ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମାଓବାଦୀ ନାମରେ ବଟି ଆଦାୟ ଘଟଣା  ଅଭିଯୁକ୍ତ ଦୁଇ ଜଣଙ୍କୁ କୋର୍ଟ ଚାଲାଣ  

ମାଓବାଦୀ ନାମରେ ବଟି ଆଦାୟ ଘଟଣା 

ଅଭିଯୁକ୍ତ ଦୁଇ ଜଣଙ୍କୁ କୋର୍ଟ ଚାଲାଣ  

ରାଇଘର ୯/୯(କିରଣ ପଟ୍ଟନାୟକ )- ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁନ୍ଦେଇ ଥାନା ଅନ୍ତର୍ଗତ ହାଟଭରଣ୍ଡି ଗ୍ରାମର ଜଣେ ଯୁବକକୁ ମାଓବାଦୀ ନାମରେ ବଟି ମାଗିବା ଅଭିଯୋଗରେ କୁନ୍ଦେଇ ପୋଲିସ ଦୁଇ ଜଣଙ୍କୁ ଥାନାରେ ଅଟକି ରଖି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁଇ ଅଭିଯୁକ୍ତକୁ ସୋମବାର ଦିନ କୋର୍ଟ ଚାଲାଣ କରିଛି l 

ସୂଚନା ଅନୁଯାୟୀ – ଖୁଡୁକ ପଞ୍ଚାୟତ ରାଜପୁର ଗ୍ରାମର ରାମଲାଲ ହରିଜନ ଓ ଖୁଡୁକ୍ ଗ୍ରାମର ପିଲାରାମ ହରିଜନ ଦୁହେଁ ହାଟଭରଣ୍ଡି ଠାରେ ଆଧାର କେନ୍ଦ୍ର କରିଥିବା ଅନିଲ କୁମାର କାଣ୍ଠ ଙ୍କୁ ମାଓବାଦୀ ପରିଚୟ ଦେଇ ଗତ ୫ ତାରିଖ ଦିନ ୫୦ ହଜାର ଟଙ୍କା ବଟି ମାଗିଥିଲେ l ଟଙ୍କା ନ ଦେଲେ ଦୋକାନ ଆଗରେ ମାଓ ବ୍ୟାନର ପୋଷ୍ଟର ଲଗା ଯିବା ସହ ପ୍ରଜକୋର୍ଟରେ ଦଣ୍ଡ ଦିଆ ଯିବ ବୋଲି ସୂଚାଇ ଦେଇଥିଲେ l ପରବର୍ତୀ ସମୟରେ ୫୦ ହଜାର ଟଙ୍କା ମୋ ପାଖରେ ନାହିଁ କହିବା ପରେ ମଧ୍ୟ କ୍ରମାଗତ ଫୋନ ଯୋଗେ ମଧ୍ୟ ଧମକ ଦେଇ ଆସୁଥିଲେ l ଶେଷରେ ଘଟଣା ସମ୍ପର୍କରେ କୁନ୍ଦେଇ ଥାନାରେ ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିବା ପରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠୀ ତଦନ୍ତ ଦାୟିତ୍ବ ନେଇ ତଦନ୍ତ ଆରମ୍ଭ କରିଥିଲେ l ମାଓବାଦୀ ନାମରେ ବଟି ମାଗିଥିବା ଦୁଇ ବ୍ୟକ୍ତି ପିଲାରାମହରିଜନ ଓ ରାମ ଲାଲ ହରିଜନ ଦୁହିଁଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରୀ ରହିଥିବା ବେଳେ ଆଜି ସୋମବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଅଛି l ତେବେ ଓଡ଼ିଶା ସୀମାରେ ମାଓ ଗତିବିଧି ରହିବା ସହ ପୂର୍ବରୁ ଏହି ଅଞ୍ଚଳରେ ଅନେକ ହିଂସା କାଣ୍ଡ ଘଟି ସାରି ଥିବା ବେଳେ ବର୍ତ୍ତମାନ୍ ମାଓବାଦୀ ନାମରେ ବଟି ମାଗିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି l ଏହି ଅଞ୍ଚଳରେ ମାଓବାଦୀ ନାମରେ ବଟି ମାଗିବା ପୂର୍ବରୁ ଅନେକ ଘଟଣା ଘଟିଥିବା ବେଳେ ଅଟକ ଦୁଇ ଜଣ ପୂର୍ବରୁ ଆଉ କାହାକୁ ଏଭଳି ମାଓବାଦୀ ନାମରେ ଆଦାୟ କରିଛନ୍ତି ନା ନାହିଁ ତଦନ୍ତ ପରେ ଜଣାପଡ଼ିବ l ସୀମାନ୍ତ ଅଂଚଳରେ ଭୟର ବାତାବରଣ ଭିତରେ ଅଞ୍ଚଳବାସୀ ଦିନ କାଟୁ ଥିବା ବେଳେ ମାଓବାଦୀ ନାମରେ ବଟି ମାଗିବା ଭଳି କିଛି ବ୍ୟକ୍ତି ବିଶେଷ କାର୍ଯ୍ୟ କରୁଥିବା ଅନୁମାନ କରାଯାଉଛି l ପୋଲିସ ପ୍ରଶାସନ ସମସ୍ତ୍ ଘଟଣା ଉପରେ ଗୁରୁତ୍ବ ଦେଇ ତଦନ୍ତ କରୁଥିବା ବେଳେ ଏହାରି ପଛରେ ଆଉ କାହାର ହାତ ରହିଛି ପୋଲିସ୍ ତଦନ୍ତ ଜାରୀ ରଖିଛି l ଏ ନେଇ କେଶ ନମ୍ବର ୮୯/୨୪ ରେ ଏକ ମାମଲା ରୁଜୁ କରାଯାଇ ଉଭୟ ଙ୍କୁ କୋର୍ଟ ଚାଲାଣ କରାଯାଇଛି l

Related posts

Vigilance Nabs Rayagada SE with Rs 1.5 Lakh in Unaccounted Cash

masiha

ଖୁଡୁଖୁଡି ଖେଳ ଉପରେ ଚଢାଉ, ୧ ଗିରଫ 

masiha

ମାତୃଶ ଏଣ୍ଟର ପ୍ରାଇଜେସ ମେନେଜର ଙ୍କୁ ମରଣାନ୍ତକ ଆକ୍ରମଣ:ବ୍ୟାଙ୍କ ସମ୍ମୁଖରୁ ୧୫ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ

Sunil Chandra Nayak

Leave a Comment

error: Content is protected !!