ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଶିକ୍ଷାନୁଷ୍ଠାନ ନିକଟରେ ତମାଖୁ ବିକ୍ରୟ ବିରୋଧରେ ମିଳିତ ଚଢ଼ାଉ ,୬ଟି ଦୋକାନରୁ ୭୦୦ ଟଙ୍କା ଜରିମାନା ଆଦାୟ

ଶିକ୍ଷାନୁଷ୍ଠାନ ନିକଟରେ ତମାଖୁ ବିକ୍ରୟ ବିରୋଧରେ ମିଳିତ ଚଢ଼ାଉ ,୬ଟି ଦୋକାନରୁ ୭୦୦ ଟଙ୍କା ଜରିମାନା ଆଦାୟ

ରାଇରଙ୍ଗପୁର, (୦୧/୦୬):   ମୟୁରଭଞ୍ଜ ଜିଲ୍ଲାର ତିରିଂ ଥାନା ଅଞ୍ଚଳରେ ଆଜି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ପୋଲିସ ବିଭାଗ, ଡ୍ରଗ ଇନ୍ସପେକ୍ଟର, ମୟୂରଭଞ୍ଜ ରେଞ୍ଜ–୨ ଏବଂ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ତମାଖୁଜାତ ନିଶାଦ୍ରବ୍ୟ ବିକ୍ରୟ ବିରୋଧରେ ଚଢ଼ାଉ ଓ ଯାଞ୍ଚ ଅଭିଯାନ କରାଯାଇଥିଲା ।

           ଏହି ଅଭିଯାନ ସମୟରେ ତିରିଂ ଥାନା ଅଞ୍ଚଳର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ନିକଟସ୍ଥ ଅଞ୍ଚଳ ଓ ବଜାର ପରିସରରେ ଥିବା ପାନ ଦୋକାନ, ଗ୍ରୋସେରୀ ଦୋକାନ ଏବଂ ଅନ୍ୟାନ୍ୟ ଛୋଟ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକରେ ଅଚାନକ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ବିଭିନ୍ନ ପ୍ରକାର ତମାଖୁଜାତ ନିଶାଦ୍ରବ୍ୟ ବିକ୍ରୟ କରାଯାଉଥିବା ଦେଖାଯାଇଥିଲା ।

           ଶିକ୍ଷା ଅନୁଷ୍ଠାନ ନିକଟରେ ତମାଖୁଜାତ ସାମଗ୍ରୀ ବିକ୍ରୟ ନିଷିଦ୍ଧ ଥିବା ସତ୍ତ୍ୱେ ନିୟମ ଉଲ୍ଲଂଘନ କରି ବିକ୍ରୟ କରାଯାଉଥିବା ଅଭିଯୋଗରେ ମୋଟ ୬ଟି ଦୋକାନକୁ ଚିହ୍ନଟ କରାଯାଇ ମୋଟ ୭୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ଏହାସହ ସେମାନଙ୍କୁ ଭବିଷ୍ୟତରେ ଏପରି ନିୟମ ଉଲ୍ଲଂଘନ ନ କରିବା ପାଇଁ ସତର୍କ କରାଯାଇଥିଲା ।

ଜନସ୍ୱାସ୍ଥ୍ୟ ସୁରକ୍ଷା ଏବଂ ଶିକ୍ଷା ଅନୁଷ୍ଠାନ ପରିସରକୁ ତମାଖୁମୁକ୍ତ ରଖିବା ଲକ୍ଷ୍ୟରେ ଆଗାମୀ ଦିନରେ ମଧ୍ୟ ଏଭଳି ମିଳିତ ଚଢ଼ାଉ ଓ ଯାଞ୍ଚ ଅଭିଯାନ ଜାରି ରହିବ ବୋଲି ଏହି ମିଳିତ ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ଏହି ଯାଞ୍ଚ ଅଭିଯାନରେ ଡ୍ରଗ ଇନ୍ସପେକ୍ଟର ପ୍ରଦୀପ କୁମାର ସାହୁ, ତିରିଂ ଥାନା ର ଏଏସାଇ ସଞ୍ଜୟ କୁମାର ନାୟକ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିହାର ରଞ୍ଜନ ପୃଷ୍ଟି ସାମିଲ୍ ଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

 

 

 

 

 

 

Related posts

୧୭ଜଣ ମହିଳା ଗ୍ରୁପର ଟିପଚିନ୍ହ ନେଇ ଲକ୍ଷଲକ୍ଷ ଟଙ୍କା ଆତ୍ମସାତ କରିଥିବା କୁ ନେଇ କେଗାଁ ଥାନାରେ ଅଭିଯୋଗ

Sunil Chandra Nayak

ଡକାୟତି ଘଟଣା ରେ ସମ୍ପୃକ୍ତ ୧୨ଜଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ : ୭ ବର୍ଷ ଜେଲ ଦଣ୍ଡାଦେଶ ରାୟ ପ୍ରଦାନ କଲେ ଧର୍ମଗଡ ସହାୟକ ଦୌରା ଜଜ୍ ଅଦାଲତ 

masiha

ଆମଗୁଡା ବଜାର ନିକଟ ମଦ କୋଠି ରେ ଅବକାରୀ ବିଭାଗ ର ଚଢ଼ାଓ , ଜଣେ ଗିରଫ କୋର୍ଟ ଚାଲାଣ

masiha

Leave a Comment

error: Content is protected !!