ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ଆମ୍ବୁଲାନ୍ସ ଗାଡି ଉଦଘାଟିତ ଏବଂ ଜନ୍ମଶ୍ରୀ ମୋବାଇଲ ଆପ ଉତ୍ସର୍ଗୀକୃତ 

ନୂତନ ଆମ୍ବୁଲାନ୍ସ ଗାଡି ଉଦଘାଟିତ ଏବଂ ଜନ୍ମଶ୍ରୀ ମୋବାଇଲ ଆପ ଉତ୍ସର୍ଗୀକୃତ 

କୋରାପୁଟ,୧୬।୪()କୋରାପୁଟ ଜିଲ୍ଲାର ୬ ଟି ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ନୂତନ ୬ଟି ଆମ୍ବୁଲାନ୍ସ ଗାଡି ଉଦଘାଟିତ ହୋଇଯାଇଛି।ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ପରିସରରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, କୋରାପୁଟ ବିଧାୟକ ରଘୁରାମ ମାଛ,ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା,କୋଟପାଡ ବିଧାୟକ ରୂପୁ ଭତ୍ରା, ଜିଲ୍ଲାପାଳ ଭି କୀର୍ତ୍ତି ୱାସନ, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା ଓ ଉପ ସଭାପତି ରାଧା ବିନୋଦ ସାମନ୍ତରାୟ, କୋରାପୁଟ ସାଂସଦଙ୍କ ପ୍ରତିନିଧି ମନୋଜ ଆଚାର୍ଯ୍ୟ , ପଟ୍ଟାଙ୍ଗୀ ବିଧାୟକଙ୍କ ପ୍ରତିନିଧି ରୂପକ ତୁରୁକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ବରୋଦା କାନ୍ତ ମିଶ୍ର, ସ୍ବାସ୍ଥ୍ୟ ମିଶନର ପ୍ରକଳ୍ପ ପରିଚାଳକ ଶୁଭକାନ୍ତ ଗନ୍ତାୟତ, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର ଏବଂ ନାଲକୋ ଅଧିକାରୀଙ୍କ ଉପସ୍ଥିତିରେ ନୂତନ ଆମ୍ବୁଲାନ୍ସ ଗାଡି ଉଦଘାଟନ କରାଯାଇଥିଲା। ନାଲକୋ ସିଏସଆର ଏବଂ ପୁରୁଣା ଡିଏମଏଫରୁ ଆମ୍ବୁଲାନ୍ସ କ୍ରୟ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି। ନନ୍ଦପୁର, କୁନ୍ଦୁଲି, ବନ୍ଧୁଗାଁ, ନାରାୟଣପାଟଣା, ଲମତାପୁଟ ଏବଂ କୁନ୍ଦୁରା ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ଆମ୍ବୁଲାନ୍ସ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।ସେହିପରି ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟ ତଦାରଖ ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନ୍ମଶ୍ରୀ ମୋବାଇଲ ଆପ ଉପସ୍ଥିତ ଅତିଥି ମାନଙ୍କ ଦ୍ବାରା ଉତ୍ସର୍ଗୀକୃତ କରାଯାଇଛି।ପ୍ରତି ଗର୍ଭବତୀ ମହିଳାଙ୍କୁ ମାଗଣାରେ ଅଲଟ୍ରା ସାଉଣ୍ଡ ପରୀକ୍ଷା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।ସବୁ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ମେସିନ କ୍ରୟ କରାଯିବ । କେଉଁଦିନ ମହିଳା ଗର୍ଭବତୀ ମହିଳା ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିବେ ତାହା ଏଏନଏମ ଜଣାଇ ଦେବେ ବୋଲି ସେ କହିଛନ୍ତି ।ସେମାନଙ୍କ ଯିବା ଆସିବା କରିବା ପାଇଁ ଅର୍ଥ ବନ୍ଦୋବସ୍ତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ଉଦ୍ଦେଶ୍ୟରେ ଏହା ଏକ ପ୍ରୟାସ ବୋଲି ସେ କହିଛନ୍ତି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

 

Related posts

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ତରଫରୁ ନେଚରକ୍ୟାମ

Sunil Chandra Nayak

ନିଆରା ଢଙ୍ଗରେ ବିବାହ ବାର୍ଷିକୀ ପାଳିଲେ ଆଦର୍ଶ ଦମ୍ପତି

Sunil Chandra Nayak

୨୫ ତମ କଳାହାଣ୍ଡି ଘୁମୁରା ଉତ୍ସବ ୨୦୨୩ ର ଅନ୍ତିମ ଦିବସ

Sunil Chandra Nayak

Leave a Comment

error: Content is protected !!