ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭଞ୍ଜନଗରରେ ୬୯ ଅଭିଯୋଗ ଶୁଣିଲେ ଜିଲ୍ଲାପାଳ 

ଭଞ୍ଜନଗରରେ ୬୯ ଅଭିଯୋଗ ଶୁଣିଲେ ଜିଲ୍ଲାପାଳ 

ଭଞ୍ଜନଗର,୦୧/୬ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କୀର୍ତ୍ତି ଭାସନ୍ ଭି,ଗଞ୍ଜାମ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା,ଉପ ଜିଲ୍ଲାପାଳ ଉମାଶଙ୍କର ବେହେରା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ,ରଞ୍ଜନ କୁମାର ଦେ ଉପସ୍ଥିତ ରହି ମୋଟ ୬୯ଟି ଅଭିଯୋଗର ଶୁଣାଣୀ କରିଥିଲେ । ୨ଟି ଅଭିଯୋଗର ତ୍ୱରିତ ସମାଧାନ ହୋଇଥିବା ବେଳେ ଅନ୍ଯ ଅଭିଯୋଗର ଗୁଡ଼ିକର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ରେଡକ୍ରସ୍ ପାଣ୍ଠିରୁ ୨ ଜଣ ବ୍ଯକ୍ତିଙ୍କୁ ଆର୍ଥିକ ସହାୟତା ୧୦,୦୦୦ ଟଙ୍କା ଯୋଗାଇ ଦିଆଯାଇଥିଲା । ସ୍ଥାନୀୟ ଜନସାଧାରଣ ଶିକ୍ଷା,କୃଷି, ସ୍ବାସ୍ଥ୍ଯ, ଭତ୍ତା, ଖାଦ୍ଯ ସୁରକ୍ଷା, ଗୃହ ନିର୍ମାଣ, ଜିବିକା ମିଶନ୍, ରାଜସ୍ବ, ଜମିଜମା ସମ୍ବନ୍ଧୀୟ ବିଭିନ୍ନ ସମସ୍ଯା ସମ୍ପର୍କରେ ଜିଲ୍ଲାପାଳ ଙ୍କୁ ଅବଗତ କରିଥିଲେ। ଏହି ଶିବିରରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସହକାରୀ ଜିଲ୍ଲାପାଳ ପ୍ରଧାନ ଟୁଲିଆମା, ସହାୟକ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର,ବିଡ଼ିଓ ଭାରତୀ ଦେବୀ,ତହସିଲଦାର ଅଭିପ୍ସା ପଟ୍ଟନାୟକ ଙ୍କ ସମେତ ଉପଖଣ୍ଡର ସମସ୍ତ ପ୍ରଶାସନ ତଥା ସରକାରୀ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ରହି ଜନଶୁଣାଣୀ ପରିଚାଳନାରେ ସହଯୋଗ କରିଥିଲେ। ଏହା ପରେ ଜିଲ୍ଲାପାଳ ବାଉଁଶଲୁଣ୍ଡି ପଞ୍ଚାୟତରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଥିଲେ।

Related posts

ଇନ୍ଦ୍ରାବତୀ ଡ୍ୟାମ ସର୍କଲ , ଅମଲା ଠୁଁ ଅଧିକାରୀ କାର୍ଯ୍ୟାଳୟ ରେ ଉପସ୍ଥିତି ହେଉଛି ଇଚ୍ଛାଧୀନ

masiha

ଆଜକୁ ୩ ଦିନ ହେଲା ବାଳକ ନିଖୋଜ: ମୋଟଙ୍ଗା ପୋଲିସ ର ତଦନ୍ତ ନିଷ୍କ୍ରିୟ 

Sunil Chandra Nayak

ଶିକ୍ଷା ବିଭାଗର ବିଚିତ୍ର ନୀତି ୫ ଟି ସ୍କୁଲ ରୂପାନ୍ତରିତ ପରେ ବି ଶ୍ରେଣୀ ଗୃହ ଅଭାବ ,ବାରଣ୍ଡାରେ ପଢୁଛନ୍ତି ୧ ରୁ ୫ ଶ୍ରେଣୀର ଛାତ୍ରଛାତ୍ରୀ ,ବର୍ଷା ହେଲେ ସ୍କୁଲ ଛୁଟି

Sunil Chandra Nayak

Leave a Comment

error: Content is protected !!