ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାରୋହରେ ପାଳିତ ହେଲା ପାଣି ପଞ୍ଚାୟତ ପକ୍ଷ 

ସମାରୋହରେ ପାଳିତ ହେଲା ପାଣି ପଞ୍ଚାୟତ ପକ୍ଷ 

ଜୁନାଗଡ଼,୧୬/୧(ମ ନି ସ) – କଳାହାଣ୍ଡି ଜିଲ୍ଲା ବହୁମୁଖି ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ ଡାହାଣ କେନାଲ ଅଧିନସ୍ତ ଚାଷୀ ମାନଙ୍କୁ ନେଇ ଆଜି ଜୁନାଗଡ଼ ବ୍ଳକ ଅନ୍ତର୍ଗତ ଚିଲିଗୁଡା ଠାରେ ପାଣି ପଞ୍ଚାୟତ ପକ୍ଷ୍ୟ ପାଳନ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ କିପରି ଜଳ ପରିଚାଳନା କରାଯିବ, କେମିତି ଚାଷୀ ସୁଚାରୁରୂପେ ଜଳ ପାଇପାରିବେ ସେନେଇ ବିସ୍ତୃତ ଆଲୋଚନା ହୋଇଥିବା ବେଳେ ସଫଳ ଚାଷୀ ମାନଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା, ଏଥିରେ କିଛି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି ଡାହାଣ କେନାଲ ମରାମତି ଯୋଗୁଁ ବିଗତ ଦୁଇ ବର୍ଷ ପରେ ଚାଷୀ ଏହି କେନାଲ ମାଧ୍ୟମରେ ଚଳିତ ରବିଋତୁରେ ଜଳଯୋଗାଣ ଦ୍ଵାରା ଚାଷ କରିବାକୁ ସକ୍ଷମ ହୋଇଥିବାରୁ ଚାଷୀ ମାନେ ବିଭାଗୀୟ କର୍ମଚାରୀ ମାନଙ୍କୁ ସାଧୁବାଦ ଜଣାଇଛନ୍ତି, ଏଥିରେ ବିଭାଗୀୟ ସହକାରୀ ଅଧିକ୍ଷଣ ଯନ୍ତ୍ରୀ ଇଂ ରାମକୁମାର ବେହେରା ସଭାପତିତ୍ବ କରିଥିବାବେଳେ ମୁଖ୍ୟଅତିଥି ଭାବେ ଜୁନାଗଡ଼ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ସବିତା ମେହେର, ମୁଖ୍ୟବକ୍ତା ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, ସମ୍ମାନୀୟ ଅତିଥି ଭାବେ ସୈଲେନ୍ଦ୍ର ରାଜ, ବ୍ଳକ ଉପାଧ୍ୟକ୍ଷ ପ୍ରମୋଦ ବେହେରା,ମୁଣ୍ଡୁରାଗୁଡା ସରପଞ୍ଚ ତାରାଶଙ୍କର ରାୟଗୁରୁ,ଇଂ ପ୍ରତାପ ବେହେରା ନିର୍ବାହୀ ଯନ୍ତ୍ରୀ ପ୍ରଣୟ ପ୍ରଧାନ,ଲକ୍ଷ୍ମଣ କୁମାର ସେଠି, ଶିଶିର ପଣ୍ଡା,ବିଗ୍ନେ ପଟନାୟକ, ନେଲସନ ଟାଙ୍ଗୀ,ସଫଳ ଚାଷୀ ଅଶୋକ ଚନ୍ଦ୍ର ପଟ୍ଟନାୟକ, ଅନ୍ତର୍ଯ୍ୟାମୀ ପରିଡା, କୃଷି ଅଧିକାରୀ ରଞ୍ଜନ ପଟେଲ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଏହି ପକ୍ଷ୍ୟ ପାଳନରେ , ଶୃଙ୍ଖଳିତ ଭାବେ ଦାୟିତ୍ୱ ତୁଲାଇଥିଲେ।ଏହି କାର୍ଯ୍ୟକ୍ରମରେ ଅଂଚଳର ଚାଷୀ ମାନେ ବେଶ ଉତ୍ସାହିତ ହୋଇ ନିଜର ସମସ୍ୟା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିବାବେଳେ ଏପରି ସଚେତନଧର୍ମୀ ଆୟୋଜନ ନେଇ ଆୟୋଜକ ମାନଙ୍କୁ ଭୂୟସୀ ପ୍ରଶଂସା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଂଚଳର ଅନେକ ଚାଷୀ ଓ ଜନସାଧାରଣ ଉପସ୍ଥିତ ରହି ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଭିଟାମାଟିକୁ ଫେରିବା ବାଟରେ ଦାଦନ ଶ୍ରମିକଙ୍କ ବସ୍‌ରେ ମୃତ୍ୟୁ , ବାଇକ୍‌ରେ ଶବ ବୋହିଲେ ସମ୍ପର୍କୀୟ

masiha

ଧରାକୋଟ ବ୍ଲକରେ ପଲସ ପୋଲିଓ କାର୍ଯ୍ୟକ୍ରମ

Sunil Chandra Nayak

ଡାବୁଗାଁ ବ୍ଲକରେ ପୁରୁଷ ହକି ବିଶ୍ଵକପ ଉଦଘାଟନୀ ଉତ୍ସବ ନିମନ୍ତେ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!