ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅପରାହ୍ନର କାଳବୈଶାଖୀ ତାଣ୍ଡବରେ ଭାଙ୍ଗିଲା ବିରାଟ ଗଛ ଓ ଦୋକାନର ବୋର୍ଡ

ଅପରାହ୍ନର କାଳବୈଶାଖୀ ତାଣ୍ଡବରେ ଭାଙ୍ଗିଲା ବିରାଟ ଗଛ ଓ ଦୋକାନର ବୋର୍ଡ

ରାଉରକେଲା ୨୭/୫, ଆଜି ଦିନର ୪୨ ଡିଗ୍ରୀ ତାପମାତ୍ରା ଓ ଗୁଳଗୁଳି ଥିବା ବେଳେ ଅପରାହ୍ନ ୩ଟା ସମୟରେ କାଳବୈଶାଖୀ ତାଣ୍ଡବରେ ରାଉରକେଲାର ବିଭିନ୍ନ ଅଞ୍ଚଳରେ ଗଛ ଉପୁଡିବା, ଗଛ ଭାଙ୍ଗିବା ସହିତ ମୁଖ୍ଯ ରାସ୍ତାରେ ଥିବା ଦୋକାନର ଏସିପି ବୋର୍ଡରେ ନିର୍ମିତ ବିରାଟ ନାମଫଳକ ଭାଙ୍ଗି ମୁଖ୍ୟ ରାସ୍ତା ଉପରେ ପଡିଯାଇଛି। ଏଥିରେ କୌଣସି ବ୍ୟକ୍ତି ମୃତାହତ ହୋଇଥିବା ଖବର ମିଳିନାହିଁ।

    ଏଠାରେ ସୂଚନା ଯୋଗ୍ୟ ଯେ, କାଳବୈଶାଖୀ ତାଣ୍ଡବରେ ସୋମବାର ଦିନ ରାଉରକେଲା ଇସ୍ପାତ ସହରାଞ୍ଚଳର ସେକ୍ଟର-୨୧, ସେକ୍ଟର-୧, ସେକ୍ଟର-୨ ଏବଂ ସେକ୍ଟର-୨୦ ଅଞ୍ଚଳରେ ତାଣ୍ଡବ ରଚି ବିରାଟ ବିରାଟ ଗଛ ଉପୁଡିବା ସହ ଗଛ ଭାଙ୍ଗି ମନ୍ଦିର ଉପରେ ପଡିବା ସହିତ ସେକ୍ଟର-୨ ପଡିଆରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜଗନ୍ନାଥଙ୍କ ବତିଶି ବେଶ ଦର୍ଶନ ଓ ପଞ୍ଚ ଦିବସୀୟ ବିଷ୍ଣୁ ମହାଯଜ୍ଞର ସେଡକୁ ନଷ୍ଟ କରିଥିଲା। ସେଥି ଯୋଗୁଁ ଶ୍ରୀଜଗନ୍ନାଥଙ୍କ ବତିଶି ବେଶ ଦର୍ଶନ ଓ ପଞ୍ଚ ଦିବସୀୟ ବିଷ୍ଣୁ ମହାଯଜ୍ଞକୁ ୨୯ ତାରିଖକୁ ଘୁଞ୍ଚିଲା ଦିଆଯାଇଛି। କାଳବୈଶାଖୀ ଯୋଗୁଁ ୨୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ବିଦ୍ୟୁତ ଯୋଗାଣ ବ୍ଯାହତ ହୋଇଥିଲା।

      ଆଜି କାଳବୈଶାଖୀ ପ୍ରଭାବରେ ରାଉରକେଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ପବନ ସହ କୁଆପଥର ବୃଷ୍ଟି ଏବଂ ବଜ୍ରପାତ ସହ ବର୍ଷା ଲାଗିରହିଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଚିଲିଗୁଡା ଦଶହରାରେ ମନ ମୋହୁଛି ସାଂସ୍କୃତିକ କାର୍ଯ୍ୟକ୍ରମ 

masiha

ତେରେସିଂହା ବିରାଟ ପର୍ବ: ଗୁପ୍ତ ବନବାସ ନାଟକ ମଞ୍ଚସ୍ଥ

Sunil Chandra Nayak

କଳାହାଣ୍ଡି ରେ ଆଉଟ ସୋରସିଂ କର୍ମଚାରୀଙ୍କ ହାତରେ ଟଙ୍କା କାରବାର , ଅମୃତ ସରୋବର ଅର୍ଥ ହେରଫେର ଅଭିଯୋଗ 

Sunil Chandra Nayak

Leave a Comment

error: Content is protected !!