ବାଲେଶ୍ଵର,୦୧/୦୨/୨୩-ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କୁପାରୀ ସ୍ଥିତ ଡ଼.ହରେକୃଷ୍ଣ ମହତାବ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜାନୁଆରୀ ୯ ତାରିଖ ଠାରୁ ଆରମ୍ଭ ହୋଇଥିବା ଛାତ୍ରୀ ଆତ୍ମରକ୍ଷା ଶିବିର ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମ ସଂଯୋଜିକା ମାଳତୀ ହାତୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାଲିମ ଛାତ୍ରୀ ଜୟଶ୍ରୀ ସାମଲ କଳା, ବାଣିଜ୍ୟ ଓ ବିଜ୍ଞାନର ୧୩୬ ଜଣ ଛାତ୍ରୀଙ୍କୁ ୫ଟି ପର୍ଯ୍ଯାୟରେ ଆତ୍ମରକ୍ଷାର ବିଭିନ୍ନ କୌଶଳ ଶିକ୍ଷାଇ ଥିଲେ । ୨୮ ତାରିଖରେ ଜିଲ୍ଲା ପର୍ଯ୍ଯବେକ୍ଷଣ କମିଟି ବିଦ୍ୟାଳୟ ପରିଦର୍ଶନରେ ଆସି ସନ୍ତୋଷ ପ୍ରକାଶ କରିଥିଲେ । ଅଧ୍ଯକ୍ଷଙ୍କ ରାମକୃଷ୍ଣ ନାୟକଙ୍କ ପୌରହିତ୍ଯରେ ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରାଧ୍ୟାପକ ସୁରେନ୍ଦ୍ର ରାଉତ, ଅଧ୍ଯାପିକା ଗୀତାଞ୍ଜଳୀ ମହୁରୀ ଓ କବିତା ବଳବନ୍ତରାୟ ପ୍ରମୁଖ ଯୋଗଦେଇ ଛାତ୍ରୀମାନେ କିଭଳି ନିଜକୁ ସୁରକ୍ଷିତ ରଖିପାରିବେ ସେ ବିଷୟରେ ସବିଶେଷ ସୂଚନା ଦେଇଥିଲେ । ଶେଷରେ ସମସ୍ତ ଛାତ୍ରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ