ଭବାନିପାଟଣା -: ଅଦ୍ୟ ତା-୪.୮.୨୩ ରିଖ ଶୁକ୍ରବାର ଦିନ ସରସ୍ବତୀ ଶିଶୁ ମନ୍ଦିର ବୋର୍ଡ଼ା ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାରମ୍ଭ ଶ୍ରେଣୀ ଠାରୁ ସପ୍ତମ ଶ୍ରେଣୀ ପଯ୍ୟନ୍ତ ମୋଟ ୩୭ ଟି ପ୍ରକଳ୍ପ ଆସିଥିଲା । ଉଦଘାଟନ ଉତ୍ସବରେ ମାନନୀୟ ଶ୍ରୀଯୁକ୍ତ ଆଶୁତୋଷ ପଧାନ ମୁଖ୍ୟ ଅତିଥି ଓ ମାନନୀୟ ଶ୍ରୀଯୁକ୍ତ ଗଙ୍ଗାଧର ଭାଟୀ ସମ୍ମାନୀତ ଅତୀଥି ଭାବରେ ଯୋଗଦାନ କରିଥିଲେ। ଉଦ୍ଯାପନୀ ଉତ୍ସବରେ ମାନନୀୟ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ନିଶଙ୍କ ମୁଖ୍ୟ ଅତୀଥି ଭାବରେ ଯୋଗଦେଇ କୃତୀ ଛାତ୍ର/ଛାତ୍ରୀଙ୍କୁ ପୁରଷ୍କୃତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ମାନନୀୟ ଶ୍ରୀଯୁକ୍ତ ମାନସ ପଧାନ ସ୍ଵାଗତ ଭାଷଣ ଦେଇଥିବା ବେଳେ, ବିଦ୍ୟାଳୟର ଗୁରୁଜୀ ମୋହନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଛାତ୍ର/ଛାତ୍ରୀ ମାନଙ୍କ ମଧ୍ୟରେ ସ୍ଵୟଂ ସ୍ନିଗ୍ଧା ଲେଙ୍କା, ରିୟା°ସି ରିତୀକା ମିଶ୍ର, ରୁଦ୍ର ପ୍ରସାଦ ପଧାନ, ଅଙ୍କିତ ସାହୁ, କ୍ରିଷ୍ଣା ସାହୁ, ନିହାଲ ରଞ୍ଜନ ସାହୁ, ସାଇଲଗ୍ନା ପଣ୍ଡା ପ୍ରଭୃତି ପୁରଷ୍କାର ପାଇଥିଲେ । ଗୁରୁଜୀ ଗୁରୁମା ମାନଙ୍କ ମଧ୍ଯରେ ଅନୀତା ଲେଙ୍କା, ନୀବୃତ ପଧାନ, ଟୁକୁ ଚ଼ନ୍ଦ୍ର ଦାଶ,ଅବନୀ ସାହୁ, ଅମୀତ ପଧାନ, ସମିତା ପଧାନ, ସୁଜାତା ଭୋଇ, ଅନୀତା ଭୋଇ, ହେମନ୍ତ ବଗର୍ତ୍ତୀ ଆଦି ସହଯୋଗ କରିଥିଲେ ।