ଲୋକ କଳା ଗ୍ରାମ ର ବାର୍ଷିକ ଉତ୍ସବ
ଜୁନାଗଡ଼,୩/୧୦(ମ ନି ସ)ଓଡିଶା ସରକାର ରାଜ୍ୟର ୩୦ ଜିଲ୍ଲାରେ ୩୦ ଗୋଟି ଗ୍ରାମ କୁ କଳାଗ୍ରାମ ଭାବରେ ମାନ୍ୟତା ଦେଇଛନ୍ତି । କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକସ୍ଥ ଛୋରିଆଗଡ ଗ୍ରାମ କୁ ୨୦୧୯ ପବିତ୍ର ଗାନ୍ଧୀ ଜୟନ୍ତୀ ଦିନରୁ କଳାଗ୍ରାମ ଭାବରେ ଘୋଷଣା କରାଯାଇଥିଲା । ଏହାର ପଞ୍ଚମ ବାର୍ଷିକୀ ଉତ୍ସବ ଗାନ୍ଧି ଜୟନ୍ତୀ ଦିନ ପାଳନ କରାଯାଇଅଛି । ଏହି ଉପଲକ୍ଷେ ଶ୍ରୀମତୀ କଲ୍ଯାଣୀ ନାଏକ, ଅଧ୍ୟାକ୍ଷ୍ୟା ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଙ୍କ ସଭାପତିତ୍ଵ ରେ ଆୟୋଜିତ ସଭାରେ ମୁଖ୍ଯ ଅତିଥି ଭାବେ ଜୁନାଗଡ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସବିତା ମେହେର, ଓ ସମ୍ମାନୀତ ଅତିଥି ଭାବେ, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ନାଏକ ଓ ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଧବଳେଶ୍ବର ମାଝି ଏବଂ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ସଂସ୍କୃତି ପରିଷଦର ସଂଯୋଜକ ଅଶୋକ ପଟ୍ଟନାୟକ ଯୋଗଦାନ କରିଥିଲେ । ସମସ୍ତ ଅତିଥି ମାନଙ୍କୁ ଆୟୋଜନ କମିଟିର ଅଧ୍ୟକ୍ଷା ତଥା ସରପଞ୍ଚ, ବବିତା ଗୁରୁ ସ୍ଵାଗତ କରିଥିଲେ । ସଭାରେ ବକ୍ତା ମାନେ ଛୋରିଆଗଡ ଗ୍ରାମ ର ଐତିହ ଓ ସଂସ୍କୃତିର ମହାନତା ଉପରେ ଆଲୋକପାତ କରିଥିଲେ । ଏହି ଗ୍ରାମ ଆଗାମୀ ଦିନରେ କିପରି ଏକ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପାଇବ ତାହାରି ଉପରେ କାମ କରିବାକୁ ସମସ୍ତେ ଆହ୍ଵାନ ଦେଇଥିଲେ । ଏହି ଅବସରରେ ଛୋରିଆଗଡର ବର୍ଷୀଆନ କଳାକାର ଶ୍ରୀ ମଧୁ ଦୁରିଆ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେପରେ କଳା ଗ୍ରାମ ର କଳାକାର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଘୁମୁରା, ମାଦିଲି ଓ ବନାବାଡି ପରିବେଷଣ କରାଯାଇଥିଲା । ଶ୍ରୀ ସୁଧାଂଶୁ ଗୁରୁଙ୍କ ସଂଯୋଜନାରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିବା ବେଳେ ଶ୍ରୀ ଭୀଷ୍ମରଥୀ ନାଏକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ଵେଚ୍ଛାସେବୀ ଜିତେନ୍ଦ୍ର ମେହେର ଓ ବାବାଜୀ ପଟ୍ଟନାୟକ ସମସ୍ତ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ।