ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଞ୍ଚଳିକ ବ୍ରାହ୍ମଣ ସମିତିର ଜୋନ ସ୍ତରୀୟ ସମ୍ମିଳନୀ

ଆଞ୍ଚଳିକ ବ୍ରାହ୍ମଣ ସମିତିର ଜୋନ ସ୍ତରୀୟ ସମ୍ମିଳନୀ

ବାଲେଶ୍ଵର, ୧୬/୩/୨୪- ଆଞ୍ଚଳିକ ବ୍ରାହ୍ମଣ ସମିତି, ଖଇରା ତରଫରୁ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକର ବିଭିନ୍ନ ପଞ୍ଚାୟତରେ କମିଟି ଓ ଶାଖା କମିଟି ମାନ ଗଠିତ ହୋଇ ଚାଲିଛି । ଏହି ପରିପ୍ରେକ୍ଷୀରେ ମାଣତ୍ରୀ ପଞ୍ଚାୟତ ଶାଖା କମିଟି ତରଫରୁ ସାଲୋ ଠାରେ ଥିବା ବାମନେଶ୍ବର ମହାଦେବ ପ୍ରାଙ୍ଗଣରେ ତା ୧୬/୩/୨୪ ରିଖ ଶନିବାର ଜୋନ ସ୍ତରୀୟ ସମ୍ମିଳନୀ ତପନ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବ୍ରାହ୍ମଣ ମହାସଂଘର ସଭାପତି ଡ. ସଦାନନ୍ଦ ଦୀକ୍ଷିତ, ମୁଖ୍ୟବକ୍ତା ଭାବେ ଜିଲ୍ଲା ଜିଲ୍ଲା ଉପସଭାପତି ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀ, ସମ୍ମାନିତ ଅତିଥି ଭାବେ ରାଜ୍ୟ ଉପସଭାପତି କ୍ଷୁଦିରାମ ସାହୁ, ଭଦ୍ରକ ଜିଲ୍ଲା ଉପଦେଷ୍ଟା ନରହରି ଦାଶ, ଖଇରା ବ୍ଲକ ସମ୍ପାଦକ ରମାକାନ୍ତ ଶତପଥୀ, କୁପାରି ଜୋନ ସଭାପତି ବାସୁଦେବ ପଣ୍ଡା, ଡୁଙ୍ଗୁରା ଜୋନ ସଭାପତି ରାମଚନ୍ଦ୍ର ପଣ୍ଡା, ପଞ୍ଚାୟତ କର୍ମକର୍ତ୍ତା ନିର୍ମଳ ଚନ୍ଦ୍ର ପଣ୍ଡା, କୃଷ୍ଣ ଚନ୍ଦ୍ର ଦାଶ, ନିଳାମ୍ବର ଉପାଧ୍ୟାୟ, ବସନ୍ତ କୁମାର ପଣ୍ଡା ଓ ରପେୟା ପଞ୍ଚାୟତ କର୍ମକର୍ତ୍ତା ଦୁର୍ଯ୍ୟୋଧନ ଶତପଥୀ, ସୁଦର୍ଶନ ତିଆଡି, ବାସୁଦେବ ସାହୁ, ଜଗବନ୍ଧୁ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ହୋଇ ବକ୍ତବ୍ୟ ରଖିଥିଲେ । ସମ୍ପାଦକ ବଂଶୀଧର ପଣ୍ଡା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ପ୍ରଦୀପ ପ୍ରଜ୍ଜ୍ବଳନ ଓ ବେଦପାଠ ପୂର୍ବକ ସମସ୍ତ ମଞ୍ଚାସୀନ ଅତିଥି ମାନଙ୍କ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ସଭାପତିଙ୍କ ସମ୍ଭାଷଣ ପରେ ନିରାକାର ତ୍ରିପାଠୀ ଶାନ୍ତିପାଠ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କରୁଣାକର ପଣ୍ଡା । କମିଟିର ସଦସ୍ୟ ଓ ଗ୍ରାମବାସୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଭିଟାମାଟି କୁ ଫେରିବା ବାଟରେ ଦାଦନ ଶ୍ରମିକଙ୍କ ବସ୍‌ରେ ମୃତ୍ୟୁ , ମଟର ସାଇକେଲରେ ଶବ ବୋହିଲେ ସମ୍ପର୍କୀୟ

masiha

ମଦକାଉଣ୍ଟରରେ ଲୋକାରଣ୍ୟ, କ୍ଷମତା ଠୁ ଅଧିକ ଚଢା ଦାମରେ ବିକ୍ରୀ, ଅସଲି ନକଲି ସଵୁ ସମାନ

masiha

ଭାରତୀୟ ମଜଦୁର ସଂଘ ର ୩୦ ତମ ପ୍ରତିଷ୍ଠା ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!