ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ଗଞ୍ଜାମ ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

ବାଲେଶ୍ଵର // ୩୦/୪/୨୩- ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ । ପ୍ରଥମ ସ୍ଥାନ ଅଧିକାର କଲା ଗଞ୍ଜାମ ଜିଲ୍ଲା । ଯାହାର ଶୀର୍ଷକ ଥିଲା- ” ଓଡିଆ ଓ ପଣା ସଂକ୍ରାନ୍ତି “। ” ମୋ ଅନୁଷ୍ଠାନ ” ହ୍ବାର୍ଟସପ୍ ଗୃପ୍ ଦ୍ବାରା ପବିତ୍ର ପଣା ସଂକ୍ରାନ୍ତି ଉପଲକ୍ଷେ ଗତ ତା ୧୩/୪/୨୩ ରିଖରେ ଉକ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ଦକ୍ଷ ସମୀକ୍ଷା କାରିଣୀ ତାନଶ୍ରୀ ପାଣିଗ୍ରାହୀ, ବାଲେଶ୍ଵର କବିତା ଗୁଡିକୁ ତନ୍ନତନ୍ନ କରି ସମୀକ୍ଷା କରିଥିଲେ । ଯେଉଁଥିରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଗଞ୍ଜାମ ଜିଲ୍ଲାର କବି ଅରୁଣ କୁମାର ମହାପାତ୍ର ଯେ କି ଅଶ୍ବପୁରମ୍ ତେଲେଙ୍ଗାନାରେ କାର୍ଯ୍ୟରତ । ସେହିପରି ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି କେନ୍ଦ୍ରାପଡା ଜିଲ୍ଲାର କବୟିତ୍ରୀ ଭାରତୀ ଲେଙ୍କା ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଜଗତସିଂହପୁର ଜିଲ୍ଲାର କବୟିତ୍ରୀ ସଞ୍ଜୁକ୍ତା ସାହୁ । ସମସ୍ତ ପ୍ରତିଯୋଗୀ ମାନଙ୍କୁ ଅନୁଷ୍ଠାନ ତରଫରୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା । ଆଶାକରେ ସାହିତ୍ୟର ଉନ୍ନତି ନିମନ୍ତେ ସଦାସର୍ବଦା କବି କବୟିତ୍ରୀ ମାନଙ୍କ ଲେଖନୀ ଏହିଭଳି ଜାଗ୍ରତ ରହିଥାଉ । ମହାପ୍ରଭୁ ସେମାନଙ୍କ ଲେଖନୀ ମୁନରେ ଶକ୍ତି ଭରିଦିଅନ୍ତୁ ଆଗକୁ ଆହୁରି ସୁନ୍ଦର ସୁନ୍ଦର ରଚନା କରି ସୁନାମ ଅର୍ଜନ କରନ୍ତୁ ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି । ଏଥିରେ ମୋଟ ୬ ଜଣ ଭାଗ ନେଇଥିଲେ । ସେମାନେ ହେଲେ- ଅରୁଣ କୁମାର ମହାପାତ୍ର, ଅଶ୍ବପୁରମ, ତେଲେଙ୍ଗାନା, ସଞ୍ଜୁକ୍ତା ସାହୁ, ରାହାମା, ଜଗତସିଂହପୁର, ଭାରତୀ ଲେଙ୍କା,।ଚକଡା, କେନ୍ଦ୍ରାପଡା, ମାମାଲିନୀ ସେଠୀ, ଖୋର୍ଦ୍ଧା, ରଶ୍ମିରେଖା ସାହୁ, କଳିଙ୍ଗନଗର, ଭୁବନେଶ୍ୱର, ଖୋର୍ଦ୍ଧା ଓ ଜୟ କୁମାର ମିଶ୍ର, ଗଜପତି । ଏଥିସହିତ ମୋ ଅନୁଷ୍ଠାନ ପରିବାର ତରଫରୁ ସମସ୍ତ ପ୍ରତିଯୋଗୀ ମାନଙ୍କୁ ସାଧୁବାଦ ଜ୍ଞାପନ କରାଯାଇଛି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର କୃଷକ ଉତ୍ପାଦର ସମନ୍ବୟ ବୈଠକ

masiha

ମୋହରା ସରପଞ୍ଚ ଙ୍କ ଇଫ୍ ତାର୍ ପାର୍ଟି

Sunil Chandra Nayak

ମହିଳା ବିଜେଡି ତରଫରୁ ଟଙ୍କ ତୋରାଣି ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!