ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଣ୍ଡରା ଗୁଡ଼ାରେ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡରା ଗୁଡା ଠାରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସରପଞ୍ଚ ତାରା ଶଙ୍କର ରାଇଗୁରୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜୁନାଗଡ଼ ବ୍ଲକ ଅଧକ୍ଷ। ସବିତା ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଥିବ।ବେଳେ ସମ୍ମାନିତ ଅତିଥି ଭାବରେ ଜୁନାଗଡ଼ ବି ଡି ଓ ତୁଳା ରାମ ମାରାଣ୍ଡି ,ତହସିଲଦାର ବେଦ ବ୍ୟାସ ଭୋଇ ,ବ୍ଲକ ଉପ।ଧକ୍ଷ ପ୍ରମୋଦ କୁମାର ବେହେରା ,ଏମ ଆଇ ଦେଵଧର ଧରୁଆ ,ବି ଏସ ଏସ ଓ ତୁଷାର ରଞ୍ଜନ ସାହୁ ,ବ୍ଲକ ଗୋଷ୍ଟି କୃଷି ଅଧିକାରୀ ରଞ୍ଜନ କୁମାର ପଟେଲ,ଡବ୍ଲୁ ଇ ଓ ସୁମନ୍ତ କୁମାର ମାଝି ,ଜି ପି ଇ ଓ ରାଜିନ୍ଦ୍ର କୁମାର ଭୋଇ ,ପି ଇ ଓ ଆକାଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଏବଂ ସମାଧାନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ ।ଏଥିରେ ପଞ୍ଚାୟତର ସମସ୍ତ ଗ୍ରାମର ଜନସାଧ।ରଣ ଉପସ୍ଥିତ ରହି ନିଜ ନିଜର ଅଭିଯୋଗ କରିଥିଲେ ।ଏଥିରେ ବିଶେଷ କରି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ,ମନରେଗା ,ରେସନ କାର୍ଡ ,ଭତ୍ତା ଆଦି ବିଷୟରେ ଲୋକମାନେ ଅଭିଯୋଗ କରିଥିଲେ । ଏଥିରେ ଜିଆର ଏସ ସଞ୍ଜୀବ କୁମାର ପଟ୍ଟନାୟକ ,ଯୋଗାଣ ସହାୟକ ସନ୍ତୋଷ ନ।ଏକ ,ଗଣେଶ ଦୁର୍ଗା ,ଜିଓ ଟେଗ ନୂତନ କାଣ୍ଡ ,ନେପାଳ ପଟେଲ ,ହରିହର ରଣା ପ୍ରମୁଖ ସହଯୋଗ କରିଥିଲେ ।ଏହି ଶିବିରରେ ସ୍ଵାସ୍ଥ୍ୟ ବିଭାଗ ,ପ୍ରାଣୀ ସମ୍ପଦ ବିଭାଗ ,ଫରେଷ୍ଟ ବିଭାଗ ,କୃଷି ବିଭାଗ ଭଳି ଅନେକ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଜନସାଧାରଣଙ୍କୁ ସହଯୋଗ କରିଥିଲେ । ବହୁ ସଂଖ୍ୟାରେ ଲୋକେ ଉପସ୍ଥିତ ରହି ନିଜ ନିଜର ଅଭିଯୋଗ କରିଥିବାରୁ ସ୍ଥାନୀୟ ସରପଞ୍ଚ ତାରା ଶଙ୍କର ରାୟଗୁରୁ ଉପସ୍ଥିତ ଜନସାଧାରଣଙ୍କୁ ଏବଂ ଉପସ୍ଥିତ ସମସ୍ତ ବିଭାଗ ର ଅଧିକାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଖମ୍ୱପଡା ଗ୍ରାମର ପରମେଶ୍ୱର ସାହୁ ନିଖୋଜ

masiha

ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ଶିବିର ଅନୁଷ୍ଠିତ 

Sunil Chandra Nayak

ଗାରିଡି ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ 

masiha

Leave a Comment

error: Content is protected !!