ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଶିଳ୍ପ କେନ୍ଦ୍ରରେ ଉଦ୍ୟେଗୀ ଦିବସ ପାଳିତ

ଜିଲ୍ଲା ଶିଳ୍ପ କେନ୍ଦ୍ରରେ ଉଦ୍ୟେଗୀ ଦିବସ ପାଳିତ

ରାୟଗଡ ୦୫.୦୩.୨୦୨୪ ଜିଲ୍ଲା ଶିଳ୍ପ କେନ୍ଦ୍ର, ରାୟଗଡର ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଳ୍ପ କେନ୍ଦ୍ର, ରାୟଗଡ ଓ ଭାରତ ସରକାରଙ୍କ ଏମ୍‍.ଏସ୍‍.ଏମ୍‍.ଇ ଡି. ଏଫ୍‍.ଓ ରାୟଗଡ ମିଳିତ ଆନୁକୂଲ୍ୟରେ ଉଦ୍ୟୋଗୀ ଦିବସ-୨୦୨୪ ପାଳନ ହୋଇଯାଇଛି । ଉକ୍ତ କର୍ମଶାଳାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ନୀତି ଯଥା- ଏମ୍‍. ଏସ୍‍.ଏମ୍‍.ଇ.ଡି ନୀତି, ଶିଳ୍ପ ନୀତି, ଖାଦ୍ୟ ପ୍ରକ୍ରିୟା କରଣ ନୀତି, ମୁଖ୍ୟମନ୍ତ୍ରୀ ସୁଧ ରିହାତି ଯୋଜନା ଓ ଭାରତ ସରକାରଙ୍କ ଯୋଜନା ଯଥା- ପି.ଏମ୍‍.ଇ.ଜି.ପି, ପି.ଏମ୍‍ ବିଶ୍ୱକର୍ମା, ପି.ଏମ୍‍.ଏଫ୍‍.ଏମ୍‍.ଇ ଇତ୍ୟାଦି ଉପରେ ବିସ୍ତୃତି ଆଲୋଚନା କରାଯାଇଥିଲା । ଏଥିରେ ଭାରତ ସରକାରଙ୍କ ଏମ୍‍. ଏସ୍‍.ଏମ୍‍.ଇଡି ଏଫ୍‍. ଓ, ରାୟଗଡା ଦ୍ୱାରା ଲିନ୍‍ ଯୋଜନା ଉପରେ ପଶ୍ଚିମବଙ୍ଗରୁ ଆସିଥିବା ବିଶେଷଜ୍ଞ ଦେବାନ୍‍ ଦାସ ମହାପାତ୍ର ଆଲୋକପାତ କରିଥିଲେ । ଏହି ବୌଠକରେ ଏମ୍‍.ଏସ୍‍.ଏମ୍‍.ଇ ଡି.ଏଫ୍‍ ଓ, ରାୟଗଡର ସହକାରୀ ନିର୍ଦ୍ଦେଶକ ଏନ୍‍. କୋଟି ରତ୍ନମ୍‍, ସାଧାରଣ ପରିଚାଳକ ବିଜୟ କୁମାର ସାହୁ, ସହକାରୀ ଶିଳ୍ପ ଅଧିକାରୀ ସବ୍ୟସାଚୀ ସାହୁ, ଶିଳ୍ପ ବିକାଶ ଅଧିକାରୀ ସୁନିଲ ପଟ୍ଟନାୟକ, ଜିଲ୍ଲା ନିବେଶ ପ୍ରୋତ୍ସାହନକାରୀ ସଂସ୍ଥା ଟିମ୍‍ ଲିଡ୍‍ ଲକ୍ଷ୍ମୀକାନ୍ତ ଜେନା, ବରିଷ୍ଠ ସହାୟକ ତ୍ରିଲୋଚନ ଦାସ, ସହକାରୀ ନିର୍ଦ୍ଦେଶକ (ହସ୍ତଶିଳ୍ପ), ଏଲ୍‍. ଏସ୍‍. ଧାରୁଆ, ହସ୍ତ ଶିଳ୍ପ ବିକାଶ ଅଧିକାରୀ ଉଲ୍ଲାସ ଚନ୍ଦ୍ର ବେହେରା, ପ୍ରୀତି, ସୁଲେମାନ୍‍ ଖାନ୍‍, ରମେଶ ବିଦିକା, ରକି ଆନ୍ଥୋନୀ, ବାସୁଦେବ ମୁଟୁକା, ଜିଲ୍ଲା କ୍ଷୁଦ୍ର ଶିଳ୍ପ ମହାସଂଘର ସଭାପତି କେ. ନରିନ୍‍ କୁମୁଦନ୍‍ ପ୍ରମୁଖ ଯୋଗ ଦେଇଥିଲେ । ଏହି ସଭାରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସହକାରୀ ଶିଳ୍ପ ଅଧିକାରୀ ସବ୍ୟସାଚୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳାରେ ଜିଲ୍ଲାର ଶତାଧିକ ଶିଳ୍ପ ଦ୍ୟୋଗୀ ଯୋଗଦେଇ ସଭାଟିକୁ ସଫଳ କରିଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

୧- ଗହଣାର ଗାଁ କରମୂଳ , ୨- ବୋମା ଖାଇ ବାରହାର ଜୀବନଗଲା , ୩- ଚାଳକଙ୍କ ଦରମା ରେ ଅନିୟମିତତା ନେଇ ଲକ୍ଷ୍ମୀବସ ବନ୍ଦ , ୪- ତନ୍ତିମୁଣ୍ଡା ଖ ଆଶ୍ରମ ବିଦ୍ୟାଳୟରେ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ , ୫-ଢ଼େଙ୍କାନାଳରେ ନୂତନ ଜିଲ୍ଲା ସୂଚ଼ନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଯୋଗଦାନ , ୬- ବ୍ରାହ୍ମଣୀ ନଦୀରେ ଗାଧୋଉ ଥିବା ବେଳେ ପାଣିରେ ବୁଡି ଯୁବକ ମୃତ , ୭- ଆବାସ ଗୃହ ରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ,୮- କାମଧେନୁ ଯୋଜନାରେ ଗାଈ କିଣି ହରଡ଼ଘଣାରେ ଚାଷୀ , ୯-ଉପଖଣ୍ଡ ଚିକିତ୍ସାଳୟ ରେ ଜରୁରୀ କାଳୀନ ଚିକିତ୍ସା ରେ ଅବ୍ୟବସ୍ଥା 

Sunil Chandra Nayak

ଠାକୁରାଣୀ ବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଭାବ ନେଇ ତାଲା ପକାଇଲେ ଗ୍ରାମବାସୀ

Sunil Chandra Nayak

କଳାହାଣ୍ଡି ଜିଲ୍ଲା ଦକ୍ଷତା ପରିଷଦ ବୈଠକ ଅନୁଷ୍ଠିତ , ଆଇ ଟି ଆଇ ଏବଂ ପଲିଟେକନିକ୍ ଅନୁଷ୍ଠାନ ରେ ୩୦ ପ୍ରତିଶତ ଝିଅ ମାନଂକ ନାମ ଭର୍ତି ପାଇଁ ଲକ୍ଷ୍ୟ

Leave a Comment

error: Content is protected !!