ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ, ରାଉରକେଲା ପକ୍ଷରୁ ବୈଷୟିକ ଗଣମାଧ୍ୟମ ସୂଚନା ସାକ୍ଷରତା କାର୍ଯ୍ୟକ୍ରମ

. ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ, ରାଉରକେଲା ପକ୍ଷରୁ ବୈଷୟିକ ଗଣମାଧ୍ୟମ ସୂଚନା ସାକ୍ଷରତା କାର୍ଯ୍ୟକ୍ରମ

ରାଉରକେଲା/ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ, ରାଉରକେଲା ପକ୍ଷରୁ ବୈଷୟିକ ଗଣମାଧ୍ୟମ ସୂଚନା ସାକ୍ଷରତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟ ପକ୍ଷରୁ ନୂତନଭାବେ ଆରମ୍ଭ ହୋଇଥିବା ସାମ୍ବାଦିକ ଓ ଗଣମାଧ୍ୟମ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ବିଜୟ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ପ୍ରଫେସର ବେହେରା ଏହି ଅବସରରେ ମହାବିଦ୍ୟାଳୟ ପକ୍ଷରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନରେ ପ୍ରଥମ ଥର ପାଇଁ କୌଣସି ସାଧାରଣ ମହାବିଦ୍ୟାଳୟ ଆରମ୍ଭ ହୋଇଥିବା ସାମ୍ବାଦିକ ଏବଂ ଗଣଯୋଗାଯୋଗ ପାଠ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଆସନ୍ତା ଦିନରେ ଏହି ପାଠ୍ୟକ୍ରମର ଉପାଧ୍ୟୁତ୍ତର ଶ୍ରେଣୀ ମହାବିଦ୍ୟାଳୟରେ ଆରମ୍ଭ ନିମନ୍ତେ ଆବଶ୍ୟକ ପ୍ରସ୍ତୁତି ଚାଲିଛି। ଦିନକୁ ଦିନ ସାମ୍ବାଦିକ ଏବଂ ଗଣଯୋଗାଯୋଗ ପାଠ୍ୟକ୍ରମ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ୁଥିବାରୁ ଏହି ପାଠ୍ୟକ୍ରମ ବେଶ୍‌ ଉପାଦେୟ ହୋଇପାରିବ ବୋଲି ପ୍ରଫେସର ବେହେରା କହିଥିଲେ। ବୈଷୟିକ ଗଣମାଧ୍ୟମ ସୂଚନା ସାକ୍ଷରତା କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ପ୍ରକାରର ଗଣମାଧ୍ୟମ ଓ ଏହାର ଉପଯୋଗିତା ସହିତ ଗଣମାଧ୍ୟମରେ ଆଦର୍ଶ, ନୀତି ଓ ନିରପେକ୍ଷତା ସମ୍ପର୍କରେ ସେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଉରକେଲା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ମହାବିଦ୍ୟାଳୟର ପୁରାତନ ଛାତ୍ରୀ ସୀମା ଫାତିମା ଏକ୍କା ଯୋଗଦେଇ ଗଣମାଧ୍ୟମର ସ୍ୱରୂପ ସମ୍ପର୍କରେ କହିଥିଲେ। ବିଶେଷ କରି ବର୍ତ୍ତମାନ ସମୟରେ ବହୁଳ ପ୍ରସାରିତ ସାମାଜିକ ଗଣମାଧ୍ୟମ ଓ ଯୁବବର୍ଗଙ୍କ ଦ୍ୱାରା ଏହାର ସଠିକ ପରିଚାଳନା ଓ ଉପଯୋଗ ସମ୍ପର୍କରେ ସେ ଆଲୋଚନା କରିଥିଲେ। ସମ୍ପ୍ରତି ଗଣମାଧ୍ୟମ ଓ ଯୋଗାଯୋଗ ସହିତ ସୂଚନା ଏବେ ସମସ୍ତଙ୍କ ଜୀବନର ଅପରିହାର୍ଯ୍ୟ ଆବଶ୍ୟକତା ହୋଇଯାଇଛି। ତେଣୁ ସମସ୍ତ ପ୍ରକାରର ଗଣମାଧ୍ୟମର ଉଚିତ ବ୍ୟବହାର ସମ୍ପର୍କରେ ବିଭିନ୍ନ ବର୍ଗର ବ୍ୟକ୍ତି ସଚେତନ ହେବା ନିମନ୍ତେ ଶ୍ରୀମତୀ ଏକ୍କା ଆହ୍ୱାନ ଦେଇଥିଲେ। ସାମ୍ବାଦିକ ଓ ଗଣଯୋଗାଯୋଗ ବିଭାଗର ବିଭାଗୀୟ ମୁଖ୍ୟ ଆଭାସ କୁମାର ହୋତା ତାଙ୍କ ବକ୍ତବ୍ୟରେ ସୂଚନା ଓ ଗଣଯୋଗାଯୋଗର ଆବଶ୍ୟକତା ଏବଂ ଗୁରୁତ୍ୱ ସହିତ ଏହାର ସଠିକ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଗଣଯୋଗାଯୋଗ ବିଭାଗର ଛାତ୍ରୀ ନିକିତା ନନ୍ଦ କୁଜୁର ଓ ଆର୍‌ୟାନ ଚତୁର୍ବେଦୀ ବୈଶ୍ୱିକ ଗଣମାଧ୍ୟମ ସୂଚନା ସାକ୍ଷରତା କାର୍ଯ୍ୟକ୍ରମର ପ୍ରସଙ୍ଗ – ଡିଜିଟାଲ ବ୍ୟବସ୍ଥାରେ ଗଣମାଧ୍ୟମ ଓ ସୂଚନା ସାକ୍ଷରତା ବନାମ ବୈଷୟିକ ସାମୁହିକ ପାଇଁ ଆହ୍ୱାନ ଶୀର୍ଷକର ବିଭିନ୍ନ ଦିଗ ଉପରେ ବକ୍ତବ୍ୟ ରଖିଥିଲେ। ଗଣଯୋଗାଯୋଗ ବିଭାଗର ଅଧ୍ୟାପକ ମହେନ୍ଦ୍ର ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ। ଏଥିରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ପ୍ରାଧ୍ୟାପକ, ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ସହିତ ଯୁକ୍ତ ଦୁଇ, ସ୍ନାତକ ଓ ସ୍ମାତକୋତ୍ତର ବର୍ଗର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଓ ଡାକ୍ଟର ନିଯୁକ୍ତି ଦାବୀ ନେଇ ଆମରଣ ଅନଶନ

Sunil Chandra Nayak

ଓପନ ସୁନ୍ଦରଗଡ ଡେଡଲିଫ୍ଟ ଚମ୍ପିୟାନସିପ ଆସନ୍ତା ୭ ରେ….

Sunil Chandra Nayak

ଜୟପାଟଣା ଠାରେ ନୂତନ ବରିଷ୍ଠ ଦେୱାନୀ ତଥା ସହକାରୀ ଦୌରା ଜଜ୍ ଙ୍କ ଅଦାଲତ ଉଦଘାଟିତ

Leave a Comment

error: Content is protected !!