ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋରୁ ପୋଲ ସହ ଧକ୍କା ହୋଇ ବାଇକ ଚାଳକ ଆହତ

ପାପଡାହାଣ୍ଡି,22/6, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦରରୁ ଜଟାବାଲ ଯିବା ରାସ୍ତାର ଚିଙ୍ଗୁଡ଼ିଶର ଛକ ନିକଟରେ ସନ୍ଧ୍ୟାରେ ଗୋରୁ ପୋଲ ସହ ଧକ୍କା ହୋଇ ଜଣେ ବାଇକ ଚାଳକ ଆହତ ହୋଇଛନ୍ତି | ସେ ପାତ୍ରୀ ପଂଚାୟତ ଭେଜା ଗ୍ରାମର କେସ୍ପରି ଭତ୍ରା ବୋଲି ଜଣାପଡିଛି | ତାଙ୍କୁ ପାପଡାହାଣ୍ଡି ପୋଲିସ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଛି | ସୂଚନା ମୁତାବକ କେସ୍ପରି କୌଣସି କାମରେ ଦଳେଇଗୁଡା ଆସି ନିଜ ଘର ଭେଜା ଫେରିବା ସମୟରେ ଚିଙ୍ଗୁଡ଼ିଶର ଛକ ନିକଟରେ ବିପରୀତ ଦିଗରୁ ଡାବୁଗାଁ ହାଟରୁ ଆସୁଥିବା ଗୋରୁ ପୋଲ ସହ ଧକ୍କା ହୋଇଥିଲା | ସେ ଏଥିରେ ଛିଟିକି ରାସ୍ତାରେ ପଡ଼ିଥିଲେ | ସ୍ଥାନୀୟ ଅଞ୍ଚଳର ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ କେସ୍ପରିକୁ ଉଦ୍ଧାର କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସରକାରୀ ଉନ୍ନତି କାର୍ଯ୍ୟର ଅର୍ଥ ଆତ୍ମସାତ ଅଭିଯୋଗ

masiha

ଗୋରୁମହିଷାଣୀ ଅଂଚଳର ଯୁବକ ନିଖୋଜ

Sunil Chandra Nayak

ବର୍ତି ଗଲା ଅନେକ ଜୀବନ ,ପାଣି ସୁଅରେ ଭାସି ଗଲା ଟ୍ରାକ୍ଟର 

masiha

Leave a Comment

error: Content is protected !!