ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଆଇନ ଶାମୁକା ବ୍ଯବସାୟ ର ପେଣ୍ଠସ୍ଥଳ ପାଲଟିଛି ବାଲିଆପାଳ ବ୍ଲକ ର ସମୂଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ

ଦଲାଲ ଙ୍କ ମାଧ୍ଯମରେ ପଶ୍ଚିମବଙ୍ଗ କୁ ଚାଲାଣ ହେଉଛି କ୍ବିଣ୍ଟାଲ କ୍ବିଣ୍ଟାଲ ଶାମୁକା, ବେଆଇନ କାରବାରକୁ ରୋକିବା ପାଂଇ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ

ଲଙ୍ଗଳେଶ୍ବର – 18/01- (ମ ନି ସ ) – ବାଲିଆପାଳ ବ୍ଲକ ରେ ଦିନକୁ ଦିନ ବଢି ଚାଲିଛି ବେଆଇନ ଶାମୁକା ବ୍ଯବସାୟ , ବ୍ଲକ ର ସମୂଦ୍ର ଉପକୂଳବର୍ତ୍ତୀ ବିଭିନ୍ନ ପଞ୍ଚାୟତ ରେ କିଛି ଅସାଧୁ ବ୍ଯକ୍ତି ଏଭଳି ବେଆଇନ ବ୍ଯବସାୟ ରେ ଲିପ୍ତ ଅଛନ୍ତି, ଦଲାଲ ମାନଙ୍କ ମାଧ୍ଯମରେ ଶାମୁକା ସବୁ ପଶ୍ଚିମବଙ୍ଗ ର ବିଭିନ୍ନ ସ୍ଥାନ କୁ ଚୋରା ଚାଲାଣ ହେଉଛି, ପ୍ରତି ସପ୍ତାହରେ 2 ଶହ କ୍ବିଣ୍ଟାଲ ରୁ ଉର୍ଧ୍ବ ଶାମୁକା ବେଆଇନ ଭାବରେ ବିଭିନ୍ନ ଗାଡି ମାଧ୍ଯମରେ ପଶ୍ଚିମବଙ୍ଗ କୁ ଚୋରାଚାଲାଣ ହେଉଥିବା ଜଣା ପଡିଛି, ଦିନ ଦ୍ବିପହର ରେ ସମୂଦ୍ର ବେଳାଭୂମି ରୁ ଜାଲ ସାହାଯ୍ଯରେ ଶାମୁକା ସଂଗ୍ରହ କରା ଯାଇ ସମୂଦ୍ର ବାଲି ରେ ଶାମୁକା ଗୁଡିକ ପାହାଡ ଭଳି ଗଦା କରା ଯାଉଥିଲେ ମଧ୍ଯ ବିଭାଗୀୟ ଅଧିକାରୀ ନିରବଦ୍ରଷ୍ଟା ସାଜି ପରୋକ୍ଷରେ ଅସାଧୁ ବ୍ଯବସାୟୀ ଙ୍କୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି ,ବାଲିଆପାଳ ବ୍ଲକ ର ସମୂଦ୍ର ଉପକୂଳବର୍ତ୍ତୀ 6 ଟି ପଞ୍ଚାୟତ ର ଅଧିକାଂଶ ଲୋକ ସମୂଦ୍ର ରୁ ମାଛ ମାରି ପରିବାର ପ୍ରତିପୋଷଣ କରିଥାନ୍ତି, ମାତ୍ର ଏବେ କିଛି ଅସାଧୁ ଲୋକ ବେଆଇନ ଭାବେ ଶାମୁକା ବିକ୍ରି କରି ମାଲେମାଲ ହେଉଥିବା ବେଳେ ଲକ୍ଷାଧିକ ଟଙ୍କା ରାଜସ୍ବ ହରାଉଛନ୍ତି ସରକାର, ସେହିପରି ଅଧିକ ଶାମୁକା ସଂଗ୍ରହ ଲକ୍ଷରେ ଧରାଳିମାନେ ବଡ ବଡ ଜାଲ ବସାଉଥିବାରୁ ଜାଲ ଭିତରେ ଜୀଅନ୍ତା ଶାମୁକା ସମେତ ମାଛ ଜାଆଂଳ ମଧ୍ଯ ପଡି ନଷ୍ଟ ହେଉଛି, ବନ୍ଯପ୍ରାଣୀ ଆଇନ ଅନୁଯାୟୀ ସମୂଦ୍ର ରୁ ଶାମୁକା ଧରିବା ଓ ବିକ୍ରି କରିବା ବେଆଇନ ହୋଇଥିବା ବେଳେ ଏହି ନିୟମ କୁ ଫୁ କରି ଉଡାଇ ଦେଉଛନ୍ତି ଶାମୁକା ମାଫିଆ ମାନେ , ବାଲିଆପାଳ ବ୍ଲକ ର ସମୂଦ୍ର ଉପକୂଳବର୍ତ୍ତୀ ଜମ୍ଭିରାଇ ପଞ୍ଚାୟତ ର ସମୂଦ୍ର କୂଳରୁ 200 ରୁ ଉର୍ଧ୍ବ ଲୋକ ପ୍ରତ୍ଯେକ ଦିନ ସମୂଦ୍ର ବେଳାଭୂମି ରେ ଛୋଟ ଫାସ ଥିବା ଜାଲ ବସାଇ ଥାନ୍ତି, ସମୂଦ୍ର ର ଜୂଆର ଆସିଲେ ପାଣି ସହିତ ଜୀବନ୍ତ ଓ ମୃତ ଶାମୁକା ଭାସି ଆସିବା ପରେ ଜୂଆର ଛାଡିବା ପରେ ଶାମୁକା ସବୁ ଜାଲରେ ଲାଗିଯାନ୍ତି, ଏହାପରେ ଶାମୁକା ସବୁ ଗୋଟାଇ ବେଳାଭୂମି ର ବିଭିନ୍ନ ସ୍ଥାନରେ ପାହାଡ ଭଳି ଗଦା କରି ରଖିଥାନ୍ତି, ଯାହା ଫଳରେ ବେଳାଭୂମି ଅପରିଷ୍କାର ହେବା ସହ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେବା ଯୋଗୁଂ ବେଳାଭୂମି କୁ ବୁଲିବାକୁ ଆସୁଥିବା ପର୍ଯ୍ଯଟକ ମାନେ ଭଲରେ ବୁଲାବୁଲି କରି ପାରନ୍ତିନି, ଏହା ବ୍ଯତୀତ ଏହି ଅଞ୍ଚଳ ଅଲିଭ ରିଡଲେ କଇଂଛ ଙ୍କ ଅଣ୍ତାଦାନ ପାଂଇ ଉପଯୁକ୍ତ ସ୍ଥାନ ହୋଇଥିବା ବେଳେ ପ୍ରତ୍ଯେକଦିନ ଶହ ଶହ ଲୋକେ ଶାମୁକା ଧରିବା ପାଂଇ ଜାଲ ବସାଉଥିବାରୁ ଆଉ ଅଲିଭ ରିଡଲେ ମଧ୍ଯ ଦେଖିବାକୁ ମିଳୁନଥିବା କହିଛନ୍ତି ସ୍ଥାନୀୟ ଲୋକେ , ବିଶେଷ କରି ଜମ୍ଭିରାଇ ପଞ୍ଚାୟତ କାର୍ଯ୍ଯାଳୟ ନିକଟରେ ଥିବା ଜଙ୍ଗଲ ବିଭାଗ କାର୍ଯ୍ଯାଳୟ ଠାରୁ ଅଳ୍ପ ଦୂରରେ ଶହ ଶହ ବସ୍ତା ଶାମୁକା ଗଦା ହୋଇ ଥିଲେ ମଧ୍ଯ ବିଭାଗୀୟ ଅଧିକାରୀ ଓ ଦଲାଲ ଙ୍କ ମଧୁଚନ୍ଦ୍ରିକା ଯୋଗୁଂ ଚୁପ ବସିଛି ପ୍ରଶାସନ , ସାଧାରଣତଃ ଏସବୁ ଶାମୁକା ଦଲାଲ ମାନଙ୍କ ମାଧ୍ଯମରେ ପଶ୍ଚିମବଙ୍ଗ ର ବିଭିନ୍ନ ସ୍ଥାନରେ ଥିବା ଚୂନ , କୁକୁଡା ଖାଦ୍ଯ ଓ ମାଛ ଖାଦ୍ଯ ତିଆରି କାରଖାନା କୁ ଯାଉଥିବା ଜଣା ପଡିଛି, ସ୍ଥାନୀୟ ଲୋକଙ୍କ ଦ୍ବାରା ସଂଗୃହୀତ ହେଉଥିବା ଶାମୁକା କୁ ବସ୍ତା ପ୍ରତି 50 ରୁ 100 ଟଙ୍କା ଦେଇ କିଣି ଏହାକୁ ପଶ୍ଚିମବଙ୍ଗ ରେ କ୍ବିଣ୍ଟାଲ ପ୍ରତି 4 ରୁ 5 ହଜାର ଟଙ୍କା ରେ ବିକ୍ରି କରି ମାଲେମାଲ ହେଉଛନ୍ତି ମାଫିଆ ,ଏହି ବେଆଇନ ଶାମୁକା ଚାଲାଣ ରୋକିବା ପାଂଇ ସ୍ଥାନୀୟ ଅଞ୍ଚଳବାସୀ ବିଭାଗୀୟ ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ଯ କେହି କର୍ଣ୍ଣପାତ କରୁନହାନ୍ତି , ତେଣୁ ଏହି ବେଆଇନ କାର୍ଯ୍ଯ କୁ ରୋକିବା ପାଂଇ ଜମ୍ଭିରାଇ ଗ୍ରାମର ଭଗିରଥ ମଣ୍ତଳ , ଗୟା ପ୍ରସାଦ ଜେନା , ମୃତ୍ଯୁଞ୍ଜୟ ରାଉତ , ଜନ୍ମେଜୟ ଗିରି, ହେମନ୍ତ ପ୍ରଧାନ,ହରିପଦ କରଣ , ବିଜୟ ମାଝି, ରବିନ୍ଦ୍ର ମହାନ୍ତି, ବିଜୟ କୁମାର ମଣ୍ତଳ , ରାଜେଶ ଗଙ୍ଗାଇ ପ୍ରମୁଖ ଜିଲ୍ଲାପାଳ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି, ତେବେ ଜଙ୍ଗଲ ବିଭାଗ ଏନେଇ ପ୍ରତିବନ୍ଧକ ଲଗାଇଲେ ପରିବେଶ ସନ୍ତୁଳନ ସହିତ ମାଛ ଯାଆଂଳ ସବୁ ନଷ୍ଟ ହେବାରୁ ମଧ୍ଯ ରକ୍ଷା କରା ଯାଇ ପାରନ୍ତା, ଏନେଇ ଆମେ ବାଲେଶ୍ବର ଜିଲ୍ଲାପାଳ ଙ୍କୁ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଙ୍କୁ ପଚାରିବାରୁ ଖୁବଶୀଘ୍ର ଡି ଏଫ୍ ଓ ଙ୍କୁ ନିର୍ଦେଶ ଦେଇ ବେଆଇନ ଶାମୁକା ଚାଲାଣ ବନ୍ଦ କରାଯିବ ବୋଲି କହିଛନ୍ତି।

ବାଲିଆପାଳ ରୁ ଦିଲ୍ଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ବ୍ରାଉନ ସୁଗାର ଜବତ, ଦୁଇ ଜଣ ଙ୍କୁ ଗିରଫ ଓ଼ କୋର୍ଟ ଫରୱାଡ

Sunil Chandra Nayak

ମୋଟରସାଇକେଲ ଦୁର୍ଘଟଣାରେ ୧ ମୃତ ଓ ୧ ଗୁରୁତ୍ତର

Sunil Chandra Nayak

ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଜୁଆ ଆଡ୍ଡା କୁ ଚଢାଉ ଘଟଣା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ 

masiha

Leave a Comment

error: Content is protected !!