ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ବରିଷ୍ଠ ନାଗରିକ ସହାୟତା କେନ୍ଦ୍ରରେ କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମ

ଆଦର୍ଶ ବରିଷ୍ଠ ନାଗରିକ ସହାୟତା କେନ୍ଦ୍ରରେ କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମ 

ରାଉରକେଲା, ୧୬/୫/୨୫ — ଆଧୁନିକ ଜୀବନ ଶୈଳୀ ଯୋଗୁଁ ଆଜିର ସମାଜରେ କର୍କଟ ରୋଗର ଭୟାବହତା ବହୁ ପରିମାଣରେ ବଢ଼ି ଚାଲିଛି। ଏଥିପାଇଁ ଆମର ଅଜ୍ଞାନତା ତଥା ଅବହେଳା ବହୁ ପରିମାଣରେ ଦାୟୀ। ଛେଣ୍ଡ୍ କଲୋନୀ ପୋଲିସ ଷ୍ଟେସନ ସ୍ଥିତ ଆଦର୍ଶ ବରିଷ୍ଠ ନାଗରିକ ସହାୟତା କେନ୍ଦ୍ରରେ ଆୟୋଜିତ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କଟକ ସ୍ଥିତ ‘ପଣ୍ଡା କେନସର ହସ୍ପିଟାଲ’ର ବରିଷ୍ଠ କର୍କଟ ରୋଗ ବିଶେଷଜ୍ଞ ଡ଼ାକ୍ତର ରଣଜିତ କର ଉପରୋକ୍ତ ମତ ପୋଷଣ କରିବା ସହ କର୍କଟ ରୋଗର ପ୍ରକାର ଭେଦ, ଏହାର ଲକ୍ଷଣ, ଏଥିପାଇଁ ଆବଶ୍ୟକ ହେଉଥିବା ପରୀକ୍ଷା ଏବଂ ଚିକିତ୍ସା ସମ୍ପର୍କରେ ବିଶଦ ଭାବରେ ଆଲୋଚନା କରିବା ସହ ଶ୍ରୋତା ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଅତ୍ୟନ୍ତ ସରଳ ଭାବରେ ବୁଝାଇଥିଲେ। ରାଉରକେଲାର ‘ଲାଇଫ ଲାଇନ ହସ୍ପିଟାଲ’ର ଡାକ୍ତର ବ୍ରହ୍ମାନନ୍ଦ ନାୟକଙ୍କ ଆବାହକତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ରର ସଭାପତି ମହେନ୍ଦ୍ର ମହାନ୍ତି ସ୍ବାଗତ ଅଭିଭାଷଣ ଏବଂ ଉପଦେଷ୍ଟା ଡାକ୍ତର ଗୋକୁଳାନନ୍ଦ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ସାଧାରଣ ସମ୍ପାଦକ ବିଜୟ କୁମାର ବରାଳ ଧନ୍ଯବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟ କ୍ରମରେ ସବିତା ସାହୁ, ଡାକ୍ତର ମହେଶ ପ୍ରସାଦ ବେହେରା, ଲକ୍ଷ୍ମଣ ନାଥ ଦାସ, ବେଣୁଧର ମଲ୍ଲିକ, ଭଗବାନ ମହାରଣା, ରମେଶ କୁମାର ପ୍ରଧାନ, ମଧୁସୂଦନ ବଳ, ସୂର୍ଯ୍ୟ ନାରାୟଣ ପଣ୍ଡା, ବିଜୟ କୁମାର ପରିଡ଼ା, ଆଦିକନ୍ଦ ନାୟକ, ଉଦୟ ନାଥ ଜେନା, ଗଜେନ୍ଦ୍ର ସାହାଣୀ, ତ୍ରିଲୋଚନ ମିଶ୍ର, ରମେଶ ଚନ୍ଦ୍ର ସିଂହ, ଯୋଗେଶ୍ୱର ପ୍ରଧାନ, ନିମାଇଁ ପ୍ରସାଦ ରାଉତ, ସରୋଜ କୁମାର ସ୍ବାଇଁ, ଶ୍ରୀକାନ୍ତ ଦାସ, ସନାତନ ସାହୁ, ଶ୍ରୀକାନ୍ତ ଜେନା, ଚିନ୍ମୟ ମହାପାତ୍ର, କନକଲତା ଦାସ, କଲ୍ୟାଣୀ ଦାସ, କ୍ଷୀରୋଦ ବାରିକ, ମୀନତି ମହାନ୍ତି ପ୍ରମୁଖ କର୍ମକର୍ତ୍ତା ଏବଂ କଲୋନୀର ବହୁ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପି ଏମ କିଷାନ ସମ୍ମାନ ନିଧି ହସ୍ତାନ୍ତର ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ 

masiha

ପକ୍ଷୀ ମାନଙ୍କର ଜଳ ସେବା ପାଇଁ ବେଲପଡା ଧୂମାଭଟା ସରପଞ୍ଚ ବନମାଳୀ ନାୟକ ଙ୍କ ମହାନତା

masiha

ବେଲପୋଷିରେ ଏସ୍.ବି.ଆଇ ଶାଖା ଉଦଘାଟିତ 

masiha

Leave a Comment

error: Content is protected !!