ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୪ ତମ ବନ ମହୋତ୍ସବ ସପ୍ତାହ ପାଳିତ

ବନ୍ଧୁଗାଁ ତା,୧/୭/୨୩, // କୋରାପୁଟ ଜିଲ୍ଲା ଅନ୍ତର୍ଗତ ଆଜି ଜୟପୁର ହାତୀଶାଳ ନିକଟସ୍ଥ ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟ ପରିସରରେ ୭୪ ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜୟପୁର ବନାଞ୍ଚଳ ଅଧିକାରୀ ଶ୍ରୀ ସଚ୍ଚିଦା ନନ୍ଦ ପରିଡ଼ା, ଫରେଷ୍ଟର୍ ରଞ୍ଜିତା ନାୟକ,ବନ ସଂରକ୍ଷଣ ଜୟପୁରର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତି ରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥିରେ କୃତ୍ତି ପ୍ରତିଯୋଗୀଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା । ବନ ସଂରକ୍ଷଣ ତରଫରୁ ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ ରୋପିତ ହୋଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବିଷ୍ଣୁ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅନ୍ୟ ଅଧ୍ୟାପକ ମାନେ ସହଯୋଗ କରିଥିଲେ । ଏହି ବନ ମହୋତ୍ସବରେ ବୃକ୍ଷ ରୋପଣ ର ଉପକାରିତା ଓ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଗଛ ରୋପଣ କରିଵା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

କାଳୀ ପୂଜାରେ ସଂଗ୍ରାମ କେଶରୀ ପାତ୍ରଙ୍କ ଉପସ୍ଥିତିରେ ଉତ୍ସାହ — ଯୁବ ଆଇକନଙ୍କୁ ଦେଖି ମୁଗ୍ଧ ଯାଜପୁରବାସୀ

Sunil Chandra Nayak

ଆସିଏସଇ ପରୀକ୍ଷାରେ କେରଳ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କ ସଫଳତା

ଶୁଭାରମ୍ଭ ହେଲା ଡିଫାଇନ୍ କଳାହାଣ୍ଡିର ସଦସ୍ୟତା ଅଭିଯାନ

masiha

Leave a Comment

error: Content is protected !!