ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ  ଧର୍ମଗଡ ଏଲନିସି ମିଶନ ସ୍କୁଲର ଭାରତୀ ଅଗ୍ରୱାଲ ଙ୍କ ସଫଳତା…

ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ 
ଧର୍ମଗଡ ଏଲନିସି ମିଶନ ସ୍କୁଲର ଭାରତୀ ଅଗ୍ରୱାଲ ଙ୍କ ସଫଳତା…

ଆଜି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। 

ଧର୍ମଗଡ ସ୍ଥିତ ଏଲନିସି ମିଶନ ସ୍କୁଲର ଛାତ୍ରୀ ଭାରତୀ ଅଗ୍ରୱାଲ (ଆସ୍ଥା) ୯୫.୮୦ ପ୍ରତିଶତ ମାର୍କ ରଖି କୃତିତ୍ୱ ଅର୍ଜନ କରିଛନ୍ତି।

ଧର୍ମଗଡ ର ବିଶିଷ୍ଟ ବ୍ୟବସାୟୀ ସୁକଲାଲ ଅଗ୍ରୱାଲ ଙ୍କ ନାତୁଣୀ ତଥା ମାତା ଅଞ୍ଜନା ଅଗ୍ରୱାଲ ଓ ପିତା ମହେଶ ଅଗ୍ରୱାଲ ଝିଅ ଭାରତୀ ଙ୍କ ଏହି ସଫଳତାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ତଥା ସହର ବାସୀ ଙ୍କ ମହଲରୁ ତାଙ୍କୁ ଶୁଭେଚ୍ଛା ପ୍ରଦାନ ଜ୍ଞାପନ କରାଯାଇଛି।

ତାଙ୍କର ସଫଳତା ପଛରେ ସ୍କୁଲ୍ ଶିକ୍ଷକଙ୍କ ପ୍ରେରଣା ଓ ଅଭିଭାବକଙ୍କ ମାନଙ୍କ ଆଶୀର୍ବାଦ ରହିଛି ବୋଲି ଭାରତୀ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

ସୂଚନା ଯୋଗ୍ୟ ଯେ,ଧର୍ମଗଡ ଏଲନିସି ମିଶନ ସ୍କୁଲର ଛାତ୍ରୀ କୃଷ୍ଣା ପ୍ରିୟ ଦର୍ଶନି ବେହେରା ୯୪ ପ୍ରତିଶତ, ରେସମ କାନ୍ତ ପାତ୍ର ୯୨ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଏହି ସ୍କୁଲ୍ ର ମୋଟ ୪୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ସ୍କୁଲ କର୍ତ୍ତୃପକ୍ଷ ଙ୍କ ଠାରୁ ସୂଚନା ଦିଆ ଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଡାକ୍ତର ସଦାନନ୍ଦ ପାଣିଗ୍ରାହି ଙ୍କୁ ମହାତ୍ମା ଗାନ୍ଧୀ ଲାଇଫ ଟାଇମ ଆଚିଭମ୍ୟାଣ୍ଟ ଆୱାର୍ଡ଼ ରେ ସମ୍ବର୍ଦ୍ଧିତ

Sunil Chandra Nayak

କଲେଜ ଛାତ୍ରୀଙ୍କ ଦ୍ବାରା ସ୍ବଚ୍ଛଭାରତ କାର୍ଯ୍ୟକ୍ରମ

Sunil Chandra Nayak

ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. ଶୁଭାଶିଷ ସାହୁ ଜିଲା ସ୍ୱାସ୍ଥ୍ୟସେବା ସମ୍ମାନ ରେ ସମ୍ମାନୀତ

masiha

Leave a Comment

error: Content is protected !!