ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେଗାଁଗ୍ରାମ ପଞ୍ଚାୟତରେ ଜନଶୁଣାଣୀ କାର୍ଯ୍ୟକ୍ରମ

ଗୋଳାମୁଣ୍ଡା/୧୩/3/ମସିହା/ଅଞ୍ଚଳର ବିକାଶ ନିମନ୍ତେ ପ୍ରତି ଗ୍ରାମ ପଞ୍ଚାୟତରେ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରି ତାର ସୁସମାଧାନ କରିବା ପାଇଁ ବ୍ଲକର ସବୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉପସ୍ଥିତ ରେ ସମସ୍ୟା ବୁଝି ପାରୁ ଥିବା ଘଟଣା ଜିଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ଏଭଳି ଚର୍ଚ୍ଚା ଦେଖିବାକୁ ମିଳିଛି ଯେ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକରେ ଅନେକ ସମସ୍ୟା, କେତେବେଳେ ରାସ୍ତା ଘାଟ, ବାର୍ଦ୍ଧକ୍ୟ ଭତ୍ତା, ଆବାସ ଗୃହ, ବିଶୁଦ୍ଧପାନୀୟ ଜଳର ଅଭାବ,ବିଜୁଳି, ଶିକ୍ଷାକ୍ଷେତ୍ରରେ ଶିକ୍ଷକ ଶିକ୍ଷୟିତ୍ରୀର ଅଭାବ,ସ୍ୱାସ୍ଥ୍ୟ ବିଭାଗରେ ଡାକ୍ତର ଅଭାବ, ଏଭଳି ଅନେକ, ଯେଉଁ ସମସ୍ୟା ଅନେକ ତାହା ଗ୍ରାମ ପଞ୍ଚାୟତ ସ୍ତରରେ ଥିବା ଅଧିକାରୀମାନେ ତତ୍ପରତା ଦେଖାଦେବେ ତେବେ ଅନେକ ସମସ୍ୟା ଦୂର ହୁଅନ୍ତା ବି ବୋଲି ଅଞ୍ଚଳବୁଦ୍ଧିଯିବି ମହଲରେ ଚର୍ଚ୍ଚା ହେଉଛି। ସବୁ ସମୟରେ ବ୍ଲକ ପ୍ରସାସନ ଉପରେ ନିର୍ଭର ନେବା ଉଚିତ ନୁହେଁ ବୋଲି ସାଧାରଣ ଲୋକ ମାନେ କହିଛନ୍ତି,ପଞ୍ଚାୟତ ଅଧିକାରୀ ମାନେ ପ୍ରକୁତ ହିତାଧିକାରୀଙ୍କ ଚିନ୍ହଟ କରି ଆବସ ଯୋଜନାରେ ଓ ବାର୍ଦ୍ଧକ୍ୟ ଭତ୍ତା ରେ ସାମିଲ କରାଯିବ ତେବେ ଜନଶୁଣାଣୀ କାର୍ଯ୍ୟକ୍ରମର ମହତପଣିଆ ରହିବ ବୋଲି ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଛି, ଏହି ଜନଶୁଣାଣୀ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣକାରୀ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମାହାନନ୍ଦ ସଭାପତି ଥିବା ବେଳେ ମୁଖ୍ୟ ଅତିଥି ବିଡିଓ ଶ୍ରୀଧର ପଣ୍ଡା, ସମ୍ମାନିତ ଅତିଥି ତହସିଲଦାର ଅଶୋକ ପଣ୍ଡା, ସ୍ଥାନୀୟ ସରପଞ୍ଚ ଅମୃତ ବଛା,ସମିତି ସଭ୍ୟ ଲକ୍ଷଣ ସାହୁ, ୱାର୍ଡ ମେମ୍ବର ରାଧେ ନାଗ, ଗାଁ ସାଥି ଅର୍ଜ୍ଜନ ଭୋଇ, ହରପ୍ରସାଦ ମାଝୀ ପ୍ରମୁଖ ଯୋଗ ଦେଇଥିବା ବେଳେ କେଗାଁ ଇନଚାର୍ଜ ରେଞ୍ଜର ଗୌରଚନ୍ଦ୍ର ସାହୁ ଓ ଭାରପ୍ରାପ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ ବିହାରୀ ପ୍ରମୁଖ ଉପସ୍ଥିତ ରହି ଅନେକ ସମସ୍ୟା ର ସମାଧାନ କରିଥିଲେ ବୋଲି ସ୍ଥାନୀୟ ଜନସାଧାରଣ ଶ୍ରୀ ବିନ୍ଦୁ ମାହାନନ୍ଦ ଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ପ୍ରଗତିଶୀଳ ମସିହା

Related posts

ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ ପକ୍ଷରୁ ମାସିକ କବିତା ଆସର

Sunil Chandra Nayak

ରାଇରଙ୍ଗପୁର ଆଦର୍ଶ ଥାନାରେ ଦିବଂଗତ କନଷ୍ଟେବଳ ଦାମୋଦର ନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

masiha

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ୧୮ତମ ବଳିଦାନ ଦିବସ ପାଇଁ ଜାଲେଶପଟ୍ଟାରେ ପହଞ୍ଚିଲେ ବହୁ ସାଧୁସନ୍ଥ : ସମଗ୍ର ଜିଲ୍ଲା ସମେତ ଆଶ୍ରମ ପରିସରରେ କଡା ସୁରକ୍ଷା ବ୍ୟବସ୍ଥା

Sunil Chandra Nayak

Leave a Comment

error: Content is protected !!