ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅତଡ଼ା ମାଟି ଚାପା ରେ ଯୁବକ ର ମୃତ୍ୟୁ 

ଅତଡ଼ା ମାଟି ଚାପା ରେ ଯୁବକ ର ମୃତ୍ୟୁ 

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ଅନ୍ତର୍ଗତ ମେରମହୁଲ ନିକଟରେ ଥିବା ତେଲ ନଦୀରେ ଅତଡ଼ା ମାଟି ଚାପାରେ ଜଣକ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଉକ୍ତ ଗ୍ରାମର ଭୋଳାନାଥ ଦଳେଇଙ୍କ ପୁଅ ନବୀନ କୁମାର ଦଳେଇ (୨୪) ବୋଲି ଜଣାପଡିଛି । ସେ ମଙ୍ଗଳବାର ତେଲନଦୀକୁ ମାଛ ମାରିବାକୁ ଯାଇଥିଲେ। ନଦୀକୂଳରେ ବନ୍ୟା ଦ୍ୱାରା ବିଭିନ୍ନ ଘାଇ ଗୁଡିକ ସୃଷ୍ଟି ହୋଇଥିବା ବେଳେ ଘାଇ ଭିତରକୁ ମାଛ ଧରିବାକୁ ଗଲାବେଳେକୁ ମାଟି ଅତଡ଼ା ତାଙ୍କ ଉପରେ ପଡିଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଗ୍ରାମବାସୀ ପକ୍ଷରୁ କୁହାଯାଇଛି। ଏ ନେଇ ମୃତକର ବଡ଼ ଭାଇ ସୁଷମା ଦଳେଇ କେଗାଁ ପୋଲିସରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ କେଗାଁ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବାକୁ ପ୍ରଣାପ୍ରାଣେ ଚେଷ୍ଟା କରିଥିଲେ ସୁଦ୍ଧା ଶବ ଉଦ୍ଧାର କରିବାରେ ବିଫଳ ହୋଇଥିଲେ।ବୁଧବାର ସକାଳ ୯ ଟା ରୁ ପୁଣି କେଗାଁ ପୋଲିସ, ତହସିଲଦାର ଚନ୍ଦନ କୁମାର ନାଏକ, ଗୋଲାମୁଣ୍ଡା ଓ ଭବାନୀପାଟଣା ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଅପରାହ୍ନ ସମୟରେ ଶବଟିକୁ ଉଦ୍ଧାର କରିଥିଲେ । ପୋଲିସ ୬/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବଟିକୁ ଶବ ବ୍ୟବଚ୍ଛେଦ କରିବାକୁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଲୟକୁ ପଠାଇଥିବା ଆଇ ଆଇ ସି ମକୁନ୍ଦ ଦେବ ନାଏକ ସୂଚନା ଦେଇଛନ୍ତି।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ପଶ୍ଚିମବଙ୍ଗରେ ନୂତନ ଭାବେ ୫ଟି ଜିଲ୍ଲା ଗଠନ ସହିତ ବେଲଦାରେ ସବ୍‌ଡିଭିଜନ୍ ପ୍ରତିଷ୍ଠା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ତତ୍ପରତା: ଜଳେଶ୍ବରକୁ ସବଡିଭିଜନ ମାନ୍ୟତା କେବେ ?

ଘରୋଇ ଠିକା ସଂସ୍ଥାର ଭାରିଯାନ ଚଳାଚଳ ପାଇଁ ରାସ୍ତା ଅବସ୍ଥା ଶୋଚନୀୟ ମାମଲା

Sunil Chandra Nayak

ସୁନ୍ଦରଗଡ଼ ଜିଲ୍ଲାରେ “ଲୋକକଳା ପାଇଁ ଦିନ ଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!