ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପତ୍ର ଦର-ବୋନସ ଘୋଷଣାରେ ବିଳମ୍ବ, କର୍ମଚାରୀ ଉଚିତ୍ ଦରମାରୁ ବଞ୍ଚିତ , ରାଜ୍ୟବ୍ୟାପୀ କେନ୍ଦୁପତ୍ର ଶ୍ରମିକଙ୍କ ଧାରଣା

ପତ୍ର ଦର-ବୋନସ ଘୋଷଣାରେ ବିଳମ୍ବ, କର୍ମଚାରୀ ଉଚିତ୍ ଦରମାରୁ ବଞ୍ଚିତ , ରାଜ୍ୟବ୍ୟାପୀ କେନ୍ଦୁପତ୍ର ଶ୍ରମିକଙ୍କ ଧାରଣା

 ୨୦୦୦ରୁ ଅଧିକ ପଞ୍ଚାୟତରେ ଆନ୍ଦୋଳନ, ଲକ୍ଷାଧିକ ତୋଳାଳୀ ଶ୍ରମିକଙ୍କ ଯୋଗଦାନ
ସୁନ୍ଦରଗଡର ସମସ୍ତ ପଞ୍ଚାୟତରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ରାଉରକେଲା : ସୁନ୍ଦରଗଡ ଡିଭିଜନର ସମସ୍ତ କେନ୍ଦୁପତ୍ର ସଂଗ୍ରହ ହେଉଥିବା ପଞ୍ଚାୟତମାନଙ୍କରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇ ପଞ୍ଚାୟତ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ୟର ୧୯ଟି କେନ୍ଦୁପତ୍ର ଡିଭିଜନରେ ଏପ୍ରିଲ ୧୦ରୁ ସଂଗ୍ରହ ଆରମ୍ଭ ହୋଇଥିଲେ ମଧ୍ୟ ସରକାର ଏପର୍ଯ୍ୟନ୍ତ କେନ୍ଦୁପତ୍ର କେରି ପ୍ରତି ଦର ନିର୍ଦ୍ଧାରଣ କରିପାରିନାହାନ୍ତି। ତୋଳାଳୀ ଓ ସିଜିନାଲ କର୍ମଚାରୀଙ୍କ ପାଇଁ ବୋନସ, ମାସିକ ମଜୁରୀ ଓ ବନ୍ଧେଇ ଶ୍ରମିକଙ୍କ ପାଇଁ ବଣ୍ଡଲ ଦର ଘୋଷଣା ମଧ୍ୟ ହୋଇନାହିଁ। କେନ୍ଦୁପତ୍ର ଉନ୍ନୟନ ପରିଷଦର ବୈଠକ ନ ବସିବା କୁ ନିନ୍ଦା କରାଯାଇଥିଲା। ଏହି ପରିସ୍ଥିତିକୁ ନେଇ ସଂଘର ସଭାପତି ବିଜୟ କୁମାର ମହାନ୍ତି ଗଭୀର ଉଦବେଗ ପ୍ରକାଶ କରି କହିଛନ୍ତି ଯେ, ଚଳିତ ବର୍ଷ ଏପର୍ଯ୍ୟନ୍ତ ଦର ଓ ବୋନସ ଘୋଷଣା ନ ହେବା ଏକ ଅଭୂତପୂର୍ବ ଘଟଣା। ୨୦୨୪ ଜୁଲାଇରେ ସର୍ବନିମ୍ନ ମଜୁରୀ ଘୋଷଣା ହୋଇଥିଲେ ମଧ୍ୟ ସେହି ଅନୁପାତରେ ମାସିକ ମଜୁରୀ ନିର୍ଦ୍ଧାରିତ ହୋଇନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ବନ୍ଧେଇ ଶ୍ରମିକଙ୍କ ବଣ୍ଡଲ ଦର ବୃଦ୍ଧି ଓ ମୃତ୍ୟୁକାଳୀନ ଆର୍ଥିକ ସହାୟତା ବୃଦ୍ଧି ମଧ୍ୟ ହୋଇନାହିଁ। ସଂଘ ପକ୍ଷରୁ ଏହି ସମସ୍ୟାଗୁଡିକୁ ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଜଙ୍ଗଲ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହୋଇଥିବା ସତ୍ତ୍ୱେ କୌଣସି ସ୍ପଷ୍ଟ ନିଷ୍ପତ୍ତି ହୋଇନାହିଁ। ଗତ ଫେବୃଆରୀ ୨୦ ଓ ୨୧ରେ ୧୦୦ରୁ ଅଧିକ ରେଞ୍ଜରେ ଗଣଧାରଣା ହୋଇଥିଲା ଏବଂ ଫେବୃଆରୀ ୨୭ରେ ରାସ୍ତାରୋକ ଆନ୍ଦୋଳନ ପୂର୍ବରୁ ସରକାରଙ୍କ ଅନୁରୋଧରେ ସ୍ଥଗିତ ରଖାଯାଇଥିଲା। ମାର୍ଚ୍ଚ ୨ରେ ସଚିବାଳୟରେ ଆଲୋଚନା ହେଲେ ମଧ୍ୟ ଦାବି ପୂରଣରେ ବିଳମ୍ବ ହେଉଥିବାରୁ ଶ୍ରମିକମାନଙ୍କ ଅସନ୍ତୋଷ ବଢ଼ିଛି। ସଂଘ ଅଭିଯୋଗ କରିଛି ଯେ, ଦୁଇ ମାସ ହେଉଛି କେତେକ ଶ୍ରମିକଙ୍କୁ ମଜୁରୀ ମିଳିନାହିଁ ଓ ଏହାର ଫଳରେ ଲକ୍ଷାଧିକ ଶ୍ରମିକ ଆର୍ଥିକ ସଙ୍କଟ ଓ ନିରାଶାରେ ଅଛନ୍ତି। ସୁନ୍ଦରଗଡ ଜିଲ୍ଲା ରାଉରକେଲା ଡିଭିଜନରେ ବିଭିନ୍ନ ପଞ୍ଚାୟତ ହୋଇଥିବା କାର୍ଯ୍ୟକ୍ରମରେ ତୋଳାଳୀ କର୍ମଚାରୀ ମାନେ ଏକତ୍ରିତ ହୋଇ ତାଙ୍କ ସହିତ ହେଉଥିବା ଅବିଚାର କୁ ନିନ୍ଦା କରିଥିଲେ। ଓଡ଼ିଶାରେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ କେନ୍ଦୁପତ୍ର ସଂସ୍ଥାରେ ଯେଉଁଠି ୯୦% ମହିଳା ଓ ଅଧିକାଂଶ ଆଦିବାସୀ ଓ ପଛୁଆ ବର୍ଗ ନିଜର ଜୀବିକା ଭାବରେ ଗ୍ରହଣ କରିଛନ୍ତି ତାଙ୍କ ନ୍ୟାର୍ଯ୍ୟ ଦାବି ପ୍ରତି ଅବହେଳା କୁ ସମସ୍ତ ବକ୍ତା ନିନ୍ଦା କରିବା ସହ ଅତିଶୀଘ୍ର ଦାବି ପୂରଣ ପାଇଁ ଦାବି କରିଥିଲେ। ଆଜି ବିଭିଁ ପଞ୍ଚାୟତ ହୋଇଥିବା କାର୍ଯ୍ୟକ୍ରମ କୁ ଡିଭିଜନ କୋଷାଧ୍ୟକ୍ଷ ଶୋଭାରମ ପ୍ରଧାନ ଓ ରେଞ୍ଜ ସମ୍ପାଦକ ଙ୍କ ମଧ୍ୟରେ ପ୍ରବୋଧ ତୀରକେୟ,ତ୍ରିଲୋଚନ କିସାନ, ନରହରି ପଟେଲ, ବିରଞ୍ଚି ରାଉତ, ପୁନିଆ ଚୁନିଆ, ନିରାକାର ନାୟକ, ଦୁର୍ଗା ମହାନ୍ତ, ବିରଞ୍ଚି ନାୟକ, ସାମ୍ବରୁ କିସାନ, ଗିରିଧାରୀ ବାଡା, ପର୍ଶୁରାମ ଭାଇନସାଲ, ଅଭିରାମ ସାହୁ, ମଧୁ ଖାଖା, ଜେମା ନାୟକ, ପ୍ରଭା ତୀରକେୟ, କାମିନୀ ନାୟକ, ମୌସୁମୀ ସେଠ, ସରୋଜିନୀ ଲାକ୍ରା, ରଘୁ ନାଗ, ନିରଞ୍ଜନ ବୁଡ଼େକ ପ୍ରମୁଖ ନେତୃତ୍ୱ ନେଇଥିଲେ। ଏଠାରେ ଉଲ୍ଲେଖଥାଉ କି ଆଜି ଓଡ଼ିଶାର ୨୨ ଟି ଜିଲ୍ଲାରେ ଦୁଇ ହଜାର ରୁ ଅଧିକ ପଞ୍ଚାୟତ ରେ ଏହି ଧାରଣା ସମାବେଶ ହୋଇଥିବା ବେଳେ ଲକ୍ଷାଧିକ ତୋଳାଳୀ କର୍ମଚାରୀ ଭାଗ ନେଇଥିବା ସଂଘର ସଭାପତି ବିଜୟ ମହାନ୍ତି ପ୍ରକାଶ କରିଛନ୍ତି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜଗମୋହନ ବିଦ୍ୟାଳୟର ଷଷ୍ଠ ବାର୍ଷିକ ଉତ୍ସବ ପାଳନ

masiha

ଶିବ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଟୁନା ପଣ୍ଡାଙ୍କ ନିମନ୍ତେ ଖେଳାଳିଙ୍କ ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!