ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁରେ ଗଡ଼ିଲା ‘ସୁଭଦ୍ରା’ ରଥ ପତାକା ଦେଖାଇ ଶୁଭାରମ୍ଭ କଲେ ବିଡ଼ିଓ 

ବନ୍ଧୁଗାଁରେ ଗଡ଼ିଲା ‘ସୁଭଦ୍ରା’ ରଥ ପତାକା ଦେଖାଇ ଶୁଭାରମ୍ଭ କଲେ ବିଡ଼ିଓ 

ବନ୍ଧୁଗାଁ ତା, ୮/୯/୨୪,ଆଜିଠୁ ବନ୍ଧୁଗାଁ ବ୍ଲକରେ ଗଡ଼ିଛି ସଚେତନତା ରଥ । ଘରେ ଘରେ ସୁଭଦ୍ରା । ଗାଁ ଗାଁ ସହର ସହର ବୁଲିବ ସଚେତନତା ରଥ। ବନ୍ଧୁଗାଁ ବ୍ଲକରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ୧୧ ଘଣ୍ଟା ସମୟରେ ପତାକା ଦେଖାଇ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ବନ୍ଧୁଗାଁ ବିଡ଼ିଓ ଶ୍ରୀ ଅଭିନାସ ବିଶ୍ୱଜିତ ସେଠି । ପ୍ରତି ମହିଳାଙ୍କ ସ୍ୱପ୍ନ ପୂରଣ କରିବା ସୁଭଦ୍ରାର ମୂଳ ଉଦ୍ଦେଶ୍ୟ I ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଚାଲିଥିବା ଆବେଦନର କୌଣସି ଶେଷ ତାରିଖ ନାହିଁ, ସମସ୍ତ ଯୋଗ୍ୟା ମା ଓ ଭଉଣୀ ମାନଙ୍କୁ ଏହି ଯୋଜନାର ଲାଭ ନିଶ୍ଚୟ ମିଳିବ। ଏହି ସଚେତନତା ରଥ ବନ୍ଧୁଗାଁ ବ୍ଲକର ପ୍ରତ୍ୟକ ଗ୍ରାମରେ ୪ ଦିନ ବୁଲିବ। ଗାଁ ଗହଳିରେ ବୁଲି ଲୋକଙ୍କୁ ସଚେତନ କରିବା ଏହାର ମୂଳ ଲକ୍ଷ୍ୟ । ସୁଭଦ୍ରା ଯଜନା ପାଇଁ ଦଲାଲ ମାନେ ବି ସକ୍ରିୟ ଅଛନ୍ତି ତେଣୁ ସମସ୍ତେ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ। ଆଜିର ଏହି କାର୍ଯ୍ୟକ୍ରମ ସମୟରେ ଉପସ୍ଥିତି ଥିଲେ ବନ୍ଧୁଗାଁ ବ୍ଲକର ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା, ଉପାଧ୍ୟକ୍ଷା ଶ୍ରୀମତି ଗୀତାଞ୍ଜଲି ପିଡ଼ିକା,ବନ୍ଧୁଗାଁ ଜିପିଓ ଶ୍ରୀନିବାସ ପଟ୍ଟନାୟକ,ବ୍ଲକର ସମସ୍ତ ପିଓ ,ବ୍ଲକର ୧୩ଟି ପଂଚାୟତର ସମସ୍ତ ମିଶନ ଶକ୍ତି ମହିଳା ଓ ଏମବିକେ, ଓ ଭି.ଆର.ପି, ସି. ଆର. ପି, ପ୍ରାଣୀ ମିତ୍ର, ବେଙ୍କ ମିତ୍ର, କୃଷି ମିତ୍ର,ଓ ମିଶନଶକ୍ତି ସଭାପତି, ସମ୍ପାଦିକା,ଓ ବ୍ଲକର ଶିଶୁ ବିକାଶର ଅଧିକାରୀ ସିଡିପିଓ ଶ୍ରୀମତି ଗୀତାଞ୍ଜଲି ମହାରଣା ଓ ବିଜେପି ଦଳର ଜିଲ୍ଲା ସାଧାରଣ ସମ୍ଫାଦକ ସରତ ପାତ୍ର,ପୂର୍ବତନ ସଭାପତି ରାମ ପ୍ରସାଦ ଗେମ୍ବାଲି ଏଵଂ ବ୍ଲକର ସମସ୍ତ ଅଙ୍ଗନୱାଡି କର୍ମୀମାନେ ।ଏଥିସହ ବ୍ଲକର ଅନେକ ଛୋଟ ବଡ଼ ଭଦ୍ରବ୍ୟକ୍ତି ମାନଙ୍କ ଉପସ୍ଥିତରେ ଆଜି ସୁଭଦ୍ରା ରଥ ଶୁଭାଆରମ୍ଭ କୋରାଯାଇଥିଲା I  

ସଞ୍ଜୀବ କୁମାର ବାଙ୍ଗାରୀ ବନ୍ଧୁଗାଁ ବ୍ଲକ ରିପୋର୍ଟର

Related posts

ଅଠାନବେ ତମ ମାସିକିଆ ସାମୁହିକ ଜନ୍ମ ଦିବସ ପାଳନ

masiha

ଆମେରିକାର ହଷ୍ଟନ ସହରରେ ନୂଆଁଖାଇ ଭେଟଘାଟ 

Sunil Chandra Nayak

ନବରଙ୍ଗପୁର ସଦରମହକୁମା ସ୍ତରୀୟ ଲୋକକଳା ଦିବସ ଓ ରଜପର୍ବ ପାଳିତ।

Sunil Chandra Nayak

Leave a Comment

error: Content is protected !!