ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ରେ ସମାଜ ସେବୀ ତଥା ସ୍ଵାଧିନତା ସଂଗ୍ରାମୀ ମା ପାର୍ବତୀ ଗିରି ଙ୍କ ଜନ୍ମ ଜୟନ୍ତୀ ପାଳନ

ରାୟଗଡ଼ା: ରାୟଗଡ଼ା ନେତାଜୀ ସଂଯୁକ୍ତ ଶାଖା ଆନୁକୂଲ୍ୟରେ ସମାଜ ସେବି ତଥା ସ୍ୱାଧୀନତା ସଂଗ୍ରାମୀ ମା ପାର୍ବତୀ ଗିରି ଙ୍କ ଜନ୍ମ ଜୟନ୍ତୀ ଅବସରରେ ରାୟଗଡା ନଗର ଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ, ଓଡିଶା ପଶ୍ଚିମ ପ୍ରାନ୍ତ ର ପ୍ରାନ୍ତୀୟ ସେବା ଦିବସ ପାଳନ କରାଯାଇଥିଲା। ଏହି ପରିପେକ୍ଷୀରେ ଆଜି ରାୟଗଡା ସହର ର ସମସ୍ତ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ସ୍ଥାନ ରେ ସ୍ୱଛତା କାର୍ଯ୍ୟକ୍ରମ କରାଯିବା ସହ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଦିଆଯାଇଥିଲା. ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ଡ଼କ୍ଟର ବାଦଲ କୁମାର ତା, ସମାଜସେବୀ ତଥା ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧକ୍ଷା ଶ୍ରୀମତୀ ବିଦୁଲତା ହୁଇକା, ବରିଷ୍ଠ ଆଇନଜିବି ଶ୍ରୀ ପଦ୍ମନାଭ ଦାଶ ଉପସ୍ଥିତ ଥିଲେ । ମା ପାର୍ବତୀ ଗିରି ଥିଲେ ଏପରି ଜଣେ ସ୍ବାଧୀନତା ସଂଗ୍ରାମୀ ଯିଏ ବ୍ରିଟିସ୍‌ଙ୍କ ସହିତ ଲଢ଼ିବା ପାଇଁ ମାତ୍ର ୧୧ ବର୍ଷରେ ସ୍କୁଲ୍ ଛାଡ଼ିବାର ନିଷ୍ପତ୍ତି ନେଇଥିଲେ। ସମାଜସେବା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ। ବରଗଡ଼ ଜିଲ୍ଲାର ସମଲେଇପଦର ଗ୍ରାମରେ ୧୯ ଜାନୁଆରି ୧୯୨୬ରେ ତାଙ୍କର ଜନ୍ମ, । ବିଧବା ଓ ଅନାଥ ଶିଶୁଙ୍କ ଲାଗି ‘କସ୍ତୁରବା ଗାନ୍ଧୀ ମାତୃନିକେତନ’ ନାମରେ ଏକ ଆଶ୍ରମ ପ୍ରତିଷ୍ଠା କରିଥିଲେ। ନିରାଶ୍ରୟ ଶିଶୁଙ୍କ ପାଇଁ ‘ଡକ୍ଟର ସାନ୍ତ୍ରା ବାଳନିକେତନ’ ନାମରେ ଆଉ ଏକ ବାଳାଶ୍ରମ ଖୋଲିଥିଲେ ୧୯୬୧ ମସିହାରେ ବିନୋବା ଭାବେଙ୍କ ଆହ୍ବାନକ୍ରମେ ଭୂଦାନ ଆନ୍ଦୋଳନରେ ସାମିଲ ହୋଇ ଦୀର୍ଘ ୧୨ ବର୍ଷ ମଧ୍ୟପ୍ରଦେଶ, ଓଡ଼ିଶା, ବିହାର, ଉତ୍ତର ପ୍ରଦେଶ, କେରଳ, ଆସାମ ଆଦି ରାଜ୍ୟମାନଙ୍କରେ ପଦଯାତ୍ରା କରିଥିଲେ। ଓଡ଼ିଶାର ଗ୍ରାମାଞ୍ଚଳର ଜେଲ୍‌ମାନଙ୍କର ଅବସ୍ଥାରେ ଉନ୍ନତି ଓ କୁଷ୍ଠ ଦୂରୀକରଣ ଦିଗରେ ମଧ୍ୟ ତାଙ୍କର ଅତୁଳନୀୟ ଅବଦାନ ଥିଲା। ସମ୍ପୂର୍ଣ କାର୍ଯ୍ୟକ୍ରମ କୁ ଶାଖା ର ସ୍ୱୟଂ ସେବକ ଶ୍ରୀ ଆଲୋକ ସ୍ୱାଇଁ, ବିଦ୍ୟା ଭୂଷଣ ପଣ୍ଡା, ଶ୍ୟାମ କୁମାର ଦାଶ, ଶ୍ରୀ ଯୋଗେଶ୍ୱର ଦାଶ, ଶ୍ରୀ ଭାଗିରଥି ଶତପଥୀ, ଶ୍ରୀ ସତ୍ୟ ସେଠି, ଏମ. ବିଦ୍ୟା ସାଗର , ଟି. ନାଗରାଜୂ, ଅଜୟ କୁମାର ଶର୍ମା, ସନ୍ତୋଷ କୁମାର ହିକକା, ରାଜେଶ କୁମାର ପାଣିଗ୍ରାହୀ ଏବଂ ଶ୍ରୀ ରାମଚନ୍ଦ୍ର ହୁଇକା ପରିଚାଳନା କରିଥିଲେ.।

ରାୟଗଡ଼ ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଜଟାପାଣି ଆଦିମ ଜଗାମାଳି ଛଉନୃତ୍ଯ ପ୍ରତିଷ୍ଠାନର ରୌପ୍ୟ ଜୟନ୍ତୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଯୋଗଦାନ

Sunil Chandra Nayak

ଆଳତୁମା ଗ୍ରାମରେ ରଜମହୋତ୍ସବ ପାଇଁ ଦ୍ଵିତୀୟ ପ୍ରସ୍ତୁତି ବୈଠକ

ଅଷ୍ଟମ ସର୍ବଭାରତୀୟ ଆଦିବାସୀ ଥିଏଟର ଓ ନୃତ୍ୟ ମହୋତ୍ସବ ଉଦ୍‌ଘାଟିତ.

masiha

Leave a Comment

error: Content is protected !!