ବାଲେଶ୍ଵର // ୩୦/୪/୨୩- ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ । ପ୍ରଥମ ସ୍ଥାନ ଅଧିକାର କଲା ଗଞ୍ଜାମ ଜିଲ୍ଲା । ଯାହାର ଶୀର୍ଷକ ଥିଲା- ” ଓଡିଆ ଓ ପଣା ସଂକ୍ରାନ୍ତି “। ” ମୋ ଅନୁଷ୍ଠାନ ” ହ୍ବାର୍ଟସପ୍ ଗୃପ୍ ଦ୍ବାରା ପବିତ୍ର ପଣା ସଂକ୍ରାନ୍ତି ଉପଲକ୍ଷେ ଗତ ତା ୧୩/୪/୨୩ ରିଖରେ ଉକ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ଦକ୍ଷ ସମୀକ୍ଷା କାରିଣୀ ତାନଶ୍ରୀ ପାଣିଗ୍ରାହୀ, ବାଲେଶ୍ଵର କବିତା ଗୁଡିକୁ ତନ୍ନତନ୍ନ କରି ସମୀକ୍ଷା କରିଥିଲେ । ଯେଉଁଥିରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଗଞ୍ଜାମ ଜିଲ୍ଲାର କବି ଅରୁଣ କୁମାର ମହାପାତ୍ର ଯେ କି ଅଶ୍ବପୁରମ୍ ତେଲେଙ୍ଗାନାରେ କାର୍ଯ୍ୟରତ । ସେହିପରି ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି କେନ୍ଦ୍ରାପଡା ଜିଲ୍ଲାର କବୟିତ୍ରୀ ଭାରତୀ ଲେଙ୍କା ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଜଗତସିଂହପୁର ଜିଲ୍ଲାର କବୟିତ୍ରୀ ସଞ୍ଜୁକ୍ତା ସାହୁ । ସମସ୍ତ ପ୍ରତିଯୋଗୀ ମାନଙ୍କୁ ଅନୁଷ୍ଠାନ ତରଫରୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା । ଆଶାକରେ ସାହିତ୍ୟର ଉନ୍ନତି ନିମନ୍ତେ ସଦାସର୍ବଦା କବି କବୟିତ୍ରୀ ମାନଙ୍କ ଲେଖନୀ ଏହିଭଳି ଜାଗ୍ରତ ରହିଥାଉ । ମହାପ୍ରଭୁ ସେମାନଙ୍କ ଲେଖନୀ ମୁନରେ ଶକ୍ତି ଭରିଦିଅନ୍ତୁ ଆଗକୁ ଆହୁରି ସୁନ୍ଦର ସୁନ୍ଦର ରଚନା କରି ସୁନାମ ଅର୍ଜନ କରନ୍ତୁ ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି । ଏଥିରେ ମୋଟ ୬ ଜଣ ଭାଗ ନେଇଥିଲେ । ସେମାନେ ହେଲେ- ଅରୁଣ କୁମାର ମହାପାତ୍ର, ଅଶ୍ବପୁରମ, ତେଲେଙ୍ଗାନା, ସଞ୍ଜୁକ୍ତା ସାହୁ, ରାହାମା, ଜଗତସିଂହପୁର, ଭାରତୀ ଲେଙ୍କା,।ଚକଡା, କେନ୍ଦ୍ରାପଡା, ମାମାଲିନୀ ସେଠୀ, ଖୋର୍ଦ୍ଧା, ରଶ୍ମିରେଖା ସାହୁ, କଳିଙ୍ଗନଗର, ଭୁବନେଶ୍ୱର, ଖୋର୍ଦ୍ଧା ଓ ଜୟ କୁମାର ମିଶ୍ର, ଗଜପତି । ଏଥିସହିତ ମୋ ଅନୁଷ୍ଠାନ ପରିବାର ତରଫରୁ ସମସ୍ତ ପ୍ରତିଯୋଗୀ ମାନଙ୍କୁ ସାଧୁବାଦ ଜ୍ଞାପନ କରାଯାଇଛି ।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ