ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଚାଉଳ ବଣ୍ଟନରେ ଦୁର୍ନୀତି ର ଗନ୍ଧ ସ୍ପଷ୍ଟ ବାରି ହେଉଛି : କିନ୍ତୁ କାର୍ଯ୍ୟାନୁଷ୍ଠାନ ଦେଖାଯାଉନାହିଁ

ତେନ୍ତୁଳିଖୁଣ୍ଟି ୨୨/୦୬/୨୩ //   ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ କାମତା କଂଗ୍ରା କଣ୍ଟାଗାଁ ଦିଗି ପୂଜାରୀଗୁଡ଼ା ଅଞ୍ଚଳଗୁମ୍ମା ୬ଗୋଟି ଗ୍ରାମ ପଞ୍ଚାୟତ ରେ ଏପ୍ରିଲ ମେ ଜୁନ୍ ମାସର ଚାଉଳ ବଣ୍ଟନ ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ର ହିତାଧିକାରୀ ଚାଉଳ ଆସିଥିଲା। ହେଲେ ଏ ସବୁ ପଞ୍ଚାୟତ ରେ ୩ମାସ ବଦଳ ରେ ୨ ମାସର ଚାଉଳ ବଣ୍ଟନ ପାଇଁ ଷ୍ଟକ୍ ଆସିଛି ବୋଲି ମିଥ୍ୟା କହି ନିରୀହ ଆଦିବାସୀ ହିତାଧିକାରୀ ଙ୍କୁ ଭଣ୍ଡାଇ ଦେଇଥିଲେ ଯୋଗାଣ ସହାୟକ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ। ପରବର୍ତ୍ତୀ ସମୟରେ ଗଣ ମାଧ୍ୟମ ରେ ଖବର ପ୍ରକାଶ ପରେ କାମତା ପଞ୍ଚାୟତ ରେ ଚାଉଳ ସୋମବାର ଦିନ ବଣ୍ଟନ କରାଯାଇଥିଲା। ବର୍ତ୍ତମାନ ଯାଏଁ ଅନ୍ୟ ପାଞ୍ଚ ପଞ୍ଚାୟତ ବାସୀ ଜୁନ ମାସର ଚାଉଳ ପାଇ ନାହାନ୍ତି। କିନ୍ତୁ ଖାଦ୍ୟ ଯୋଗାଣ ବିଭାଗ ର ରେକର୍ଡ କହୁଛି ଜୁନ ମାସର ଚାଉଳ ଷ୍ଟକ ଏହି ସବୁ ପଞ୍ଚାୟତ କୁ ଆସିଛି। ହିତାଧିକାରୀ ଚାଉଳ ପାଇ ନାହାନ୍ତି ହେଲେ ଚାଉଳ ଗଲା କୁଆଡେ? ଏହି ଗୁମର ଖୋଲିବ କିଏ? ନା ଭିତିରି ବୁଝା ବଣା ରେ ଏ ସବୁ ଘଟିଛି! ବୋଲି ଅଭିଯୋଗ ହେଉଛି। ଦୁର୍ନୀତି ର ପେଡି ଖୋଲିବାକୁ ଆରମ୍ଭ ହୋଇଯାଇଥିଲା। ପୂଜାରୀଗୁଡ଼ା ଦିଗି ଅଞ୍ଚଳଗୁମ୍ମା କଂଗ୍ରା କଣ୍ଟାଗାଁ ଗ୍ରାମ ପଞ୍ଚାୟତ ର ଅଲଟମେଂଟ ଆସିଥିବା କହିଛନ୍ତି ବ୍ଲକ୍ ଏମ୍ ଆଇ ରୋହିତ ମାଝୀ । କିନ୍ତୁ ଜୁନ୍ ୮ରେ ୩ମାସର ଚାଉଳ ବଣ୍ଟନ ବ୍ଲକ୍ ରେ ହୋଇଛି କୌଣସି ପଞ୍ଚାୟତ ରେ ହିତାଧିକାରୀ ଚାଉଳ ପାଇବା ଆଉ ବାକି ନାହି ବୋଲି ମିଥ୍ୟା ରିପୋର୍ଟ ଉଚ୍ଚ ଅଧିକାରୀ ଙ୍କୁ ଜଣାଇ ଥିଲେ ଏମ୍ଵ ଆଇ । ୧୪ଜୁନ ପରେ ଦୁର୍ନୀତି ପେଡ଼ି ଖୋଲିବା ପରେ ସେ ଅବାକ୍ । ୧୭ଜୁନ ରେ ସଂପୃକ୍ତ ଗ୍ରାମ ପଞ୍ଚାୟତ ର ବଣ୍ଟନ କାରୀଯୋଗାଣ ସହାୟକ ଓ ନିର୍ବାହୀ ଅଧିକାରୀ ବା ଗ୍ରୁପ ଙ୍କୁ ୩ମାସର ଚାଉଳ ଏଲାଟମେଣ୍ଟ ଆସିଥିବା ବେଳେ କାହିଁକି ୨ମାସର ଚାଉଳ ବଣ୍ଟନ କରାଗଲା ବୋଲି ଏହାର ଉତ୍ତର ୩ଦିନ ମଧ୍ୟରେ ଦେବାକୁ ପତ୍ର ସଂଖ୍ୟା ୧୫୫୦/୨୦୨୩ ନୋଟିସ୍ ଜାରୀ କରିଥିଲେ । ଏହାର ଅବିକଳ ନକଲ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ମଧ୍ୟ ଅବଗତ କରିଥିଲେ। ଇତିମଧ୍ୟରେ ସରକାରୀ କାର୍ଯ୍ୟ ଦିବସ ହିସାବରେ ତାହାର ଡେଡ ଲାଇନ୍ ସରିଛି। କିନ୍ତୁ ଫଳ ଶୂନ୍ୟ। ଏହାକୁ ନେଇ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ପଚାରିବାରୁ ସେ ଏମ୍ ଆଇ ଙ୍କ ପତ୍ର ପାଇଛି ୩ମାସର ଚାଉଳ ଇସୁ ହୋଇଛି ହେଲେ କାହିଁକି ବଣ୍ଟନ କରି ନାହାନ୍ତି ଏହା ପତ୍ର ମାଧ୍ୟମରେ ମୁ ଜୁନ୍ ୨୦ରେ ଜିଲ୍ଲାପାଳ ଙ୍କୁ ଅବଗତ କରିଛି ବୋଲି କହିଛନ୍ତି।ଏ ନେଇ ତେନ୍ତୁଳିଖୁଣ୍ଟି ବିଡିଓ ମୋନଜ କୁମାର ପାଣଗ୍ରାହୀ ଙ୍କୁ ପଚାରିବାରୁ ସେ ଜିଲ୍ଲାପାଳ ଙ୍କ ଠାରୁ ପତ୍ର ୨୦ଜୁନ ରେ ପାଇଛି। ତାଙ୍କ ପତ୍ର ର ଉତ୍ତର ଆଜି ଜିଲ୍ଲାପାଳ ଙ୍କୁ ଦେଇ ଦେଇଛି ବୋଲି କହିଛନ୍ତି। ସବୁଠୁ ବଡ ପ୍ରଶ୍ନ ଉଠୁଛି ଯେ ଏମ୍ ଆଇ ନିଜ ଜୁନ୍ ୮ରେ ଚାଉଳ ୩ମାସର ବଣ୍ଟନ ହୋଇଛି ବୋଲି ମିଛ ରିପୋର୍ଟ ଦେଲେ କାହିଁକି।ଏବେ ଦେଖା ଯାଉ ଜିଲ୍ଲାପାଳ ଦୁର୍ନୀତି ରୂପକ ପେଡି କେବେ ଖୋଲୁଛନ୍ତି।ତାହା ଦେଖିବାକୁ ରହିଲା । ଉଲ୍ଲେଖଯୋଗ୍ୟ ଯେ କଣ୍ଟା ଗାଁ ଗ୍ରାମ ପଞ୍ଚାୟତ ରେ 1690 ହିତାଧିକାରୀ ଙ୍କ ଆସିଛି 404 କ୍ୱିଣ୍ଟାଲ 65 କେଜି ଟଙ୍କା । ପୂଜାରିଗୁଡା ରେ 1970 ହିତାଧିକାରୀ ଅଲଟମେଂଟ ଆସିଛି 451କ୍ୱିଣ୍ଟାଲ 70 କେଜି । ଦିଗି ରେ 1772 ହିତାଧିକାରୀ ଆଲଟମେଂଟ 319 କ୍ୱିଣ୍ଟାଲ । ଅଞ୍ଚଳଗୁମ୍ମା ରେ 1404 ହିତାଧିକାରୀଙ୍କ 262.55କେଜି ଅଲଟମେଂଟ । ଚାଉଳ ଗଲା କୁଆଡେ? ହିତାଧିକାରୀ ଙ୍କୁ ବାହୁଡା ଯାତ୍ରା ପୂର୍ବରୁ ସେମାନଙ୍କ ଜୁନ ମାସର ଚାଉଳ ଦିଆ ନ ଗଲେ ଉଭୟ ଭାରତୀୟ ଜନତା ପାର୍ଟି ଓ ଜାତୀୟ କଂଗ୍ରେସ ଦଳ ଆନ୍ଦୋଳନ କରିବ ବୋଲି ଭାଜପା ମଣ୍ଡଳ ସଭାପତି ହରେକୃଷ୍ଣ ମୁଦୁଲି ଓ ଜିଲ୍ଲା କଂଗ୍ରେସ ର ଆଦିବାସୀ ସେଲ ସଭାପତି ଦିଲିପ ପ୍ରଧାନୀ ଚେତାବନୀ ଦେଇଛନ୍ତି। ଗଣ ମାଧ୍ୟମରେ ଘନ ଘନ ଖବର ପ୍ରକାଶ ପରେ ମଧ୍ୟ ଜିଲ୍ଲା ଠୁଁ ଆରମ୍ଭ କରି ବ୍ଲକ କେହି ବି ହିତାଧିକାରୀ ଙ୍କ ନିକଟକୁ ଯାଇ ତଦନ୍ତ ନ କରିବା ଆଶ୍ଚର୍ଯ୍ୟ ର ବିଷୟ ହୋଇ ଯାଇଛି। 

 ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଯୋଡ଼ା ସରକାରୀ ଖଣି ବିଭାଗ ନାମରେ ସମ୍ବାଦ ପ୍ରକାଶନ କର – “ଜେଏସଡବ୍ଲୁ କର୍ମଚାରୀ” 

masiha

Waltair Division Launches “Swasth Nari Sashakt Parivar Abhiyaan” Under Swachhta Hi Seva 2025

Sunil Chandra Nayak

ସିନାପାଲିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ୯୨ଟି ଅଭିଯୋଗର ଶୁଣାଣି, ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ

Sunil Chandra Nayak

Leave a Comment

error: Content is protected !!