ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ରେ ଆଦିବାସୀ ସମାଜର ରାଲି ଓ ସଭା ଅନୁଷ୍ଠିତ

ଜୁନାଗଡ଼ରେ ଆଦିବାସୀ ସମାଜର ରାଲି ଓ ସଭା ଅନୁଷ୍ଠିତ

 କଳାହାଣ୍ଡି୧୦/୧୧/(ମନିସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ଆଜି ଆଦିବାସୀ ସମାଜ ପକ୍ଷରୁ ଏକ ଶୋଭାଯାତ୍ରା ସହ ସଭା କରାଯାଇଥିଲା।ସ୍ତାନୀୟ ଲଙ୍କେଶ୍ୱରୀ ମନ୍ଦିର ଠାରୁ ଶତାଧିକ ଆଦିବାସୀ ପୁରୁଷ ଓ ମହିଳା ବିଭିନ୍ନ ଦାବୀକରି ସ୍ଲୋଗାନ ଦେଇ ଜାତୀୟ ରାଜପଥ ଦେଇ ସହିଦ ରେଣ୍ଡୋ ମାଝୀ ସଂସ୍କୃତି ଭବନକୁ ଆସିଥିଲେ।ସେଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ରାଲି ଓ ସଭାରେ ନେତୃବୃନ୍ଦ ବିଭିନ୍ନ ଦାବି ଯଥା ଦୀର୍ଘ ବର୍ଷ ଧରି ଜୁନାଗଡ଼ଡାକ୍ତରଖାନାରେ ଥିବା ସ୍ୱାସ୍ଥ୍ୟ ଅଧିକାରୀ ଓ ଜୁନାଗଡ଼ ଥାନାଧିକାରୀଙ୍କ ବଦଳି, ସଙ୍କରପଳା ଗ୍ରାମର ମମତା ମାଝୀ ମୃତ୍ୟୁ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ,ଜୁନାଗଡ଼ କନ୍ୟାଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି, ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରିବା ଆଦି ପ୍ରମୁଖ ଦାବି ଉପରେ ଆଲୋଚନା ହୋଇଥିଲା।ଉକ୍ତ ସଭାରେ ପ୍ରମୁଖ ନେତୃତ୍ୱ ମାନଙ୍କ ମଧ୍ୟରେ ଶିବତ୍ସ ଯାନୀ ଜୁନାଗଡ଼ କନ୍ଧ ସମାଜ,ପ୍ରକାଶ ଚନ୍ଦ୍ର ମାଝୀ ଜିଲ୍ଲା ଆଦିବାସୀ ସମାଜ ସଭାପତି, ହୃଦାନନ୍ଦ ମାଝୀ ,ଜୁନାଗଡ଼ ଆଦିବାସୀ ସଙ୍ଘ ସଭାପତି,କିଶୋର ଚନ୍ଦ୍ର ଭୋଇ,ରାଜେନ୍ଦ୍ର ଭୋଇ,ମୋହନ ମାଝୀ, ହରେକୃଷ୍ଣ ମାଝୀ,ନିରଞ୍ଜନ ମାଝୀ,ବିଘ୍ନରାଜ ମାଝୀ,ଶ୍ରୀରାମ ଯାନୀ,ଭାସ୍କର ଭୋଇ, କୃଷ୍ଣଚନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ। । ଆଗାମୀ ଦିନରେ ଏହି ଦାବି ଗୁଡିକୁ ପୂରଣ କରିବା ଦିଗରେ ପ୍ରଶାସନ ଯତ୍ନବାନ ନ ହେଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଜୁନାଗଡ଼ ବ୍ଲକ ସଭାପତି ହୃଦାନନ୍ଦ ମାଝୀ ପ୍ରକାଶ କରିଛନ୍ତି ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଟିପିଏସ୍ଓଡିଏଲ୍ ତରଫରୁ ଛାତ୍ରବୃତ୍ତି ଏବଂ ଦକ୍ଷତା ବିକାଶ ମାଧ୍ୟମରେ ମହିଳା ସଶକ୍ତିକରଣ ଦିଗରେ ଅଭିନବ ପଦକ୍ଷେପ

Sunil Chandra Nayak

ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ କୋକସରା ବ୍ଲକ ଗସ୍ତ, ଉନ୍ନୟନ କାର୍ଯ୍ୟର ସମୀକ୍ଷା

masiha

ମା ଦୁଆରସନି ଦେବୀ ଙ୍କ ଦଶହରା ପୂଜା ସମ୍ପନ୍ନ 

Sunil Chandra Nayak

Leave a Comment

error: Content is protected !!