ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଛ ମାରିବାକୁ ଯାଇ ନଦୀରେ ୨୪ ବର୍ଷୀୟ ଯୁବକ ମୃତ 

ମାଛ ମାରିବାକୁ ଯାଇ ନଦୀରେ ୨୪ ବର୍ଷୀୟ ଯୁବକ ମୃତ 

ଜୁନାଗଡ଼ ( ମ ନି ସ):୧୧/୧୨: // କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ଅନ୍ତର୍ଗତ ମେରମହୁଲ ନିକଟରେ ଥିବା ତେଲ ନଦୀରେ ଅତଡ଼ା ମାଟି ଚାପାରେ ଜଣକ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଉକ୍ତ ଗ୍ରାମର ଭୋଳାନାଥ ଦଳେଇଙ୍କ ପୁଅ ନବୀନ କୁମାର ଦଳେଇ (୨୪) ବୋଲି ଜଣାପଡିଛି । ସେ ଗତକାଲି ତେଲନଦୀକୁ ମାଛ ମାରିବାକୁ ଯାଇଥିଲେ। ନଦୀକୂଳରେ ବନ୍ୟା ଦ୍ୱାରା ବିଭିନ୍ନ ଘାଇ ଗୁଡିକ ସୃଷ୍ଟି ହୋଇଥିବା ବେଳେ ଘାଇ ଭିତରକୁ ମାଛ ଧରିବାକୁ ଗଲାବେଳେକୁ ମାଟି ଅତଡ଼ା ତାଙ୍କ ଉପରେ ପଡିଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଗ୍ରାମବାସୀ ପକ୍ଷରୁ କୁହାଯାଇଛି। ଏ ନେଇ ମୃତକର ବଡ଼ ଭାଇ ସୁଷମା ଦଳେଇ କେଗାଁ ପୋଲିସରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ କେଗାଁ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବାକୁ ପ୍ରଣାପ୍ରାଣେ ଚେଷ୍ଟା କରିଥିଲେ ସୁଦ୍ଧା ଶବ ଉଦ୍ଧାର କରିବାରେ ବିଫଳ ହୋଇଥିଲେ। ଆଜି ସକାଳୁ ପୁଣି କେଗାଁ ପୋଲିସ, ତହସିଲଦାର ଚନ୍ଦନ କୁମାର ନାଏକ, ଗୋଲାମୁଣ୍ଡା ଓ ଭବାନୀପାଟଣା ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଅପରାହ୍ନ ସମୟରେ ଶବଟିକୁ ଉଦ୍ଧାର କରିଥିଲେ । ପୋଲିସ ୬/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବଟିକୁ ଶବ ବ୍ୟବଚ୍ଛେଦ କରିବାକୁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଲୟକୁ ପଠାଇଥିବା ଆଇ ଆଇ ସି ମକୁନ୍ଦ ଦେବ ନାଏକ ସୂଚନା ଦେଇଛନ୍ତି।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ଉତ୍କଳ ସାହିତ୍ୟ ସମାଜ ସମ୍ମାନ ଘୋଷିତ କଥାଶିଳ୍ପୀ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କୁ ‘ଉକଳ ରତ୍ନ’ ରବି ରଥ ପାଇବେ ‘ଉଦୟନାଥ ଷଡ଼ଙ୍ଗୀ ସାମ୍ୱାଦିକତା ସମ୍ମାନ’

masiha

ଢେଙ୍କାନାଳ ମିନା ବଜାର ଗାନ୍ଧି ମନ୍ଦିର ରୋଡ ଠାରେ ସୈାନ୍ଦର୍ୟା ପ୍ରିମିୟମ ସ୍କ୍ରିନ ଆଣ୍ଡ ଲେଜର କ୍ଲିନିକ୍ ଉଦଘାଟିତ

masiha

ମାଆ ଉତ୍ତରାୟଣୀଙ୍କ ଯାତ୍ରା ମହୋତ୍ସବ ; ସୋରଡା ବିଧାୟକଙ୍କ ଆଶୀର୍ବାଦ ଭିକ୍ଷା

Sunil Chandra Nayak

Leave a Comment

error: Content is protected !!