ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୧ ତମ କୃଷି ଗଣନା ୨୦୨୧-୨୨ ନିମନ୍ତେ ପ୍ରଥମ ଜିଲ୍ଲା ସ୍ତରୀୟ ସଂଯୋଜନା କମିଟି ବୈଠକ , ଜାନୁଆରୀରୁ ସର୍ଭେ 

ଭବାନୀପାଟଣା ତା ୨୭.୧୨.୨୦୨୨: ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ ଆନୁକୁଲ୍ୟରେ ହେବାକୁ ଯାଉଥିବା ୧୧ତମ କୃଷି ଗଣନା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଥମ ଜିଲ୍ଲା ସ୍ତରୀୟ ସଂଯୋଜନା କମିଟି ବୈଠକ ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଅଛି । କୃଷି ଗଣନାର ଆଭିମୁଖ୍ୟ ସହିତ ଚଳିତ ବର୍ଷ ପାଇଁ ଏଥିରେ ସାମିଲ ହେବାକୁ ଥିବା ନୂତନ ନିୟମାବଳୀ ସମ୍ବନ୍ଧରେ ଆଲୋଚନା କରାଯାଇଛି । ତିନୋଟି ପର୍ଯ୍ୟାୟରେ ସର୍ଭେ କରାଯିବ । ଏହି ଗଣନା କାର୍ଯ୍ୟରେ ଜମିର ମାଲିକାନା, ଜମିର ଆକାର ପ୍ରକାର , କ୍ଷୁଦ୍ର ନାମ ମାତ୍ର ଚାଷୀ , ବୃହତ ଚାଷୀ , ବ୍ୟକ୍ତିଗତ କୃଷି , ଯୁଗ୍ମକୃଷି , ଆନୁଷ୍ଠାନିକ କୃଷି , କୃଷି ଯନ୍ତ୍ରପାତି ଉପଯୋଗ , ଜୈବିକ ଓ ରାସାୟନିକ ସାର ଔଷଧ ଆଦିର ବ୍ୟବହାର, ଜମିର ସଂଖ୍ୟା , ବ୍ୟବହୃତ କୃଷି ଜମି , ଫସଲ ପ୍ରଣାଳୀ ଆଦି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ । ଏହି କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ଯୋଜନା ଓ ପରିସଖ୍ୟାନ ବିଭାଗ କର୍ମଚାରୀଙ୍କ ସହ କୃଷି ବିଭାଗର ଗ୍ରାମ ସେବକ ଗଣନାକାରୀ ଭାବରେ ନିଯୋଜିତ ହେବେ । ରାଜସ୍ୱ ନିରୀକ୍ଷକ, ପରିସଖ୍ୟାନ ଅଧିକାରୀ ଏବଂ ସିନିୟର ଅର୍ଥନୀତୀ ଅନୁସନ୍ଧାନକାରୀ ମାନେ ସୁପରଭାଇଜର ଭାବେ ଦାୟିତ୍ଵବହନ କରିବେ । ଜିଲ୍ଲାର ସମସ୍ତ ଗ୍ରାମରେ ଏହି ସର୍ଭେ କାର୍ଯ୍ୟ ଅନୁଷ୍ଠିତ ହେବ । ସେଥିପାଇଁ ୨୦୨ ଜଣ କର୍ମଚାରୀ ନିୟୋଜିତ ହେବେ । ୨୦ ପ୍ରତିଶତ ଗାଁକୁ ସର୍ଭେ କରାଯାଇ ୧୦ମ କୃଷି ଗଣନା କରାଯାଇଥିବା ବେଳେ ଚଳିତ ୧୧ତମ କୃଷି ଗଣନାରେ ୧୦୦ ପ୍ରତିଶତ ଗାଁକୁ ସର୍ଭେ କରାଯିବ । ଡିଜିଟାଲ ଭାବେ ମୋବାଇଲ ଆପ ଜରିଆରେ ସମସ୍ତ ସର୍ଭେ କାର୍ଯ୍ୟ ହେବ । ଡିଜିଟାଲ ମାଧ୍ୟମରେ ଥିବା ଜମିର ରେକର୍ଡକୁ ଏଥିପାଇଁ ବ୍ୟବହାର କରାଯିବ । ଏହି ସର୍ଭେର ଉଦେଶ୍ୟ ଏବଂ ଲକ୍ଷ ବିଷୟରେ ଜିଲ୍ଲା ଯୋଜନା ଓ ପର୍ଯବେକ୍ଷଣ ସଂସ୍ଥାର ଉପନିର୍ଦ୍ଧେଶକ ଶ୍ରୀକାନ୍ତ ଦଲାଇ ବର୍ଣନା କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ସାହୁ , ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସ୍ୟା ଅଧିକାରୀ ଡ. ଚୈତନ୍ୟ ଶେଠୀ , ଡ଼ିଆରସିଏସ ପ୍ରମୋଦ କୁମାର ସାହୁ , ଉଦ୍ୟାନ ବିଭାଗର ଅଧିକାରୀ କେ. କେ. ମହାନ୍ତି, ସୁଜିତ ଡ଼ିଆଇଓ ସୁଜିତ କୁମାର ବିଶ୍ବାଳ ଏବଂ ଡି.ଆଇ.ପି.ଆର.ଓ ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ମସିହା ନିଉଜ ସର୍ଭିସ୍ 

Related posts

Shree Mahaveer Yuba Parishad honored as Prakruti Mitra.

masiha

ଗୋଳାମୁଣ୍ଡା ସଦର ମହକୁମା ର ଏକମାତ୍ର ATM ଦୀର୍ଘ ଦିନ ଧରି ଅଚଳ ଜନତା ଅସନ୍ତୋଷ

Sunil Chandra Nayak

୧- ବନ୍ଧୁଗାଁ ବ୍ଲକ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ,୨- ବରିଷ୍ଟ ବିଜେଡି କର୍ମୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ , ୩- ବ୍ଲକ ସ୍ତରୀୟ ବିକାଶର ଧାରା ଓଡ଼ିଶା ସାରା 

Sunil Chandra Nayak

Leave a Comment

error: Content is protected !!