ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ଜୁନାଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ଜୁନାଗଡ଼, ୧୬/୧୧(ମ ନି ସ) ଜୁନାଗଡ଼ ସାମ୍ବାଦିକସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛଜି।ଏହି ଅବସରରେ ସଂଘ ପକ୍ଷରୁ ସକାଳୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ର ଠାରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟ କ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଣ୍ଡା ଉପସ୍ଥିତ ହୋଇ ସମସ୍ତଙ୍କୁ ମାର୍ଗଦର୍ଶନ କରିବା ସହ ଉସାହିତ କରିଥିଲେ।ଏହାପରେ ସଂସ୍କୃତି ଭବନ ଠାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ନଗରପାଳ ତଥା ସାମ୍ବାଦିକ ମୁକେଶ ଅଗ୍ରୱାଲ ଯୋଗଦେଥିଲେ।ସଭାପତି ହିମାଂଶୁ ଶେଖର ବରାଡ଼ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ମାନଙ୍କ ସମସ୍ୟା ଓ ସେମାନଙ୍କ ସମାଜ ସେବା ଓ ବିକାଶ ପାଇଁ ରହିଥିବ ଦାୟିତ୍ୱ ବୋଧ ଉପରେ ଆଲୋକପାତ କରାଯାଇଥିଲା।ସାମାଜିକ ସ୍ଥିତବସ୍ଥାରେ ସାମ୍ବାଦିକ ମାନଙ୍କ ଅବଦାନ ଓ ଏହାର ମହତ୍ଵ ଉପରେ ଗୁରୁତ୍ବାରୋପ କରାଯାଇଥିଲା।ନଗରପାଳ ଶ୍ରୀ ଅଗ୍ରୱାଲ ଜୁନାଗଡ଼ ସାମ୍ବାଦିକ ମାନଙ୍କ ସମସ୍ୟା ଉପଲବ୍ଧି କରି ସାମ୍ବାଦିକ ଭବନ ନିର୍ମାଣ ପାଇଁ ଯତ୍ନବାନ ହେବା ସହ ଏହା ନିର୍ମାଣ ପାଇଁ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ସମାଜ ସେବା ପାଇଁ ସଂଘ ତରଫରୁ ଯାହା ଅବଶକ୍ୟ ତାହା ସେ ସହଯୋଗ କରିବେ ବୋଲି ପ୍ରକାଶ କରିଥିଲେ।ସଂଘର ସମ୍ପାଦକ ନରେନ୍ଦ୍ର କ୍ଷିତି,କୂଟରୁ ସରପଞ୍ଚ ତଥା ସାମ୍ବାଦିକ ଗଣେଶ ପଣ୍ଡା, ପ୍ରଭାକର ସେଠି,ନିଜର ବକ୍ତବ୍ୟ ରହିଥିଲେ।ବରିଷ୍ଠ ସାମ୍ବାଦିକ ସୁନ୍ଦରମୋହନ ଛତ୍ରୀୟା ଧନ୍ୟବାଦ ଦେଇଥିଲେ।କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରବିଶଙ୍କର ଶୁନାନୀ,ଖଗେଶ୍ୱର ଧଙ୍ଗ ଡାମାଝୀ ,କୁମରମଣିଦୁର୍ଗା, ରଜନୀକାନ୍ତ ମିଶ୍ର, ରାକେଶ ବେମାଲ, ଆଦିତ୍ୟ ମହାନ୍ତି,ସୁନୀଲ ସିଂ, ଅଂଶୁମାନ ଯୋଶୀ, ବ୍ୟୋମକେଶ ପୁରୋହିତ,ଉଗ୍ରେସନ କନ୍ଦପାନ,ମନୋଜ ଧଙ୍ଗଡାମାଝୀ,ପ୍ରମୁଖ ସହ ଅନେକ ସାମ୍ବାଦିକ ଉପସ୍ଥିତ ରହି ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

କଳାକାରର ମୃତ୍ୟୁ ନାହିଁ , କଳାକାର ପ୍ରେମଚାନ୍ଦ ପଟ୍ଟନାୟକ ଶ୍ରାଦ୍ଧ ବାର୍ଷିକୀ ପାଳିତ

masiha

ବୁଲା କୁକୁର ସମସ୍ୟାର ସ୍ଥାୟୀ ସମାଧାନ କେବେ? ; ସାନଖେମୁଣ୍ଡିରେ ଟିକାକରଣକୁ ନେଇ ଚର୍ଚ୍ଚା

Sunil Chandra Nayak

ସଂଗ୍ରାମ ପତି ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିଚାରଣ ସଭା

Leave a Comment

error: Content is protected !!