ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜିଲ୍ଲା ସ୍ତରୀୟ ଦୌଡ଼କୁଦ ଓ ଖେଳ ପ୍ରତିଯୋଗିତା ଉଦଯାପିତ

ପାପଡାହାଣ୍ଡି,10/01, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଲାଲବହାଦୁର ଉଚ୍ଚ ବିଦ୍ୟାଳୟ ମିନି ଷ୍ଟାଡିୟମ ଠାରେ ଚାଲିଥିବା ଜିଲ୍ଲା ସ୍ତରୀୟ ଦୌଡ଼କୁଦ ଓ ଖେଳ ପ୍ରତିଯୋଗିତା ମଙ୍ଗଳବାର ଉଦଯାପିତ ହୋଇଯାଇଛି | ଜିଲ୍ଲା ଗୋଷ୍ଟି ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡା.କମଳଲୋଚନ ମିଶ୍ର, ସମ୍ମାନିତ ଅତିଥି ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା,ତହସିଲଦାର ଯୋଗେଶ୍ୱର ଭୋଇ ଏଡିଇଓ ଡା. ରେଶମଲାଲ ନାୟକ, ଏଡିଈଓ ବିଶ୍ୱନାଥ ସାହୁ, ବିଇଓ ବୀରେନ୍ଦ୍ର କୁମାର ପାଢ଼ୀ,, ଡ଼ିଏସଏସଓ ମହେନ୍ଦ୍ର ସାହୁ ଲାଲ ବହାଦୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଭାରତୀ ବିଷୋୟୀ ସହ ଜିଲ୍ଲା ର ସମସ୍ତ ବିଇଓ ପ୍ରମୁଖ ମଞ୍ଚାସିନ ରହିଥିଲେ | ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ ଜଣେ ଖେଳାଳି କେବେ ମଧ୍ୟ ହାରେନି, ଖେଳାଳି ଆସି ଖେଳାଳି ମନଭାବ ନେଇ ଖେଳିଥାନ୍ତି | ଦୁଇ ଦିନ ଧରି ଚାଲିଥିବା କ୍ରୀଡା ପ୍ରତିଯୋଗିତା ରେ ବରିଷ୍ଠ ବର୍ଗ ର ବାଳକ ଓ ବାଳିକା ବିଭାଗ ରେ ଜିଲ୍ଲା ର 10 ଗୋଟି ବ୍ଲକ ରୁ 435 ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ 80 ଜଣ ଖେଳ ଶିକ୍ଷକ ଉପସ୍ଥିତ ଥିଲେ | ଦୁଇ ଦିନ ଭଲିବଲ, ଦୌଡ଼, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ବ୍ୟଡ଼ମୀଣ୍ଟନ, କବାଡି,ହେଣ୍ଡ ବୋଲ,ଖୋକ ପ୍ର ତିଯୋଗିତା ରେ 200 ଜଣ ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେବେ ବୋଲି ସୂଚନା ମିଳିଛି | ମଞ୍ଚ ପରିଚାଳନା ଭାଗି ମହାନ୍ତି କରିଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ଭାରତୀ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମ କୁ ଏବିଇଓ ବାଲକ ଦାସ ରନ୍ଧାରୀ, ଆଇପି ବିଭାସ ଦେ,ଖେଳ ଶିକ୍ଷକ ପ୍ରଭାତ ପଟ୍ଟନାୟକ,ମନରଞ୍ଜନ ପ୍ରହରାଜ,କାଲି କିଙ୍କିର ପଟ୍ଟନାୟକ, ଯାଉଲ ହୁସେନ, ପ୍ରଭାତ ପଟନାୟକ ପ୍ରମୁଖ ସହଯୋଗ କରିଥିଲେ | ଏହି ଅବସରରେ ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ନାରାୟଣ ପାଇକରାୟ ସହିତ ଜିଲ୍ଲାର ଅନେକ ପରାମର୍ଶଦାତା ପ୍ରକାଶୀନି ଚୌଧୁରୀ,କମଳାକାନ୍ତ ରାଉତ, ଅରୁଣ କୁମାର ଗିରି, ଦେବପ୍ରସାଦ ମଲ୍ଲ, ଦେବବନ୍ଧୁ ଦେବଦାସ ଜେନା ସହଯୋଗ କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

କେ କଲ୍ୟାଣୀ ପାତ୍ର ଅନ୍ତ ରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ 

Sunil Chandra Nayak

23 ତମ ସ୍ଵ.ଯାଦବ ମାଝୀ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ

Sunil Chandra Nayak

୧୧ତମ ରାଜ୍ଯ ମୁଏଥାଇ ଚାମ୍ପିଅନସିପ ୨୦୨୩ – ଉଦଯାପିତ

Leave a Comment

error: Content is protected !!