ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଳିକା ଆତ୍ମରକ୍ଷା ଶିବିର ଉଦଯାପିତ

ବାଲେଶ୍ଵର,୦୧/୦୨/୨୩-ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କୁପାରୀ ସ୍ଥିତ ଡ଼.ହରେକୃଷ୍ଣ ମହତାବ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜାନୁଆରୀ ୯ ତାରିଖ ଠାରୁ ଆରମ୍ଭ ହୋଇଥିବା ଛାତ୍ରୀ ଆତ୍ମରକ୍ଷା ଶିବିର ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମ ସଂଯୋଜିକା ମାଳତୀ ହାତୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାଲିମ ଛାତ୍ରୀ ଜୟଶ୍ରୀ ସାମଲ କଳା, ବାଣିଜ୍ୟ ଓ ବିଜ୍ଞାନର ୧୩୬ ଜଣ ଛାତ୍ରୀଙ୍କୁ ୫ଟି ପର୍ଯ୍ଯାୟରେ ଆତ୍ମରକ୍ଷାର ବିଭିନ୍ନ କୌଶଳ ଶିକ୍ଷାଇ ଥିଲେ । ୨୮ ତାରିଖରେ ଜିଲ୍ଲା ପର୍ଯ୍ଯବେକ୍ଷଣ କମିଟି ବିଦ୍ୟାଳୟ ପରିଦର୍ଶନରେ ଆସି ସନ୍ତୋଷ ପ୍ରକାଶ କରିଥିଲେ । ଅଧ୍ଯକ୍ଷଙ୍କ ରାମକୃଷ୍ଣ ନାୟକଙ୍କ ପୌରହିତ୍ଯରେ ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରାଧ୍ୟାପକ ସୁରେନ୍ଦ୍ର ରାଉତ, ଅଧ୍ଯାପିକା ଗୀତାଞ୍ଜଳୀ ମହୁରୀ ଓ କବିତା ବଳବନ୍ତରାୟ ପ୍ରମୁଖ ଯୋଗଦେଇ ଛାତ୍ରୀମାନେ କିଭଳି ନିଜକୁ ସୁରକ୍ଷିତ ରଖିପାରିବେ ସେ ବିଷୟରେ ସବିଶେଷ ସୂଚନା ଦେଇଥିଲେ । ଶେଷରେ ସମସ୍ତ ଛାତ୍ରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପୋଖରୀ କୁ ଗାଧୋଇବା କୁ ଯାଇ ଶିଶୁ କନ୍ୟା ମୃତ : ଅପମୃତ୍ୟୁ ମାମଲା ରୁଜୁ

Sunil Chandra Nayak

କଙ୍କଡ଼ାହାଡ଼ ଗ୍ରାମରେ ଅବସର ବିନୋଦନ କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନର ଶୁଭ ଉଦ୍ଘାଟନ

ପୁଲିଙ୍ଗପଦର ଗ୍ରାମ ଠାରେ ଥୁଆମୁଳ ରାମପୁର ତାଲୁକ ଆଇନ ପ୍ରାଧିକରଣ ସମିତି ପକ୍ଷରୁ “ନାଳସା” ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!