ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ପ୍ରଧାନ ଶିକ୍ଷକ ଙ୍କ ମୃତ୍ୟୁ ଜଣେ ଶିକ୍ଷୟତ୍ରୀ ଗୁରୁତର

ରାଇଘର (ମ ନି ସ)୧୯/୧ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଜୁନାନି ଛକ ନିକଟରେ ଗୁରୁବାର ସକାଳ ୧୦ ଟା ସମୟରେ ରାଇଘର ରୁ ମଟରସାଇକେଲ ଯୋଗେ ଡୁମୁରିମୁଣ୍ଡା ଡି. ଏନ. କେ ହାଇସ୍କୁଲ ର ପ୍ରଧାନଶିକ୍ଷକ ନିରଞ୍ଜନ ଦାସ ଏବଂ ନିବେଦିତା ବିଦ୍ୟାଳୟ ର ଶିକ୍ଷୟତ୍ରୀ ନମିତା ସ୍ୱାଇଁ ଦୁଇଜଣ ବିଦ୍ୟାଳୟ କୁ ଯିବାବେଳେ ବିପରିତ ଦିଗରୁ ଦ୍ରୁତଗତି ରେ ପିକପ ମୁହା ମୁହିଁ ଧକ୍କାଦେବା ଫଳରେ ଘଟଣା ସ୍ଥଳରେ ଦୁଇଜଣ ପଡିଯାଇଥିଲେ, ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସ ଯୋଗେ ରାଇଘର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ ଚିକିତ୍ସା ପରେ ରାଇଘର ଡାକ୍ତର ଶିକ୍ଷକ ନିରଞ୍ଜନ ଦାସ ଙ୍କୁ ମୃତ ଘୋଷଣା କରିଥିଲେ,ଗୁରୁତର ଥିବା ଶିକ୍ଷୟତ୍ରୀ ନମିତା ସ୍ୱାଇଁ ଙ୍କୁ ଉମରକୋଟ ମେଡିକାଲ ଓ ପରେ କୋରାପୁଟ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ,ଦୁର୍ଘଟଣା ଘଟେଇ ଥିବା ପିକପ କୁ ରାଇଘର ପୋଲିସ ଜବତ କରିଥିବା ଜଣାପଡିଛି , ନିରଞ୍ଜନ ସ୍ୱାଇଁ ଦୀର୍ଘ ୩0 ବର୍ଷ ହେବ ଚାକିରୀ କାରି ଆସୁଥିଲେ ଡୁମୁରିମୁଣ୍ଡା ଗ୍ରାମ ରେ ଜଣେ ଆଦର୍ଶ ଶିକ୍ଷକ ଭାବେ ବେଶ୍ ପରିଚିତ ରହିଥିଲେ , ତାଙ୍କ ମୃତ୍ୟୁ ଖବର ଶୁଣି ରାଇଘର ମେଡିକାଲ ରେ ତାଙ୍କ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ପହଞ୍ଚି ଦୁଃଖ ପ୍ରକାଶ କରିବା ସହ ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କାମାକ୍ଷାନଗର ସହରର ସର୍ଵପୁରାତନ ୧୫୦ ଵର୍ଷ ତଳର କୂଅ ପୁନରୁଦ୍ଧାର 

Sunil Chandra Nayak

ବିଡ଼ିଓ ଙ୍କ କବିତା ସଂକଳନ “ବାବୁଲାଲ”ଉନ୍ମୋଚନ

Sunil Chandra Nayak

ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲ, ଯାଜପୁରରେ ନୂତନ ସିଟି-ସ୍କାନ ମେସିନ୍ ଓ ମେଡିସିନ୍ ଓପିଡି ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!