ବାଲେଶ୍ଵର,୧୨/୮/୨୩- ସ୍ବାଧୀନ ଓଡ଼ିଶାର ପ୍ରଥମ ବାଚସ୍ପତି ମୁକୁନ୍ଦ ପ୍ରସାଦ ଦାସଙ୍କ ୧୩୭ ତମ ଜନ୍ମଜୟନ୍ତୀ ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଥିବା ଜନଜାଗରଣ ମଞ୍ଚ କାର୍ଯ୍ଯାଳୟ ପରିସରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀଙ୍କ ପୌରୋହିତରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସ୍ବର୍ଗତ ମୁକୁନ୍ଦ ପ୍ରସାଦ ଦାସ ଜଣେ ସଚ୍ଚୋଟ ଓ କ୍ରାନ୍ତିକାରୀ ପୁରୁଷ ଥାଇ ଧାନ ଚାଷ ଉପରେ କେତେକ ସଂସ୍କାର ଆଣିଥିଲେ । ରେଭେନ୍ସା କଲେଜରେ ସ୍ବାଧୀନ ଓଡ଼ିଶାର ପ୍ରଥମ ବାଚସ୍ପତି ଭାବେ ସ୍ପଷ୍ଟ ଅଭିମତ ରଖି ସମଗ୍ର ଓଡ଼ିଶାର ନିର୍ଭୀକ ବ୍ଯକ୍ତି ବୋଲି ପରିଚୟ ସୃଷ୍ଟି କରିଥିଲେ । ଏଥିରେ ଉମେଶ ଚନ୍ଦ୍ର ନାୟକ, ମୁକ୍ତିକାନ୍ତ ଶତପଥୀ, ଅରୁଣ କୁମାର ସ୍ବାଇଁ, ନିରଞ୍ଜନ ବେହେରା, ନାରାୟଣ ପ୍ରସାଦ ପେଡା, ନାରାୟଣ ଚନ୍ଦ୍ର ପଣ୍ଡା, ଅଭିରାମ ମହାପାତ୍ର, ବୁଦ୍ଧିରାମ ପାଣିଗ୍ରାହୀ, ଦେଵେନ୍ଦ୍ର କୁମାର ରାଉତ, ଚିନ୍ତାମଣି ସାହାଣୀ, କମଳଲୋଚନ ଜେନା ଓ ପ୍ରଶାନ୍ତ କୁମାର ଦାସ ପ୍ରମୁଖ ମୁକୁନ୍ଦ ପ୍ରସାଦ ଦାସଙ୍କ ଉଜ୍ଜ୍ୱଳ ଆଲୋକ ଉପରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ଜଣେ ଉଚମନା ବ୍ଯକ୍ତି ହିସାବରେ ଖଇରା ବ୍ଲକର ପାର୍ବତୀପୁର ଗ୍ରାମରେ ଜନ୍ମ ହୋଇ ହରେକୃଷ୍ଣ ମହତାବ ଓ ମହାତ୍ମାଗାନ୍ଧୀଙ୍କ ସହିତ ବାଲେଶ୍ଵର ଷ୍ଟେସନ ବଜାର ଗୃହରେ ସ୍ବାଧୀନତା ସଂଗ୍ରାମ ପାଇଁ ନୂଆ ଯୋଜନା କରିଥିଲେ । ଏଥିପାଇଁ ତାଙ୍କ ସମ୍ମାନାର୍ଥେ ତାଙ୍କ ଭଳି ବ୍ଯକ୍ତିତ୍ବ ପାଠ୍ୟ ପୁସ୍ତକରେ ସ୍ଥାନିତ ହେଵା ସଙ୍ଗେ ସଙ୍ଗେ ମହାପ୍ରୟାଣ ଦିବସ ରୂପେ ପାଳିତ ହେବା ପାଇଁ ସର୍ବ ସିଦ୍ଧାନ୍ତ ହୋଇଥିଲା ବୋଲି ସଭାରେ ଆଲୋଚନା ହୋଇଥିଲା । ଶେଷରେ ସୃଷ୍ଟିଧର ରାଉଳଙ୍କ ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ ହୋଇଥିଲା ।।
previous post
next post