ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିଲ୍ ଟାଉନ ଡେଭଲପମେଣ୍ଟ କମିଟି ର କର୍ମକର୍ତା ଚୟନ

ହିଲ୍ ଟାଉନ ଡେଭଲପମେଣ୍ଟ କମିଟି ର କର୍ମକର୍ତା ଚୟନ

ଭବାନୀପାଟଣା/ଭବାନୀପାଟଣା ସହର ଅନ୍ତର୍ଗତ ହିଲ ଟାଉନ ପଶ୍ଚିମ ଦିଗର ଲେନ ନଂ ଏକ ଓ ଦୁଇ ଲେନ କୁ ନେଇ ଗଠିତ ଡେଭଲପମେଣ୍ଟ କମିଟି ର ବୈଠକ ସ୍ଥାନୀୟ ହିଲ୍ ଟାଉନ ରେ ଅନୁଷ୍ଟିତ ହୋଇଯାଇଛି. ଏହି ବୈଠକରେ ସଭାପତି ପ୍ରମୋଦ ପଟନାୟକ ଅଧକ୍ଷତା କରିବା ସହ ନିର୍ବାଚନ ପରିଚାଳନା କରିଥିଲେ. କମିଟି ର ୪୦ ଜଣ ସଦସ୍ଯଙ୍କ ଉପସ୍ଥିତ ରେ ସର୍ବ ସମ୍ମତି ଭାବେ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି. ସଭାପତି ଭାବେ ଗଣେଶ ପଟ୍ଟନାୟକ, ଉପ ସଭାପତି ଭବାନୀ ଶଙ୍କର ପରିଛା, ସାଧାରଣ ସମ୍ପାଦକ ଦୁଖିଶ୍ଯାମ ପ୍ରଧାନ, ସହ ସମ୍ପାଦକ କେ ସୁନିଲ, କୋଷାଧ୍ୟକ୍ଷ ସଂଗ୍ରାମ କେଶରୀ ରଥ, କାର୍ଯ୍ୟ କାରିଣୀ ସଦସ୍ୟ ସୁଜିତ୍ କୁମାର ଦାସ, ଶିବ ପ୍ରସାଦ ପଣ୍ଡା, ଦୂର୍ଗା ପ୍ରସାଦ ରଥ, ବୀରଭଦ୍ର ବାଡତିଆ, ସୁରୁ ନନ୍ଦ, ଅରୁଣ ଭୋଇ. ଉପଦେଷ୍ଟା ମଣ୍ଡଳୀ ରେ ଡକ୍ଟର ଭାରତ ବନ୍ଧୁ ପଣ୍ଡା, ପ୍ରମୋଦ କୁମାର ପଟ୍ଟନାୟକ, ଉମା ଶଙ୍କର ମୁଣ୍ଡ, ରବିନ୍ଦ୍ର ରାଉତ, ସରୋଜ ପାତ୍ର ପ୍ରମୂଖ ଙ୍କୁ ମନୋନୀତ କରାଯାଇଛି. ନୂତନ ସାଧାରଣ ସମ୍ପାଦକ ଦୁଖିଶ୍ଯାମ ପ୍ରଧାନ ଉପସ୍ଥିତ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ.

 ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍ 

Related posts

ବାଣୀଧାରା ଟ୍ରଷ୍ଟ ଆରମ୍ଭ କଲେ ଜହରମୁକ୍ତ ଜିଲ୍ଲାର ଅଭିଯାନ 

Sunil Chandra Nayak

ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ବ୍ଲକର ବିଭିନ୍ନ ଧାନମଣ୍ଡି ପରିଦର୍ଶନ

masiha

ଉତ୍କଳ ଆଲୁମିନାରେ ‘ସମସ୍ତଙ୍କ ପାଇଁ ପୁଷ୍ଟିକର ଖାଦ୍ୟ’ ଉପରେ ଦୃଷ୍ଟିନିବଦ୍ଧ ସହିତ ବିଶ୍ୱ ପୁଷ୍ଟିସାଧନ ସପ୍ତାହ ପାଳନ

masiha

Leave a Comment

error: Content is protected !!