ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବଦଳି ବାତିଲ ଦାବି : ଜିଲ୍ଲାପାଳଙ୍କୁ ଭେଟିଲେ ନିର୍ବାଚିତ ପ୍ରତିନିଧି ଦଳ 

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବଦଳି ବାତିଲ ଦାବି :

ଜିଲ୍ଲାପାଳଙ୍କୁ ଭେଟିଲେ ନିର୍ବାଚିତ ପ୍ରତିନିଧି ଦଳ 

ଲାଞ୍ଜିଗଡ, ୨୧/୦୯(ମନିସ )-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମଙ୍କୁ ଥୁଆମୂଳ ରାମପୁର ବ୍ଲକକୁ ଡେପୁଟେସନ କରାଯାଇଛି। ତେବେ ତାଙ୍କ ଡେପୁଟେସନକୁ ନେଇ ଲାଞ୍ଜିଗଡ ବ୍ଲକରେ ଦେଖାଦେଇଛି ଗଭୀର ଅସନ୍ତୋଷ। ଏପରିକି ଲାଞ୍ଜିଗଡ ବ୍ଲକରେ ଏବିଡିଓ ପଦବୀ ଖାଲି ଥିବାବେଳେ ଶ୍ରୀ ହେମ୍ବ୍ରମ ଲାଞ୍ଜିଗଡ ବ୍ଲକ ପାଇଁ ମଂଜୁର ହୋଇଥିବା ପାଞ୍ଚ ହଜାର ପ୍ରଧାନମନ୍ତ୍ରୀ ଜନମନ ଯୋଜନା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟ, ମନରେଗା କାର୍ଯ୍ୟର ତଦାରଖ କରୁଛନ୍ତି। ସେହିପରି ଆଇଟିଡିଏ ଥୁଆମୂଳ ରାମପୁରର ମଧ୍ୟ ସେ ସହକାରୀ ନିର୍ବାହୀ ଯନ୍ତ୍ରୀ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ଲାଞ୍ଜିଗଡ ବ୍ଲକର ୨୬ଟି ପଞ୍ଚାୟତ ପାଇଁ ମାତ୍ର ୬ ଜଣ କନିଷ୍ଠ ଯନ୍ତ୍ରୀ ଥିବାବେଳେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ହେମ୍ବ୍ରମଙ୍କ ଉପରେ ରହିଛି ଗୁରୁଦାୟିତ୍ୱ। ତାଙ୍କୁ ଡେପୁଟେସନରେ ଅନ୍ୟତ୍ର ନିଆଗଲେ ଲାଞ୍ଜିଗଡ ବ୍ଲକର ଅନେକ ଉନ୍ନୟନ କାର୍ଯ୍ୟ ସମେତ ପ୍ରଧାନମନ୍ତ୍ରୀ ଜନମନ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମନରେଗା ଯୋଜନା ଆଦି ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ଏହାକୁ ନେଇ ବ୍ଲକ ବ୍ୟାପି ଅସନ୍ତୋଷ ପ୍ରକାଶ ପାଉଥିବାବେଳେ ଆଜି ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ନେତୃତ୍ୱରେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ପାହାଡ଼ପଦର ସମିତିସଭ୍ୟ ଜଗଦୀଶ ବେନିଆ, କାନକୁଟ୍ରୁ ସମିତିସଭ୍ୟ ମନୋହର ହରପାଲ, ସମାଜସେବୀ ହରିଶଙ୍କର ପାତ୍ରଙ୍କୁ ନେଇ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ସାକ୍ଷାତ କରି ଏକ ଦାବିପତ୍ର ଦେବା ସହିତ ଆଲୋଚନା କରିଥିଲେ। ଏନେଇ ଜିଲ୍ଲାପାଳ ପଦକ୍ଷେପ ନେବେ ବୋଲି କହିଥିବା ଜଣାପଡିଛି।

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ପଡ଼ାରଗୁଡା ଠାରୁ ଚିତାବେଡା ରାସ୍ତାର ଦୁରାବସ୍ଥା କହିଲେ ନ ସରେ:ଯାତାୟତ ବାଧାପ୍ରାପ୍ତ l ସମୟ ଚାରି ଘଣ୍ଟା l

masiha

‘ମୋନ୍ଥା’ ପ୍ରଭାବ ରେ ଓଷାଦେବୀ ହାଇସ୍କୁଲରଛାତ୍ରୀନିବାସ ପାଚେରୀ ଭାଙ୍ଗିଲା 

Sunil Chandra Nayak

ତେଣ୍ଡରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ 

masiha

Leave a Comment

error: Content is protected !!