ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବ୍ୟାଙ୍କ ଆସିଷ୍ଟାଣ୍ଟଙ୍କ ଅଫିସ୍ ସମେତ ୪ଟି ଜାଗାରେ ଏକକାଳୀନ ଭିଜିଲାନ୍ସ ଚଢଉ

ନୂଆପଡ଼ା- ୧୨/୬ // ସୋମବାର ସକାଳୁ ଓଡ଼ିଶା ଭିଜିଲାନ୍ସ ଜାଲରେ ଭବାନୀପାଟଣା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କୋମନା ଶାଖାର ବ୍ୟାଙ୍କ ଆସିଷ୍ଟାଣ୍ଟ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ନୂଆପଡ଼ା ଜିଲ୍ଲା କୋମନା ଶାଖାର ବ୍ୟାଙ୍କ ଆସିଷ୍ଟାଣ୍ଟ ପ୍ରଦୀପ କୁମାର ଚନ୍ଦ୍ରକାର ଙ୍କ ଘର ସମେତ ୪ଟି ଜାଗାରେ ଆଜି ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢଉ ଅବ୍ୟାହତ ରହିଛି। ଭବାନୀପାଟଣାର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଙ୍କ ଦ୍ବାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଏକକାଳୀନ ଚଢଉ ଚାଲିଛି। ଏଥିରେ ୩ ଜଣ ଡିଏସପି, ୩ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।

ସୂଚନା ଅନୁଯାୟୀ, ନୂଆପଡ଼ା ଜିଲ୍ଲା ବେଲଟୁକୁରି ଗାଁରେ ଅବସ୍ଥିତ ଶ୍ରୀ ଚନ୍ଦ୍ରକାର ଙ୍କ ଦୁଇ ମହଲା ବିଶିଷ୍ଟ ବାସଗୃହ, ୩ ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମିତ ଦୁଇ ମହଲା କୋଠା, ସେଠାରେ ୩ ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମାଣାଧୀନ କୋଠା ଓ କୋମନାରେ ଥିବା ଭବାନୀପାଟଣା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଶ୍ରୀ ଚନ୍ଦ୍ରକାର ଙ୍କ ଅଫିସ୍ ରୁମରେ ଚଢଉ କରୁଛି ଭିଜିଲାନ୍ସ ଟିମ୍। ଖବର ଲେଖା ହେବା ଯାଏଁ ସବିଶେଷ ତଥ୍ୟ ଜଣା ପଡିନାହିଁ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ! ୨୨୦ ନମ୍ବର ଜାତୀୟ ରାଜପଥ ( ଯଶିପୁର- ରାଇରଙ୍ଗପୁୟ) ମରଣଯନ୍ତା;ବାଇକ୍ ଆସନା ସାମ୍ନା; ଜଣେ ମୃତ ଦୁଇ ଗୁରୁତର

masiha

ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ 

Sunil Chandra Nayak

ଠିକାଦାର ଙ୍କ ବିଲ୍ ଆତ୍ମସାତ କରି ଚାଲିଗଲେ ପି ଇ ଓ

Leave a Comment

error: Content is protected !!