ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ ଆଘାତ ଲାଗି ଯୁବକ ମୃତ

ଡାବୁଗାଁ, ୧୮/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଅଞ୍ଚଳା ପଞ୍ଚାୟତ ଅଧୀନ ବନ୍ଧକଣା ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ବିଦ୍ୟୁତ ଆଘାତ ଲାଗି କମଳ ମୁଦୁଲି (୩୨) ଙ୍କର ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ର ଅଞ୍ଚଳା ପଞ୍ଚାୟତ ଅଧୀନ ବନ୍ଧକଣା ଗ୍ରାମର କମଳ ମୁଦୁଲି ଶୁକ୍ରବାର ଅପରାହ୍ନ ପ୍ରାୟ ୪ ଘ. ସମୟରେ ନିଜ ଘରେ ଟିଭି ଲଗାଇବା ପାଇଁ ଟିଭି ତାର ନେଇ ପ୍ଲକରେ ଲଗାଉଥିବା ବେଳେ କରେଣ୍ଟ ସକ ଲାଗି ଥିଲା ଫଳରେ ସେ ତଳେ ପଡି ଯାଇଥିଲେ | ତାଙ୍କୁ ପରିବାର ଲୋକେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ | ଏନେଇ ମୃତକ ର ଭାଇ ବୁଟୁ ମୁଦୁଲି ଶନିବାର ସକାଳେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ଚନ୍ଦନ ସାହୁ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୯/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମେସିନ ରେ ଚାଲିଛି ହଳଦୀଡ଼ଙ୍ଗରି ରୁ ଜଗିଚଟାନ ରାସ୍ତା କାମ ପ୍ରଶାସନ ର ଦୃଷ୍ଟି ପଡୁନି

masiha

ଖଣିସହରରେ ଚୋରା ବ୍ୟବସାୟକୁ ଏଲପିଜି ଗ୍ୟାସ କିଏ ଯୋଗାଉଛି ?

masiha

ବରବାହାଲରେ କଳଙ୍ଗା ସମାଜର ବାର୍ଷିକ ପୂଜା ମହୋତ୍ସବ ପାଳିତ …!!!

masiha

Leave a Comment

error: Content is protected !!