ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାମ ଯଜ୍ଞ ପାଇଁ ଭୂମି ପୂଜା

ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗ୍ରାମ ବାସୀଙ୍କ ଆନୁକୂଲ୍ୟରେ ଆସନ୍ତା ଅପ୍ରେଲ ମାସରେ ଷୋହଳ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହେବ ।ଏଣୁ ଆଜି ଭୂମି ପୂଜା ପୂଜକ ଫକୀର ମୋହନ ପାତ୍ର ଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇଥିଲା ।ଏଥିରେ ନାମ ଯଜ୍ଞ ର କର୍ତ୍ତା ଶ୍ରୀପତି ପଟେଲ ଏବଂ ତାଙ୍କ ପତ୍ନୀ ସୁରେଖା ପଟେଲ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ ।କାର୍ଯ୍ୟକ୍ରମ ରେ ଆୟୋଜକ କମିଟିର ସଭାପତି ମାଧବ ପଟେଲ ,ଉପ ସଭାପତି ଦିଲିପ ପଟେଲ ,ସମ୍ପାଦକ ଦାମୋଦର ପଟେଲ ଏବଂ ସହ ସମ୍ପାଦକ ବେଳସନ ପଟେଲ ମୁଖ୍ୟ ଦାୟିତ୍ୱ ସମ୍ପାଦନ କରିଥିଲେ ।ଆସନ୍ତା ୨ ତାରିଖରେ ଅଧିବାସ ଏବଂ ୩ ଓ ୪ ତାରିଖରେ ନାମ ଯଜ୍ଞ ଅନୁଷ୍ଠିତ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି ।ଏହି କାର୍ଯ୍ୟକ୍ରମ ଚିଲିଗୁଡା ଗ୍ରାମବାସୀ ଙ୍କ ମିଳିତ ସହଯୋଗରେ ଆୟୋଜନ କରାଯାଇଛି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ବର୍ଷା ପବନରେ ଘର ଉପରେ ପଡିଲା ଗଛ,ଅଳ୍ପକେ ବର୍ତ୍ତିଲେ ତିନିଜଣ 

ଡାବୁଗାଁ ରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

masiha

୭୭ ବର୍ଷ ସ୍ଵାଧୀନତା ହେବା ପରେ ମଧ୍ୟ ମୌଳିକ ସୁବିଧାରୁ ଏବେ ବି ବଞ୍ଚିତ ବିଜୁଗୁଡା ଗ୍ରାମ l କେବେ ହେବ ଗ୍ରାମର ବିକାଶ ???

masiha

Leave a Comment

error: Content is protected !!