ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଧାୟକ ଓ ସାଂସଦ ପାର୍ଥୀଙ୍କୁ ସମ୍ବର୍ଦ୍ଧନା 

ବିଧାୟକ ଓ ସାଂସଦ ପାର୍ଥୀଙ୍କୁ ସମ୍ବର୍ଦ୍ଧନା 

ଡାବୁଗାଁ, ୭/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଡାବୁଗାଁ –ମେଦନା ରାସ୍ତା ରେ ଥିବା ଜଙ୍ଗଲ ମଧ୍ୟରେ ଡାବୁଗାଁ ବ୍ଲକ କଂଗ୍ରେସ ତରଫରୁ ବିଧାୟକ ଓ ସାଂସଦ ପାର୍ଥୀ ଙ୍କୁ ଏକ ସମ୍ବର୍ଦ୍ଧନା ସଭା ଡାବୁଗାଁ ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରଜୁ ଙ୍କ ସଭାପତିତ୍ଵରେ ରବିବାର ଅନୁଷ୍ଠିତ ହୋଇଯାଇଛି | ସାଧାରଣ ନିର୍ବାଚନ -୨୦୨୪ ପାଇଁ ଘୋଷଣା ହେବା ପରେ କଂଗ୍ରେସ ଦଳ ପାର୍ଥୀ ଘୋଷଣା ହୋଇଛି | ଏଥିରେ ଦଳ ର ନବରଙ୍ଗପୁର ଲୋକସଭା ଆସନ ନିମନ୍ତେ ସାଂସଦ ପାର୍ଥୀ ଭାବେ ଭୁଜବଳ ମାଝି ଓ ଡାବୁଗାଁ ବିଧାନସଭା ଆସନ ପାଇଁ ବିଧାୟକ ପାର୍ଥୀ ଭାବେ ଭୁଜବଳ ଙ୍କ ଝିଅ ଡା. ଲିପିକା ମାଝି ଙ୍କ ନାମ କଂଗ୍ରେସ ଘୋଷଣା କରିଛି | ଏନେଇ ଉକ୍ତ ୨ ପାର୍ଥୀଙ୍କୁ ଡାବୁଗାଁ ବ୍ଲକ କଂଗ୍ରେସ ତରଫରୁ ଆଜି ଏକ ସମ୍ବର୍ଦ୍ଧନା ସଭା କରି ୨ ଜଣଙ୍କୁ ବ୍ଲକ କଂଗ୍ରେସ କର୍ମୀ ମାନେ ଉତ୍ସାହର ସହ ସ୍ଵାଗତ କରିବା ସହ ସମ୍ବର୍ଦ୍ଧନା ଦେଇଛନ୍ତି | ଏହି ସଭାରେ କଳାହାଣ୍ଡି ଲୋକସଭା କଂଗ୍ରେସ ପର୍ଯ୍ୟବେକ୍ଷକ ଦ୍ଵାରିକା ମହାପାତ୍ର, ପାପଡାହାଣ୍ଡି ବ୍ଲକ କଂଗ୍ରେସ ସଭାପତି ଶ୍ରୀକାନ୍ତ ମିଶ୍ର, କୋଷାଗୁମୁଡାର ବାବୁଲି ବାଗ, ଜୋନ-୧ ସଭାପତି ପ୍ରକାଶ ଚନ୍ଦ୍ର ପଣ୍ଡା, ଜୋନ-୨ ସଭାପତି ବଂଶୀଧର ମାଝି, ବ୍ଲକ ଉପସଭାପତି ଧର୍ମାନନ୍ଦ ନାୟକ ଓ କୃଶ ପନକା, ଉପଦେଷ୍ଟା ବାବି ଜେନା, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟାସଭ୍ୟ ଓ ବହୁ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

 

Related posts

ବିଶ୍ଵହିନ୍ଦୁ ପରିଷଦ ପ୍ରଖଣ୍ଡ ସଭାପତି ରୁ ଇସ୍ତଫା

masiha

ଭାରତୀୟ ଜନତା ପାର୍ଟିରେ ମହିଳା କାର୍ଯ୍ୟକର୍ତ୍ତାଙ୍କ ଯୋଗଦାନ

Sunil Chandra Nayak

ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ନବ ନିଯୁକ୍ତ କଂଗ୍ରେସ ସଭାପତି ଶ୍ରୀ ଭୁବନ ବିହାରୀ ସାହୁଙ୍କୁ ରାଇରଙ୍ଗପୁର ରେ ଭବ୍ୟ ସମ୍ବର୍ଦ୍ଧନା 

Sunil Chandra Nayak

Leave a Comment

error: Content is protected !!