ପାପଡାହାଣ୍ଡି,22/6, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦରରୁ ଜଟାବାଲ ଯିବା ରାସ୍ତାର ଚିଙ୍ଗୁଡ଼ିଶର ଛକ ନିକଟରେ ସନ୍ଧ୍ୟାରେ ଗୋରୁ ପୋଲ ସହ ଧକ୍କା ହୋଇ ଜଣେ ବାଇକ ଚାଳକ ଆହତ ହୋଇଛନ୍ତି | ସେ ପାତ୍ରୀ ପଂଚାୟତ ଭେଜା ଗ୍ରାମର କେସ୍ପରି ଭତ୍ରା ବୋଲି ଜଣାପଡିଛି | ତାଙ୍କୁ ପାପଡାହାଣ୍ଡି ପୋଲିସ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଛି | ସୂଚନା ମୁତାବକ କେସ୍ପରି କୌଣସି କାମରେ ଦଳେଇଗୁଡା ଆସି ନିଜ ଘର ଭେଜା ଫେରିବା ସମୟରେ ଚିଙ୍ଗୁଡ଼ିଶର ଛକ ନିକଟରେ ବିପରୀତ ଦିଗରୁ ଡାବୁଗାଁ ହାଟରୁ ଆସୁଥିବା ଗୋରୁ ପୋଲ ସହ ଧକ୍କା ହୋଇଥିଲା | ସେ ଏଥିରେ ଛିଟିକି ରାସ୍ତାରେ ପଡ଼ିଥିଲେ | ସ୍ଥାନୀୟ ଅଞ୍ଚଳର ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ କେସ୍ପରିକୁ ଉଦ୍ଧାର କରିଥିଲେ |