ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭାରତୀୟ ଜନତା ପାର୍ଟି ନବରଙ୍ଗପୁର ବିଧାୟକ ପ୍ରାର୍ଥୀ ଙ୍କୁ ସମ୍ବର୍ଦ୍ଧନା ଖୋଲିଲା ନିର୍ବାଚନୀ କାର୍ଯ୍ୟାଳୟ

ଭାରତୀୟ ଜନତା ପାର୍ଟି ନବରଙ୍ଗପୁର ବିଧାୟକ ପ୍ରାର୍ଥୀ ଙ୍କୁ ସମ୍ବର୍ଦ୍ଧନା ଖୋଲିଲା ନିର୍ବାଚନୀ କାର୍ଯ୍ୟାଳୟ

ତେନ୍ତୁଳିଖୁଣ୍ଟି ୦୬/୦୪/୨୪ //ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ମଣ୍ଡଳ ତରଫରୁ ଆଜି ଭାରତୀୟ ଜନତା ପାର୍ଟି ର ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ର ପ୍ରାର୍ଥୀ ଗୌରୀ ଶଙ୍କର ମାଝୀ ଙ୍କୁ ତେନ୍ତୁଳିଖୁଣ୍ଟି ମଣ୍ଡଳ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସର ରେ ପ୍ରାର୍ଥୀ ମାଝୀ ଓ ଶତାଧିକ ଦଳୀୟ କର୍ମକର୍ତ୍ତା ବାଇକ୍ ରାଲି ରେ ତେନ୍ତୁଳିଖୁଣ୍ଟି ରୁ ଖା ତି ଗୁଡା ଆସିଥିଲେ। ଆଜି ଚରା ମୂଳା ତେନ୍ତୁଳିଖୁଣ୍ଟି,ପୂଜାରିଗୁଡ଼ା ଓ ଦିଗି ପାଇଁଏବଂ ଆଉଁଳିଗୁମ୍ମା ଠାରେ ଗୌଡ ଦେଓପାଲି , ପରଜା ବାରଙ୍ଗ ପଦର ଲମତା ଗୁଡା ମଞ୍ଚା ଗାଁ ପାଇଁ ନିର୍ବାଚନୀ କାର୍ଯ୍ୟାଳୟ ଖୋଲିଛି। ମଣ୍ଡଲ ସଭାପତି ହରେକୃଷ୍ଣ ମୁଦୁଲି ଓ ସାଧାରଣ ସମ୍ପାଦକ ପ୍ରଶାନ୍ତ ନାୟକ ତଥା ଚନ୍ଦ୍ର ଶେଖର ଜେନା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜିର କାର୍ଯ୍ୟକ୍ରମ ହୋଇଥିଲା। ଏହି ଅବସରରେ ତେନ୍ତୁଳିଖୁଣ୍ଟି ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ କାହ୍ନୁ ଦାଶ ସମେତ ଜିଲ୍ଲା ବିଜେପି ସଭାପତି ଜଗଦୀଶ ବିଶୋଇ , ମୃତ୍ୟୁଞ୍ଜୟ ଦାସ , ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ଧରଣୀଧର ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ। ମୋଦି ଗ୍ୟାରେଣ୍ଟି ସହ ରେଳ ,ଜଳ ,କଳ ତଥା ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ପ୍ରଭାବିତ ଜନତା ଓ ଅଞ୍ଚଳ ପାଇଁ ସ୍ବତନ୍ତ୍ର ଫୋକସ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ପ୍ରାର୍ଥୀ। ୩୦୦ ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଉପସ୍ଥିତ ରହି ଅଧିକ ଯୋଶ ସହ ଚଳିତ ନିର୍ବାଚନ ରେ କାମ କରିବାକୁ ଶପଥ ନେଇଥିଲେ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ମୋଦିଜୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଓ ସଦସ୍ଯତା କର୍ମଶାଳା 

masiha

ପଦ୍ମ ଧରିଲେ ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ 

masiha

ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନର ଧମକ ଦେଲା କଂଗ୍ରେସ

Sunil Chandra Nayak

Leave a Comment

error: Content is protected !!