ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସତ୍ୟସାଇ ୟୁଥକ୍ଲବ ରେ ନେତାଜୀ ଜୟନ୍ତି ପାଳିତ

କାମାକ୍ଷାନଗର(ମ ନି ସ)୨୩/୦୧_ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଶ୍ୟାମସୁନ୍ଦର ପୁର ଗ୍ରାମରେ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି, କ୍ଲବ ସଭାପତି ଦିପୁନ ପାତ୍ର ଓ ସଂପାଦିକା ପୁସ୍ପାଞ୍ଜଳି ସାହୁ ଙ୍କ ଅଧ୍ୟକ୍ଷତାରେ ଗ୍ରାମ ମଝିରେ ଏକ ବୈଠକ ହୋଇଥିଲା, କ୍ଲବସଦସ୍ୟ ,ଗ୍ରାମବାସୀ ଓ କୁନାକୁନି ଛାତ୍ରମାନଙ୍କ ଗହଣରେ ଅତିଥିମାନେ ଯୋଗ ଦେଇଥିଲେ,ନେତାଜୀଙ୍କ ତୈଳ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଧୂପ ଦିଆ ଯାଇଥିଲା,ମୂଖ୍ୟ ଅତିଥି ନବ ନିର୍ବାଣ କୃଷକ ସଂଘ ର ନେତା ତଥା ଅବସର ପ୍ରାପ୍ତ ଶିକ୍ଷକ ବିପ୍ରବର ସାହୁ , ମୂଖ୍ୟବକ୍ତା ଅଇନଜିବୀ ବିମଳଚନ୍ଦ୍ର ବିଶ୍ୱାଳ ସମ୍ମାନିତ ଅତିଥିଭାବେ ଜିରାଳ ସରପଞ୍ଚ ଉଦୟ ନାଥ ଲେଙ୍କା,ଗୁନେଇବିଲି ସରପଞ୍ଚ ଆରତି ରାଉତ,ଅନ୍ୟମାନଙ୍କ ମଧ୍ୟରେ ରଂଜନ କୁମାର ଦାସ ,ଶୁଭକାନ୍ତ ନାଏକ ଯୋଗ ଦେଇଥିଲେ।ନେତାଜୀ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ଯେପରି ଆଜାଦହିନ୍ଦୁ ଫୌଜ ଗଠନ କରିଥିଲେ ,ଯୁବପିଢିମାନେ ସେଭଳି ଅଦର୍ଶକୁ ଅନୁପାଳନ କରିବେ, ନେତାଜୀ ଙ୍କ ଜୀବନ ଆଦର୍ଶ ବିଷୟରେ ମୂଖ୍ୟଅତିଥି ବକ୍ତବ୍ୟ ଦେଇଥିବା ବେଳେ ମୂଖ୍ୟବକ୍ତା କ୍ଲବ ଗଠନ ,ଭୂମିକାଓ ଆଭିମୂଖ୍ୟ ଉପରେ ବିସ୍ତୃତ ବିବରଣୀ ଦେଇଥିଲେ l ଉକ୍ତ କାଯ୍ୟକ୍ରମରେ କ୍ଲବ ର ପୂର୍ବତନ ସଭାପତି ପୂଣ୍ଣଚନ୍ଦ୍ର ରାଉତ, ପ୍ରମୁଖ ମାଧବାନନ୍ଦ ସେଠୀ, ଅଶୋକ ରାଉତ , କୋଷାଧ୍ୟକ୍ଷ କାହ୍ନୁ ଚର୍ ସାହୁ,ଯୁଆଙ୍ଗ ସଂଗଠନର ଦିପୁନ୍ ସାହୁ ଯୋଗଦେଇ ଧନ୍ୟବାଦ ଦେଇଥିଲେ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

World Water Day observed by the Institute of Engineers(India) Rourkela local centre

Sunil Chandra Nayak

ତିରିଂ ଅଞ୍ଚଳରେ ମହିଳାଙ୍କୁ ବିଭତ୍ସ ହତ୍ଯା; ମୁଣ୍ଡ ଗଣ୍ଠି ଅଲଗା କରି ଦୁବୃର୍ତ୍ତ ଫେରାର, ପୋଲିସ ତଦନ୍ତ ଜାରି ; ଗାଁ ଶୋକାକୁଳ ଓ ଭୟଭୀତ

Sunil Chandra Nayak

ଆମେ ଜାଣିବା ଆମେ ଜିତିବା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!