ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଚ୍ଚଶିକ୍ଷା ମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ 

ଉଚ୍ଚଶିକ୍ଷା ମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ 

ରାଉରକେଲା: ରାଉରକେଲା କୁ ଆସିଥିବା ରାଜ୍ୟ ଉଚ୍ଚଶିକ୍ଷା ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କୁ ରାଉରକେଲା ବିକାଶ ମଞ୍ଚ ତରଫରୁ ରାଉରକେଲା ସ୍ବୟଂ ଶାସିତ ମହାବିଦ୍ୟାଳୟ କୁ ବିଶ୍ଵବିଦ୍ୟାଳୟ କରିବା ସହ ବିପିୟୁଟି ର ସମସ୍ତ କାର୍ଯ୍ୟକ୍ରମ ରାଉରକେଲା ରେ କରିବା ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଏହି ବିଶ୍ଵବିଦ୍ୟାଳୟ ଦାବି ଦୀର୍ଘଦିନର ହୋଇଥିବା ବେଳେ ଗତ ସପ୍ତାହରେ ବିପିୟୁଟି ର କାର୍ଯ୍ୟକ୍ରମ ଭୁବନେଶ୍ୱର ଠାରେ କରାଯାଇଥିଲା। ବିପିୟୁଟି ର ମୁଖ୍ୟ କାର୍ଯ୍ୟାଳୟ ରାଉରକେଲା ରେ ଥିବା ବେଳେ କେଉଁ ଉଦ୍ଦେଶ୍ୟରେ ଏଠାକାର କାର୍ଯ୍ୟକ୍ରମ ଭୁବନେଶ୍ୱରରେ କରାଗଲା,ତାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେଣୁ ଏସମ୍ପର୍କରେ ମନ୍ତ୍ରୀ ଙ୍କୁ ଅବଗତ କରାଯାଇ ଏଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲା। ରାଉରକେଲା ବିକାଶ ମଞ୍ଚର ସଭାପତି ଡ଼ଃ ସୁମନ ଦତ୍ତଙ୍କ ନେତୃତ୍ୱରେ ସର୍ବଶ୍ରୀ ଉପେନ୍ଦ୍ର କୁମାର ନାୟକ, ମହେନ୍ଦ୍ର ମହାନ୍ତି, ଜଗନ୍ନାଥ ରାଉତ, ଅମୂଲ୍ୟ ଚରଣ ବରାଳ,ସୁପ୍ରତିକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଆଶା ମ୍ୟାନଜରକୁ ବିଦାୟ, ନୂତନ କୁ ସ୍ୱାଗତ କାର୍ଯ୍ୟକ୍ରମ 

Sunil Chandra Nayak

ପିରବତୀ ମହିଳା କଲେଜରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

masiha

ଗଣନାକାରୀଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ୍ କମିଶନରଙ୍କୁ ଜରୁରୀ ନିର୍ଦ୍ଦେଶନାମା ଜାରି

Sunil Chandra Nayak

Leave a Comment

error: Content is protected !!