର ନାୟକ ସଦସ୍ୟା ଜେମା ମାଝୀ ଉପସ୍ଥିତ ରହି କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ଚଳିତ ବର୍ଷ ଛାତ୍ର ଓମ୍ ପ୍ରକାଶ ବିଷୋୟୀ, ତ୍ରିପତି ବିଷୋୟୀ, ବସନ୍ତ ମାଝୀ, ସୋହନ ପୂଜାରୀ, ନମିତା ପାତ୍ରଗୁଡ଼ିଆ, ଅର୍ଚ୍ଚିତା ମାଝୀ, ଆକାଂକ୍ଷା ନାୟକ ଚମ୍ପିୟାନ ହୋଇଥିଲେ । ଏ ସମସ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଆଚାର୍ଯ୍ୟ ମକୁନ୍ଦ ଜାନୀ ପରିଚାଳନା କରିଥିଲେ ଓ ହିରାବତୀ ହରିଜନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀରଙ୍ଗା ଚରଣ ବିଷୋୟୀ ଧନ୍ୟବାଦ୍ ଅର୍ପଣ କରିଥିଲେ । କ୍ରୀଡା କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଶାରୀରିକ ପ୍ରମୁଖ ଚନ୍ଦ୍ରଭାନୁ ଗୌଡ଼ ପରିଚାଳନା କରିଥିବା ବେଳେ ପ୍ରଶାନ୍ତ କୁମାର ବିଷୋୟୀ, ବନମାଳୀ ହରିଜନ, ଜିତେନ୍ଦ୍ର କୁମାର ନାୟକ, ଲଛମନ ମୁଦୁଲି, ମହେଶ୍ୱର ସାହୁ, ଜମ୍ବୁବତୀ ହରିଜନ, ପାଉଡରି ବେହେରା, ମେନକା ମାଝୀ, ଶାରଳା ଭତରା ଅଭିମନ୍ୟୁ ହରିଜନ, ଭଗବାନ ମାଝୀ, ଘାସିରାମ ହରିଜନ, ଅରୁଣ କୁମାର ପଟ୍ଟନାୟକ, ନବୀନ ନାୟକ, ନଳିନୀ ବିଷୋୟୀ ଓ କମଳା ନାୟକ ପ୍ରମୁଖ ସହଯୋଗ କରିଥିଲେ ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଶହୀଦ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ

masiha

କଲିକତା ଠାରେ ଅନୁଷ୍ଠିତ ଇସକା ଇଣ୍ଡିଆ ଜାତୀୟ କିକ୍ ବକ୍ସିଂ ପ୍ରତିଯୋଗିତା-୨୦୨୫ ରେ କଳାହାଣ୍ଡି ଜିଲ୍ଲାକୁ ୧ ସ୍ୱର୍ଣ୍ଣ ଓ ୪ଟି ବ୍ରୋଞ୍ଜ 

masiha

ଗ୍ରାମ ବିକାଶ ଶିକ୍ଷା ନିକେତନ ଆବାସିକ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ

Sunil Chandra Nayak

Leave a Comment

error: Content is protected !!