ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଉତ୍କଳ ଆର୍ଟିଷ୍ଟସ ଏସୋସିୟେଶନ ପକ୍ଷରୁ ସେଲେବ୍ରିଟୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା/ରାଉରକେଲା ସ୍ଥିତ ଉତ୍କଳ ଆର୍ଟିଷ୍ଟସ ଆସୋସିଏସନ୍ ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଉରକେଲା ରେ ଆଠ ଗୋଟି ଦଳ କୁ ନେଇ ଆସନ୍ତା ୨୪,୨୫ ଏଵଂ ୨୬ ଫେବୃଆରୀ ରେ ସେଲେବ୍ରିଟି ପ୍ରିମିୟର ଲିଗ ନାମରେ ଏକ ନିଆରା କ୍ରିକେଟ ଟୁର୍ଣ୍ଣାମେଣ୍ଟ ସିଭିଲ ଟାଉନ ସ୍ଥିତ ଲାଇଫ ଲାଇନ ହସ୍ପିଟାଲ ସମ୍ମୁଖ ଏଲଆଇସି କଲୋନୀ ର ମିନି ଷ୍ଟାଡ଼ିୟମ୍ ରେ ଆୟୋଜନ କରିବାକୁ ସ୍ଥିର କରିଛି । ଏହି ସିପିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଭାଗ ନେଉଥିବା ପ୍ରତ୍ୟେକ ଦଳ ରେ ରାଉରକେଲା ର ଆର୍ଟିଷ୍ଟସ ଏବଂ ଦେଶ ପ୍ରଦେଶ ରେ ସୁନାମ ଅର୍ଜନ କରିଥିବା ସେଲେବ୍ରିଟି ମାନେ ଭାଗ ନେଉଛନ୍ତି। ଆଜି ଉତ୍କଳ ଆର୍ଟିଷ୍ଟସ ଆସୋସିଏସନ୍ ପରିସର ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଏ ସଂପର୍କରେ ସୂଚନା ପ୍ରଦାନ କରାଯାଇଛି । ଏହି ବୈଠକ ରେ ସେଲେବ୍ରିଟି କ୍ରିକେଟ ଦଳର ସମସ୍ତ ଅଧିନାୟକ ମୋହନ ସାହୁ, ବିଜୟ ନନ୍ଦ, ଅବିନାଶ ମହାପାତ୍ର, ଗଣେଶ କୁମାର, ଅମିତ ନାୟକ, ସୋନୁ ମୁଖାର୍ଜୀ, ସତ୍ୟଜିତ ଜେନା, ପ୍ରମୁଖ ଭାଗ ନେଇ ହେବାକୁ ଥିବା କାର୍ଯ୍ୟକ୍ରମ କିଭଳି ଆକର୍ଷକ ଓ ସଫଳ ହେଇ ପାରିବ ସେ ନେଇ ନିଜ ନିଜ ର ମତାମତ ପ୍ରକାଶ କରିଥିଲେ।

ଉତ୍କଳ ଆର୍ଟିଷ୍ଟସ ଆସୋସିଏସନ୍ ର ନିର୍ଦ୍ଦେଶକ ସୁରେଶ ନନ୍ଦ ଅମିତ ମାଇତୀ ଓ କାର୍ତ୍ତିକ ରୋହନ ଙ୍କ ନେତୃତ୍ୱ ଏବଂ ଶ୍ରୀ ଗଣେଶ ଇଭେଣ୍ଟ ର ନିର୍ଦ୍ଦେଶକ ଗଣେଶ କୁମାର ଙ୍କ ପରିଚାଳନା ଓ କୁଲଦୀପ, କବିତା ଅଗରୱାଲ, ସୋମାନନ୍ଦ, ରଜଦୀପ ମହାନ୍ତି, ସଚିନ, ପ୍ରିତମଙ୍କ ଓ ଅଶ୍ମିତ୍ ପଟେଲ ଙ୍କ ସହଯୋଗ ରେ ବୈଠକ ସଫଳତା ପୂର୍ବକ ସମ୍ପନ୍ନ ହୋଇଥିଲା l ଏଥି ସହ ରାଉରକଲାବାସୀ ଏହି ନିଆରା ଖେଳକୁ ଦର୍ଶକ ରୂପେ ଉପଭୋଗ କରିବl ଏବଂ ସହଯୋଗ କରିବାକୁ ଆସୋସିଏସନ୍ ତରଫରୁ ଅନୁରୋଧ କରାଯାଇଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଚନ୍ଦୁ ସାହାଣୀ ମେମୋରିଆଲ ଅଲ ଓଡିଶା କ୍ରିକେଟ ଟୁର୍ନାମେଣ୍ଟ ଆରମ୍ବ

masiha

ନବରଙ୍ଗପୁର ଷ୍ଟାଡିୟମ୍ ରେ ଟର୍ଫ୍ ୱିକେଟ ରେ ଖେଳ ଆରମ୍ଭ

masiha

କର୍ଲ।କୋଟ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ନବରଙ୍ଗପୁର କୁ ହରାଇ କଳାହାଣ୍ଡି ଇଲେଭେନ ଚମ୍ପିୟାନ

Sunil Chandra Nayak

Leave a Comment

error: Content is protected !!