ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଇ ଭାରତ କଳାହାଣ୍ଡି ପକ୍ଷରୁ ‘ନିଶା ମୁକ୍ତ ଯୁବା–ବିକଶିତ ଭାରତ’ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

ମାଇ ଭାରତ କଳାହାଣ୍ଡି ପକ୍ଷରୁ ‘ନିଶା ମୁକ୍ତ ଯୁବା–ବିକଶିତ ଭାରତ’ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

ଭବାନୀପାଟଣା, ୧ ଅଗଷ୍ଟ: ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମାଇ ଭାରତ କଳାହାଣ୍ଡି ପକ୍ଷରୁ ଏବଂ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ଭବାନୀପାଟଣାର ସହଯୋଗରେ ‘ନିଶା ମୁକ୍ତ ଯୁବା–ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଶନିବାର ବିଶ୍ୱବିଦ୍ୟାଳୟର ଯୁବ ସଂସ୍କାର ସଭାଗୃହରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମକୁ ବିନୟ କୁମାର ସାହୁ ସୁନ୍ଦର ଭାବେ ସଂଚାଳନ କରିଥିଲେ। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପବନ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଶାମୁକ୍ତ ସମାଜ ଗଠନରେ ଯୁବପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ପିଜି କାଉନ୍ସିଲର ଅଧ୍ୟକ୍ଷା ତଥା ଆଇକ୍ୟୁଏସି ନିର୍ଦ୍ଦେଶିକା ଡ଼. ନିବେଦିତା ନାଥ, ରେଜିଷ୍ଟ୍ରାର ଡ଼. ଗୁଣନିଧି ନାଏକ, ଉପ-ରେଜିଷ୍ଟ୍ରାର ମେଜର ଡ଼. ଜୟଦେବ ସାହୁ ଏବଂ କଳାହାଣ୍ଡି ଅବକାରୀ ବିଭାଗର ଉପ-ଅଧୀକ୍ଷିକା ଶ୍ରୀମତୀ ସାଗରିକା ପ୍ରଧାନ ଯୋଗଦେଇ ନିଶା ବିରୋଧୀ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। ମାଇ ଭାରତର ଜିଲ୍ଲା ଯୁବ ଅଧିକାରୀ ବଂଶ ଶର୍ମା ଏବଂ ମାଇ ଭାରତର ଜିଲ୍ଲା ନୋଡାଲ ଅଧିକାରୀ ଜୟନ୍ତ ଦାନସେନାଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ଲୋକଗୀତ, ନୃତ୍ୟ, ନୁକ୍କଡ଼ ନାଟକ, ମୂକାଭିନୟ, ଚିତ୍ରାଙ୍କନ, ବକ୍ତୃତା, ସ୍ଲୋଗାନ ଲେଖନ, କବିତା ପରିବେଷଣ ଓ ସ୍ୱଳ୍ପଦୈର୍ଘ୍ୟ ଭିଡିଓ ନିର୍ମାଣ ଭଳି ବିଭିନ୍ନ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ପ୍ରତିଯୋଗୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

ପ୍ରତିଯୋଗିତାର ବିଚାରକ ଭାବେ ଡ଼. ଚିତ୍ରସେନ ଭୁଏଁ, ଡ଼. ଝରଣାରାଣୀ ଧର ମାଝୀ, ଡ଼. ସୁମନା ରାୟ, ଡ଼. ରୋଜ୍ ମେରୀ ଏକ୍କା, ଡ଼. ପଲ୍ଲୀଶ୍ରୀ ପଟ୍ଟନାୟକ, ଡ଼. କୈଳାଶ ଚନ୍ଦ୍ର ଦାସ,  ଡ଼. ପ୍ରିୟରଞ୍ଜନ ବେହେରା, ଶ୍ରୀ ସୁଶିଲ ପଧାନ,ଏବଂ ଶ୍ରୀ ପ୍ରତାପ ଚନ୍ଦ୍ର ଦାଶ ଦାୟିତ୍ୱ ସମ୍ଭାଳିଥିଲେ। ମାଇ ଭାରତ କଳାହାଣ୍ଡିର ଯୁବ ନେତା ସମ୍ଭୁ ବିଶି କାର୍ଯ୍ୟକ୍ରମର ସମନ୍ୱୟ ଓ ସଫଳ ଆୟୋଜନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ସ୍ୱେଚ୍ଛାସେବୀ ଦୀପକ ବେହେରା, ବନ୍ଦିନୀ ମାଝୀ, ଦୁରା କୈବର୍ତ୍ତ, ଚୂଲମଣି ମାଝୀ ଏବଂ ଦୁଲ୍ଲଭ ନାଏକ କାର୍ଯ୍ୟକ୍ରମର ସୁପରିଚାଳନାରେ ଉଲ୍ଲେଖନୀୟ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଅତିଥି, ଶିକ୍ଷକ, ଛାତ୍ରଛାତ୍ରୀ ଓ ଯୁବ ସ୍ୱେଚ୍ଛାସେବୀମାନେ ନିଶାମୁକ୍ତ ଭାରତ ଗଠନ ପାଇଁ ସମୂହ ଶପଥ ଗ୍ରହଣ କରିଥିଲେ। ପରେ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଯୁବପିଢ଼ିଙ୍କ ମଧ୍ୟରେ ନିଶା ବିରୋଧୀ ସଚେତନତା ସୃଷ୍ଟି କରି ସେମାନଙ୍କୁ ଏକ ସୁସ୍ଥ, ଦାୟିତ୍ୱବାନ ଏବଂ ବିକଶିତ ଭାରତ ଗଠନରେ ସକ୍ରିୟ ଭାଗୀଦାର କରିବା ଥିଲା।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏସଏମସି ଗଠନ

Sunil Chandra Nayak

ଗୋରୁମହିଷାଣୀ ଆଇରନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରେଡକ୍ରସ ଉପରେ ସଚେତନତା କାର୍ଯ୍ୟକ୍ରମ 

masiha

ମୟୂରଭଞ୍ଜ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ଶିଵନାଥ ମୁର୍ମୁ ଆରପାରିରେ

masiha

Leave a Comment

error: Content is protected !!