କାମାକ୍ଷାନଗର (ମନିସ )6/3/23 କାମାକ୍ଷାନଗର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ଆଜି କଳାପଟି ବାନ୍ଧି ଶାନ୍ତି ପୂର୍ଣ୍ଣ ଭାବେ ପ୍ରତିବାଦ ସଭା କରଯାଇଥିଲା ।ବିଜେଡି ସରକାରଙ୍କ ଶାସନରେ ବିପର୍ଯ୍ୟସ୍ତ ପଂଚାୟତ ରାଜ ବ୍ୟବସ୍ଥା ,ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି, ରାସନ କାର୍ଡ ଦୁର୍ନୀତି, ପାଇଖାନା ଦୁର୍ନୀତି, ଅର୍ଥ କମିଶନ ଟଙ୍କା ହଡପ ଦୁର୍ନୀତିପ୍ରତିବାଦରେ କାମାକ୍ଷାନଗର ବ୍ଲକକାର୍ଯ୍ୟାଳୟ ସମ୍ମୁଖରେ ପଂଚାୟତରାଜ ଦିବସକୁ ବିଜେପି ଭ୍ରଷ୍ଟାଚାର ଦିବସ ରୂପେ ପାଳନ କରୁଛି।କାମାକ୍ଷାନଗର ବ୍ଲକ ବିଜେପି ସାଧାରଣ ସମ୍ପାଦକ ସରୋଜ କାନ୍ତ ବେହେରା ଙ୍କ ନେତୃତ୍ୱରେ ସମସ୍ତ ୮ଗୋଟି ମଣ୍ଡଳରସଭାପତି, ସଂପାଦକ ଓ ବିଜେପି କର୍ମୀମାନେ ହାତରେ କଳାପଟି ବାନ୍ଧି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିଥିଲେ।
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ