ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଇରା କଲେଜ ସଂସ୍କୃତ ବିଭାଗର ଆୟୁର୍ବେଦ ଭୂମିକା ପାଠଚକ୍ର ଅନୁଷ୍ଠିତ

ଖଇରା କଲେଜ ସଂସ୍କୃତ ବିଭାଗର ଆୟୁର୍ବେଦ ଭୂମିକା ପାଠଚକ୍ର ଅନୁଷ୍ଠିତ

ଖଇରା,୦୭/୪/୨୪ :ଖଇରା ମହାବିଦ୍ୟାଳୟର କନ୍ଫରେନ୍ସ ପ୍ରକୋଷ୍ଠରେ ସଂସ୍କୃତ ବିଭାଗ ତରଫରୁ ସାମ୍ପ୍ରତିକ ସମାଜେ ଆୟୁର୍ବେଦସ୍ୟ ଭୂମିକା ନାମକ ପାଠଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଡା.କମଳାକାନ୍ତ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କଲେଜ ଅଧ୍ୟକ୍ଷ ଶ୍ରୀ ପତି ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଵଳନ କରି ସଭା କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ସଂସ୍କୃତ ବିଭାଗ ପ୍ରମୁଖ ନିରଞ୍ଜନ ପଣ୍ଡା ବେଦପାଠ କରିଥିବାବେଳେ ମୁଖ୍ୟବକ୍ତା ଭାବେ ସୋର ଉପେନ୍ଦ୍ରନାଥ ମହାବିଦ୍ୟାଳୟର ପ୍ରାଧ୍ୟାପକ ତଥା ସଂସ୍କୃତ ବିଭାଗର ପ୍ରମୁଖ ଡା.ସୁରେନ୍ଦ୍ର ପ୍ରସାଦ ମଣ୍ଡଳ, ସମ୍ମାନୀତ ଅତିଥି ଭାବେ ଖଇରା ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ ଡା. ସୁଜିତ କୁମାର ଛାଟିଆ, ସଂସ୍କୃତ ବିଭାଗର ଅଧ୍ୟାପିକା ଚିନ୍ମୟୀ ପଣ୍ଡା, +୨ ଅନ୍ତିମ ବର୍ଷର ସଂସ୍କୃତ ସମ୍ମାନ ବିଷୟର ଛାତ୍ରୀ ଲିପ୍ସିତା ତରେଇ, ଦିବ୍ୟା ଦାସ, ଜ୍ୟୋସ୍ନାରାଣୀ ମଲ୍ଲିକ, +୨ ଦ୍ୱିତୀୟ ବର୍ଷର ଛାତ୍ର ହେମନ୍ତ ବେହେରାଙ୍କ ସମେତ ସଂସ୍କୃତ ବିଭାଗର ବହୁ ଛାତ୍ରଛାତ୍ରୀ ଉପସ୍ଥିତ ରହି ଏହି ପାଠଚକ୍ର ଉଦେଶ୍ୟ ବିଷୟରେ ବୁଝିଥିଲେ । ଅୟୁର୍ବେଦ ମହାନ ଅତୀତର ଗାଥା ତଥା ଆଜିର ଦିନରେ ବିଶ୍ୱର ପ୍ରତିଟି ମନୁଷ୍ୟପ୍ରତି ଏହା ବେସ ଫଳପ୍ରଦ । ଆୟୁର୍ବେଦ ବିନା ଜୀବନ ଅସମ୍ପୂର୍ଣ୍ଣ । ଧର୍ମ ଅର୍ଜନ କାମ ମୋକ୍ଷ ଏହି ଆୟୁର୍ବେଦ ହିଁ ଆଧାରଶୀଳ । ଆୟୁର୍ବେଦ ଆଜି କେବଳ ଭାରତ ବର୍ଷରେ ସିମିତ ନାହିଁ ଏହା ପୃଥିବୀର ପ୍ରତିଟି କୋଣ ଅନୁକୋଣରେ ବିସ୍ତାର ହୋଇ ଚାଲିଛି ବୋଲି ଉପସ୍ଥିତ ଅତିଥିମାନେ କହିଥିଲେ ।ଏହି ସଭାରେ ଇତିହାସ ବିଭାଗର ପ୍ରାଧ୍ୟାପକ ଡା. ଉଦୟ ରଞ୍ଜନ ଦାସ, ଇଂରାଜୀ ବିଭାଗର ଅଧ୍ୟାପକ ଜୟନ୍ତ କୁମାର ସ୍ବାଇଁ, ପରୀକ୍ଷା ବିଭାଗର ପ୍ରମୁଖ ଯୁଗଳ କିଶୋର ରାଉତ, ଉମେଶ ଚନ୍ଦ୍ର ବାରିକ, ନାଗ୍ ସମୀକ୍ଷକ ବନମାଳୀ ବାରିକ, ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ ଶସିକାନ୍ତ ପଣ୍ଡା, ଉମାକାନ୍ତ ନାଥ, ଦିନେଶ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ସଭାକୁ ସରସ ସୁନ୍ଦର କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଭାରତୀୟ ସେନା ଅଗ୍ନିପଥ ଯୋଜନା ରେ ନିଯୁକ୍ତି ନିମନ୍ତେ ପଞ୍ଜିକରଣ ର ଆବେଦନ ତାରିଖ ବୃଦ୍ଧି କରାଗଲା 

Sunil Chandra Nayak

ରଜ ପର୍ବରେ ୟୁନିଟେକ୍‌ରେ ‘ପ୍ରଯୁକ୍ତି ଓ ସୃଜନଶୀଳତାର ସଙ୍ଗମ’ ପ୍ରତିଯୋଗିତା

Sunil Chandra Nayak

ଗୋଲାମୁଣ୍ଡା ବ୍ଲକ ରେ ତେଜିଲା ଧର୍ମଗଡ ଜିଲ୍ଲା ଦାବୀ ,  ଧର୍ମଗଡ଼କୁ ଜିଲ୍ଲା ମାନ୍ୟତା ଦାବି ନେଇ ଗୋଲାମୁଣ୍ଡା ଠାରେ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ର ବୈଠକ

masiha

Leave a Comment

error: Content is protected !!