ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଗାମୀ ଫେବୃଆରୀରେ ହେବ ମାଣିକେଶ୍ଵରୀ ମହୋତ୍ସବ

ଭବାନୀପାଟଣା,୨୮/୧ ଆସନ୍ତା ଫେବୃଆରୀ ମାସ ୧ ଓ ୨ ତାରିଖ ଦୁଇ ଦିନ ଧରି ଭବାନୀପାଟଣା ଯୁବ ସାଂସ୍କୃତିକ ପରିଷଦ କଳାହାଣ୍ଡି ଆୟୋଜନ କରୁଛି ମାଣିକେଶ୍ଵରୀ ମହୋତ୍ସବ ୨୦୨୩ । ପ୍ରଥମ ଦିନରେ ଓଡ଼ିଶାର ନାମୀଦାମୀ ଭଜନ କଣ୍ଠଶିଳ୍ପୀ ମାନେ ନିଜର ସୁମଧୁର ଭଜନ ପରିବେଷଣ କରିବେ। କଣ୍ଠଶିଳ୍ପୀ ମନ୍ମଥ ମିଶ୍ର, ବିପିନ ବାରିକ, ମୋନାଲିସା ପଣ୍ଡା, ଡ. ଅଜୟ ମିଶ୍ରଙ୍କ ସମେତ ବହୁ ଗାୟକ ଓ ଗାୟିକା ଯୋଗ ଦେବାର କାର୍ଯ୍ୟକ୍ରମ ଅଛି ବୋଲି ଅନୁଷ୍ଠାନର ସଭାପତି ଜଗନ୍ନାଥ ତ୍ରିପାଠୀ ଆଜି ହୋଟେଲ ମିଡଟାଉନରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜଣାଇଛନ୍ତି । ଭବାନୀପାଟଣା ଯୁବ ସାଂସ୍କୃତିକ ପରିଷଦର ସାଧାରଣ ସମ୍ପାଦିକା ସୁପ୍ରଭା ଶତପଥୀ ସମେତ ଆଜିର ସାମ୍ବାଦିକ ସମ୍ମିଳନୀରେ ଶିକ୍ଷାବିତ ପ୍ରଦୀପ ସାହୁ ,ଭୀମସେନ ସାହୁ ଓ ଆଶିଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।।୧ତାରିଖ ପ୍ରଥମ ଦିନ ସକାଳ ୭ଟାରେ ମା ମାଣିକେଶ୍ଵରୀ ମନ୍ଦିରରୁ ମଶାଲ ବାହାରି ଟାଉନ୍ ହଲ୍ ନିକଟରେ ପହଞ୍ଚିବ। ୯ଟା ସମୟରେ ଆରମ୍ଭ ହେବ କଳାହାଣ୍ଡି ଆଇଡଲ ପ୍ରୋଗ୍ରାମ। ସେଥିରେ ବିଭିନ୍ନ ଅଂଚଳରୁ ଆସିଥିବା ସଙ୍ଗୀତ ରୁଚି ରଖିଥିବା ଗାୟକ ଗାୟିକା ମାନଙ୍କ ମଧ୍ୟରେ କଣ୍ଠ ସଙ୍ଗୀତ ପ୍ରତି ଯୋଗିତା ଅନୁଷ୍ଠିତ ହେବ। ସନ୍ଧ୍ୟାରେ ସଭା କାର୍ଯ୍ୟ ହେବ। ସେହିଭଳି ଦ୍ଵିତୀୟ ଦିନରେ ମଧ୍ୟ ସଙ୍ଗୀତ ଓ ଭଜନ ଗାନ କରାଯିବା ସଙ୍ଗେ ସଙ୍ଗେ ସୁର ସଙ୍ଗୀତ ଅନୁଷ୍ଠାନର କଳାକାର ମାନେ ଅର୍କେଷ୍ଟ୍ରା ମାଧ୍ୟମରେ ଚମତ୍କାର ଭାବେ ଶ୍ରୋତାମାନଙ୍କୁ ମନ୍ତ୍ର ମୁଗ୍ଧ କରିବେ ବୋଲି ଜଣାପଡିଛି। ଏହି ଦୁଇ ଦିନ ଭିତରେ ଜିଲ୍ଲାର ବହୁ ପ୍ରତିଭାବାନ ବ୍ୟକ୍ତିତ୍ଵଙ୍କୁ ସମ୍ବର୍ଦ୍ଧିତ କରାଯିବା ସ୍ଥିରୀକୃତ ହୋଇଛି। । ଏଥି ପୂର୍ବରୁ ଜାନୁଆରୀ ପ୍ରଥମ ସପ୍ତାହ ରେ ଜିଲ୍ଲା ସ୍ତରରେ ତ୍ରିସ୍ତରୀୟ କଣ୍ଠ ସଙ୍ଗୀତ ପ୍ରତିଯୋଗୀତା ଶେଷ ହୋଇ ଯାଇଛି ଯାହାକି କୃତି ପ୍ରତିଯୋଗୀଙ୍କୁ ମହୋତ୍ସବ ରେ ପୁରସ୍କୃତ କରାଯିବ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଭୋଟର ତାଲିକା ସଂଶୋଧନ ପାଇଁ ସ୍ବତନ୍ତ୍ର ଅଭିଯାନ

Sunil Chandra Nayak

ବାଲ୍ୟ ବିବାହ କୁ ରୋକିବା ପାଇଁ ଜିଲ୍ଲା ସ୍ତରୀୟ କୌଶଲାତ୍ମକ କାର୍ଯ୍ୟ ଯୋଜନା ୨୦୨୬-୨୯

Sunil Chandra Nayak

ତିରିଂ ଥାନା ପକ୍ଷରୁ ସାଇବର ସୁରକ୍ଷା ସଚେତନତା ରଥ ଓ ସଚେତନତା ଶିବିର 

masiha

Leave a Comment

error: Content is protected !!