ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ପ୍ରୟାସ ପ୍ରାୟୋଜିତ ଚିନ୍ତା ପ୍ରତିମା ବହୁଭାଷୀ ନାଟ୍ୟ ମହୋତ୍ସବର ଚତୁର୍ଥ ଦିବସ ରେ ତିମିର ତୀର୍ଥରେ ଏକ ରାତ୍ରି ମଞ୍ଚସ୍ଥ 

ପ୍ରୟାସ ପ୍ରାୟୋଜିତ ଚିନ୍ତା ପ୍ରତିମା ବହୁଭାଷୀ ନାଟ୍ୟ ମହୋତ୍ସବର ଚତୁର୍ଥ ଦିବସ ରେ ତିମିର ତୀର୍ଥରେ ଏକ ରାତ୍ରି ମଞ୍ଚସ୍ଥ 

ରାଉରକେଲା,: ନାଟ୍ୟାନୁଷ୍ଠାନ ପ୍ରୟାସ ର ଚିନ୍ତା ପ୍ରତିମା ବହୁଭାଷୀ ନାଟକ ମହୋତ୍ସବ ରେ ଚତୁର୍ଥ ଦିବସରେ ନାଟକ ତିମିର ତୀର୍ଥରେ ଏକ ରାତ୍ରି ମଞ୍ଚସ୍ଥ ହୋଇଯାଇଛି। ନାଟ୍ୟାଚାର୍ଯ୍ୟ ଚିନ୍ତାମଣି ଜେନାଙ୍କ ରଚିତ ପ୍ରଶାନ୍ତ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶିତ ତଥା ଭୁବନେଶ୍ୱର ର କଳାକାର ଏକତା ମଞ୍ଚ ଙ୍କ ଦ୍ବାରା ମଞ୍ଚସ୍ଥ କରାଯାଇଥିଲା। ନାଟକର ବିଷୟ ବସ୍ତୁହେଲା ତୀର୍ଥରେ ମନୁଷ୍ୟ ମୋକ୍ଷ ପ୍ରାପ୍ତ ହୋଇଥାଏ କିନ୍ତୁ ତିମିର ତୀର୍ଥରେ ମନୁଷ୍ୟ ନିଜର ଅସ୍ତିତ୍ଵ ହରାଇଥାଏ। ଯେମିତି ହରାଇଥିଲା ସୁଦୂର ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ସରଳ ଝିଅଟିଏ। ତା ଆଖିର ସବୁ ସ୍ଵପ୍ନ ଲୁହ ହୋଇ ବୋହିଗଲା। ସେଇ ଲୁହକୁ ପୋଛିଦେବାପାଇଁ ଲମ୍ବି ଆସେ ଆଉ ଜଣେ ଅନାଥ ମଣିଷର ହାତ। ଦୁହେଁ ମିଶି ଝିଅଟିର ଭଙ୍ଗା ସ୍ଵପ୍ନକୁ ଯୋଡ଼ି ଏକ ନୂତନ ସଂସାର  ଗଢିବାର ଉଦ୍ୟମ କରନ୍ତି। ତିମିର ତୀର୍ଥରେ ସବୁ କିଛି ଅନ୍ଧାର। ସେ ବହଳ ଅନ୍ଧାର ଭିତରେ ଆଶାର ଦୀପ ଶିଖାଟି ଯେଉଁ ଝଡଝଞ୍ଜାର ସମ୍ମୁଖୀନ ହୁଏ, ତାହାକୁ ନାଟ୍ୟକାର ଗୋଟିଏ ରାତିର ମାର୍ମିକ କାହାଣୀ ମାଧ୍ୟମରେ ତୋଳି ଧରିବାକୁ ଚେଷ୍ଟା କରିଛନ୍ତି। ଏହି ଭଳି କାହାଣୀ କୁ ନେଇ ଗତିଶୀଳ ହୋଇଛି ନାଟକ ତିମିର ତୀର୍ଥରେ ଏକ ରାତ୍ରି। ଏଥିରେ କୈଳାସ, ଗୁରୁ , ରାକେଶ, ଦେବୀ, ମନୀଷା ପ୍ରମୁଖ ଅଭିନୟ କରିଥିଲେ । ଚତୁର୍ଥ ବା ଉଦଯାପନୀ ଦିବସରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି  ରୂପେ ଯୋଗ ଦେଇଥିଲେ | ସମ୍ମାନିତ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ ରମେଶ ଚନ୍ଦ୍ର ମଲିକ, କବି ତଥା ଅଭିନେତା ରାଜୀବ ପାଣି ଯୋଗଦେଇଥିଲେ । ଏହି ଅବସରରେ ନିର୍ଦ୍ଦେଶକ ତଥା ପ୍ରଯୋଜକ ଅଛୁ ପ୍ରଧାନଙ୍କୁ “ଚିନ୍ତା- ପ୍ରତିମା ସ୍ମୃତି ସମ୍ମାନ”ରେ ସମ୍ମାନିତ କରାଯାଇଥିଲା। ‘ଶ୍ରୀ ଜଗନ୍ନାଥ ସାଂସ୍କୃତିକ ପରିଷଦ’, ନାଟ୍ୟାଚାର୍ଯ୍ୟଙ୍କ ପ୍ରତି ଗୁରୁଦକ୍ଷିଣା ସ୍ୱରୂପ ସଭାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ | ପୂର୍ବାହ୍ନର  ୧୧ଟାରେ ପ୍ରୟାସ ନାଟଘରଠାରେ “ନାଟକରେ ଚିନ୍ତାମଣି …” ଶୀର୍ଷକରେ ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା। ଏହି ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ସର୍ବଶ୍ରୀ ଭାସ୍କର ମହାପାତ୍ର, ରାଜୀବ ପାଣି, ଶରତ ଦାସ, ଡକ୍ଟର ସମର ମୁଦାଲି, ଡକ୍ଟର ରମେଶ ଚନ୍ଦ୍ର ମଲ୍ଲିକ, ନାଟ୍ୟାଚାର୍ଯ୍ୟ ଚିନ୍ତାମଣି ଜେନାଙ୍କ କୃତି ଓ କୃତିତ୍ବ ସମ୍ପର୍କରେ ନିଜର ବହୁମୂଲ୍ୟମତାମତ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଅନିଲ ମଲ୍ଲିକ ସଂଯୋଜନା କରିଥିଲେ। ପ୍ରୟାସ ତରଫରୁ ପ୍ରଫୁଲ୍ଲ ଚନ୍ଦ୍ର ସେଠୀ ଓ ନିବେଦିତା ଜେନା ଓ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସ୍ବସ୍ତି ଝଙ୍କାର, ରାଉରକେଲା  ୨୫ତମ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ  “ନାଟ୍ୟମ” ଅନୁଗୁଳର ନାଟକ  “ତ୍ରିଶଙ୍କୁ “ମଞ୍ଚସ୍ଥ 

masiha

ସିନେ ଜଗତର ସଫଳ ଅଭିନେତା ମାନଙ୍କ ପାଇଁ ନବରଙ୍ଗପୁର ଜିଲ୍ଲା ଗୌରବାନ୍ୱିତ 

masiha

ଚଳଚ୍ଚିତ୍ର ‘ବାହାଘର ଡଟ୍ କମ୍’ ର ଓ୍ବାର୍ଲଡ ଟିଭି ପ୍ରିମିୟର‌କୁ ଏକାଠି ବସି ଉପଭୋଗ କଲେ କଳାକାର

Sunil Chandra Nayak

Leave a Comment

error: Content is protected !!