ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଧାୟକ ଓ ସାଂସଦ ପାର୍ଥୀଙ୍କୁ ସମ୍ବର୍ଦ୍ଧନା 

ବିଧାୟକ ଓ ସାଂସଦ ପାର୍ଥୀଙ୍କୁ ସମ୍ବର୍ଦ୍ଧନା 

ଡାବୁଗାଁ, ୭/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଡାବୁଗାଁ –ମେଦନା ରାସ୍ତା ରେ ଥିବା ଜଙ୍ଗଲ ମଧ୍ୟରେ ଡାବୁଗାଁ ବ୍ଲକ କଂଗ୍ରେସ ତରଫରୁ ବିଧାୟକ ଓ ସାଂସଦ ପାର୍ଥୀ ଙ୍କୁ ଏକ ସମ୍ବର୍ଦ୍ଧନା ସଭା ଡାବୁଗାଁ ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରଜୁ ଙ୍କ ସଭାପତିତ୍ଵରେ ରବିବାର ଅନୁଷ୍ଠିତ ହୋଇଯାଇଛି | ସାଧାରଣ ନିର୍ବାଚନ -୨୦୨୪ ପାଇଁ ଘୋଷଣା ହେବା ପରେ କଂଗ୍ରେସ ଦଳ ପାର୍ଥୀ ଘୋଷଣା ହୋଇଛି | ଏଥିରେ ଦଳ ର ନବରଙ୍ଗପୁର ଲୋକସଭା ଆସନ ନିମନ୍ତେ ସାଂସଦ ପାର୍ଥୀ ଭାବେ ଭୁଜବଳ ମାଝି ଓ ଡାବୁଗାଁ ବିଧାନସଭା ଆସନ ପାଇଁ ବିଧାୟକ ପାର୍ଥୀ ଭାବେ ଭୁଜବଳ ଙ୍କ ଝିଅ ଡା. ଲିପିକା ମାଝି ଙ୍କ ନାମ କଂଗ୍ରେସ ଘୋଷଣା କରିଛି | ଏନେଇ ଉକ୍ତ ୨ ପାର୍ଥୀଙ୍କୁ ଡାବୁଗାଁ ବ୍ଲକ କଂଗ୍ରେସ ତରଫରୁ ଆଜି ଏକ ସମ୍ବର୍ଦ୍ଧନା ସଭା କରି ୨ ଜଣଙ୍କୁ ବ୍ଲକ କଂଗ୍ରେସ କର୍ମୀ ମାନେ ଉତ୍ସାହର ସହ ସ୍ଵାଗତ କରିବା ସହ ସମ୍ବର୍ଦ୍ଧନା ଦେଇଛନ୍ତି | ଏହି ସଭାରେ କଳାହାଣ୍ଡି ଲୋକସଭା କଂଗ୍ରେସ ପର୍ଯ୍ୟବେକ୍ଷକ ଦ୍ଵାରିକା ମହାପାତ୍ର, ପାପଡାହାଣ୍ଡି ବ୍ଲକ କଂଗ୍ରେସ ସଭାପତି ଶ୍ରୀକାନ୍ତ ମିଶ୍ର, କୋଷାଗୁମୁଡାର ବାବୁଲି ବାଗ, ଜୋନ-୧ ସଭାପତି ପ୍ରକାଶ ଚନ୍ଦ୍ର ପଣ୍ଡା, ଜୋନ-୨ ସଭାପତି ବଂଶୀଧର ମାଝି, ବ୍ଲକ ଉପସଭାପତି ଧର୍ମାନନ୍ଦ ନାୟକ ଓ କୃଶ ପନକା, ଉପଦେଷ୍ଟା ବାବି ଜେନା, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟାସଭ୍ୟ ଓ ବହୁ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

 

Related posts

ଘରେ ଘରେ କଂଗ୍ରେସ,ଘରେ ଘରେ ହାତ କାର୍ଯ୍ୟକ୍ରମ

masiha

ଜନଜାତି ସମ୍ପ୍ରଦାୟ ସଂଖ୍ୟା କୁ କେନ୍ଦ୍ର କରି କନ୍ଧମାଳ ବି ଜେ ଡି ରେ ହାଟ୍ଟୋ ଗୋଳ ! ଧାରଣା ଦେବା ଓ ବିକ୍ଷୋଭ କରିବା ଭୁଲିଗଲେ 

Sunil Chandra Nayak

ନୂଆପଡା ଜିଲ୍ଲା କୁ ମାରାଥନ ନିର୍ବାଚନ ପ୍ରଚାରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଗସ୍ତ ସୁନାବେଡ଼ା ଅଭୟାରଣ୍ୟ ରେ ଆଦିବାସୀ ଙ୍କ ସମାବେଶ, ନୂଆପଡ଼ା ରେ ରାତ୍ରିଯାପନ 

Sunil Chandra Nayak

Leave a Comment

error: Content is protected !!