ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାରାୟଣ ପାଟଣା ର ପେଟ୍ରଲ ପମ୍ଫରେ ନାଁ ମିଳୁଛି ପେଟ୍ରଲ ନାଁ ଡିଜେଲ 

ନାରାୟଣ ପାଟଣା ର ପେଟ୍ରଲ ପମ୍ଫରେ ନାଁ ମିଳୁଛି ପେଟ୍ରଲ ନାଁ ଡିଜେଲ 

ବନ୍ଧୁଗାଁ ତା,୯/୯/୨୪, କୋରାପୁଟ ଜିଲ୍ଲା ନାରାୟଣ ପାଟଣା ବ୍ଲକ ଠାରେ ରହିଥିବା ଇଣ୍ଡିଆନ ପେଟ୍ରଲ ପମ୍ଫରେ ନାଁ ମିଳୁଛି ପେଟ୍ରଲ ନାଁ ଡିଜେଲ ଏକ ମାସରୁ ଉର୍ଦ୍ଧ ହେଲାଣି ଇଣ୍ଡିଆନ ପେଟ୍ରୋଲ ପମ୍ଫ ବନ୍ଦ ରହିଛି I ଏହି ପେଟ୍ରଲ ପମ୍ଫ ଦ୍ୱାରା ନାରାୟଣ ଓ ବନ୍ଧୁଗାଁ ବ୍ଲକର ଗାଡି ମାଲିକ ଓ ଗାଁ ଗହଳିରେ ଛୋଟ ଛୋଟ କିରାଣା ଦୋକାନ ମାନଙ୍କରେ ଅଳ୍ପ ଅଳ୍ପ ପେଟ୍ରଲ ରଖି ବେପାର କରି ପରିବାର ସ୍ୱାବଲମ୍ଭି ହୋଉଥିଲେ I ବର୍ତମାନ ଛୋଟ ଛୋଟ ଦୋକାନ ମାନଙ୍କରେ ଅଳ୍ପ ଅଳ୍ପ ତେଲ ବିକ୍ରି କରୁଥିବା ବେପାରି ଏବେ ଲଷ୍ମୀପୁର କିମ୍ଭା ରାୟଗଡା ପେଟ୍ରଲ ପମ୍ଫ ଉପରେ ଭରସା କରୁଛନ୍ତି I ଏତିକି ହିଁ ନାହିଁ ପମ୍ଫରେ ଲିଟର ପିଛା ୧୦୪ କିମ୍ଭା ତାରୁ ଉର୍ଦ୍ଧ ଥିଲେ  ଗାଁ ଗହଳି ମାନଙ୍କରେ ଚଡ଼ା ଦର ୧୨୦ ଟଙ୍କା ଲିଟର ପିଛା ବିକ୍ରି କରୁଥିବାର ଦେଖିବାକି ମିଳିଛି I ବନ୍ଧୁଗାଁ ନାରାୟଣ ପାଟଣା ଦୁଇ ବ୍ଲକର ଲଷ୍ମୀ ଯୋଜନାର ଲଷ୍ମୀ ବସ ନିତି ଲଷ୍ମୀପୁର ପେଟ୍ରଲ ପମ୍ଫକୁ ତେଲ ପକାଇବା ପାଇଁ ଯାଉଛନ୍ତି I ଏଥିସହ ସାଧାରଣ ଦୋକାନର ତେଲ ବିକ୍ରି କରୁଥିବା ବେପାରୀ ମାନେ ଚଡ଼ା ଦରରେ ତେଲ ବିକ୍ରି କରି ଜନତାଙ୍କୁ ଠକୁଚନ୍ତି I ବନ୍ଧୁଗାଁ ବ୍ଲକ ବାସି ଅଧିକ ମାତ୍ରାରେ ନାରାୟଣ ପାଟଣା ର ଇଣ୍ଡିଆନ ପେଟ୍ରଲ ପମ୍ଫ ଉପରେ ତେଲ ପାଇଁ ଅଧିକ ନିର୍ଭର କରିଥାନ୍ତି I ବର୍ତମାନ ବନ୍ଧୁଗାଁ ବ୍ଲକ ପାଇଁ ଗତ କିଛି ମାସ ପୂର୍ବେ ପେଟ୍ରଲ ପମ୍ଫ ପାଇଁ ବିଜ୍ଞାପନ ବାହାରିଥିଲା ଓ ସେଥିରେ ବହୁ ବେପାରି ମାନେ ଟେଣ୍ଡର ଚୁକ୍ତି ନାମା ମଧ୍ୟ ପକା ଯାଇଥିଲା I ତାହା ଆଜି ପର୍ଯ୍ୟନ୍ତ କୋଣସି ଫଳାଫଳ ବାହାରି ନଥିବାରୁ ବ୍ଲକ ବାସି ଅପେକ୍ଷା କରିଥିବା କହିଛନ୍ତୁ I ବନ୍ଧୁଗାଁ ବ୍ଲକରେ ଯଦି ଗୋଟିଏ ତେଲ ପମ୍ଫ ହବ ତାହେଲେ ଅନ୍ୟ ପମ୍ଫ ଉପରେ ନିର୍ଭର କରୁଥିବା ବେପାରିଆ ମାନେ ନିଜ ଅଞ୍ଚଳର ପମ୍ଫ ଉପରେ ନିର୍ଭର କରନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି I

ସଞ୍ଜୀବ କୁମାର ବାଙ୍ଗାରୀ ବନ୍ଧୁଗାଁ ରିପୋଟର

Related posts

ଖଡିଆଶୋଳ ଗ୍ରାମର ପାନୀୟ ଜଳସଂଙ୍କଟ ନେଇ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ

masiha

ଜିଲ୍ଲାପାଳଙ୍କ ଦ୍ୱାରା ଉଦଘାଟିତ ହେଲା ଭୋଟର ସହାୟତା କେନ୍ଦ୍ର 

masiha

କଳାକାର ଧର୍ମ ରଣା ଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!